ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ୱାୟନାଡ଼ରେ ୫ ଦିନ ପରେ ମାଟି ତଳୁ ଉଦ୍ଧାର ହେଲେ ୬ ଶିଶୁ

0

କେରଳ: କେରଳ ୱାୟନାଡ଼ରେ ସବୁକିଛି ଛାରଖାର କରିଦେଇଛି ସର୍ବଗ୍ରାସୀ ଭୂସ୍ଖଳନ। ଭୂସ୍ଖଳନକୁ ୫ ଦିନ ପୁରିଥିବାବେଳେ ଆଜି ବି ମାଟି କାଦୁଅ ତଳୁ ଖୋଜା ଚାଲିଛି ଜୀବନ। କେରଳର ୱାୟନାଡ଼ରେ ବିନାଶକାରୀ ଭୂସ୍ଖଳନରେ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଶହରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ହୋଇଛି। ଅନେକ ସଂଖ୍ୟାରେ ଲୋକ ନିଖୋଜ ମଧ୍ୟ ରହିଛନ୍ତି। ଏହି ଭୟାନକ ସ୍ଥିତିରେ ଏକ ଖୁସି ଖବର ଆସିଛି। ଭୂସ୍ଖଳନ ପ୍ରଭାବିତ ୱାୟନାଡ଼ାରେ କେରଳର ବନ ବିଭାଗ ଅଧିକାରୀ ୮ ଘଣ୍ଟା ଅପରେସନ୍‌ କରି ଜଙ୍ଗଲର ଏକ ଆଦିବାସୀ ବସ୍ତିରୁ ୬ ଜଣଙ୍କୁ ଉଦ୍ଧାର କରିଛନ୍ତି।

ଏହି ରେସ୍କ୍ୟୁ ଅପରେସନ୍‌କୁ ନେଇ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ କହିଛନ୍ତି, ବନ ଅଧିକାରୀଙ୍କ ଏଭଳି ସଫଳତା ଆମକୁ ମନେ ପାକାଇ ଦେଉଛି ଯେ, ସଂକଟ ସମୟରେ ବି କେରଳର ଜୀବନ ଆଜି ଚମକୁଛି। ଆମେ ସମସ୍ତେ ମିଶି ପୁଣି ପୁନଃନିର୍ମାଣ କରିବା ତଥା ମଜବୁତ ହୋଇ ଆଗକୁ ପୁଣି ଆଗେଇବା।

କଲପେଟ୍ଟା ରେଞ୍ଜର ବନ ଅଧିକାରୀ କେ ହସିନଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ଗୁରୁବାର ଏକ ଆଦିବାସୀ ପରିବାରକୁ ବଞ୍ଚାଇବା ପାଇଁ ଜଙ୍ଗଲ ମଝିରେ ବିପଦପୂର୍ଣ୍ଣ ରାସ୍ତା ଅତିକ୍ରମ କରି ସେମାନଙ୍କୁ ଉଦ୍ଧାର କରିଥିଲେ। ଏହି ଶିଶୁମାନେ ଏକ ଆଦିବାସୀ ସମୁଦାୟର ହୋଇଥିବା ବେଳେ ସେମାନଙ୍କ ବୟସ ୧ ବର୍ଷରୁ ୪ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.