ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବଦଳିଲା କଂଗ୍ରେସ ଠିକଣା

0

ନୂଆଦିଲ୍ଲୀ: ଦେଶର ସର୍ବପୁରାତନ ଦଳ କଂଗ୍ରେସର ଠିକଣା ବଦଳିଯାଇଛି। ପ୍ରାୟ ପାଞ୍ଚ ଦଶନ୍ଧି ପରେ କଂଗ୍ରେସ ପାଇଲା ନୂଆ ଠିକଣା। ୪୭ ବର୍ଷ ପରେ କଂଗ୍ରେସ ପାଇଲା ନୂଆ ମୁଖ୍ୟାଳୟ। ନୂଆଦିଲ୍ଲୀର ୯-ଏ କୋଟଲା ରୋଡ୍‌ ଏବେ କଂଗ୍ରେସର ନୂଆ ଠିକଣା ପାଲଟିଛି। ଏହା ପୂର୍ବରୁ କଂଗ୍ରେସ ମୁଖ୍ୟାଳୟ ଆକବର ରୋଡରେ ଥିଲା। ତେବେ ଆଜି ଅର୍ଥାତ୍ ଜାନୁଆରୀ ୧୫ ତାରିଖରେ ନୂଆ ଘରେ ଗୃହ ପ୍ରବେଶ କରିଛି ଦଳ।
ନୂଆ ମୁଖ୍ୟାଳୟକୁ ଆଜି ଉଦଘାଟନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ। ନୂଆ କାର୍ଯ୍ୟାଳୟର ନାମ ଇନ୍ଦିରା ଭବନ ରଖାଯାଇଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ, ସାଂସଦ ରାହୁଲ ଗାନ୍ଧୀ, ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।

କଂଗ୍ରେସ ପୂର୍ବରୁ ଡିସେମ୍ବର ୨୮ ରେ ନୂତନ ମୁଖ୍ୟାଳୟ ଉଦଘାଟନ କରିବାକୁ ଯୋଜନା କରିଥିଲା ​​କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ଯୋଗୁଁ ଏହାକୁ ସ୍ଥଗିତ ରଖିବାକୁ ପଡିଲା। ଏହା ଉପରେ କଂଗ୍ରେସ ନେତା ଅନିଲ ଶାସ୍ତ୍ରୀ କହିଛନ୍ତି ଯେ ୨୦୦୯ ମସିହାରେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ସମୟରେ ଏହି କୋଠାର ନାମ ଇନ୍ଦିରା ଭବନ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

Leave A Reply

Your email address will not be published.