ପ୍ରମୁଖ ଖବର

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍
ଆତ୍ମସମର୍ପଣ କଲେ ୩୧ ମାଓବାଦୀ
ବାଲେଶ୍ୱର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ କାର୍ ଭିତରୁ ୧୩୦ କିଲୋ ଗଞ୍ଜେଇ ଜବତ
ପଞ୍ଜାବର ଜଳନ୍ଧରରେ ଭାଜପା ନେତା ମନୋରଞ୍ଜନ କାଳିଆଙ୍କ ଘର ବାହାରେ ଏକ ବିସ୍ଫୋରଣ

ଚୀନ୍ ଓ ପାକିସ୍ତାନକୁ ଚେତାବନୀ

0

ଲେହ ଲଦାଖ ଗସ୍ତରେ ସ୍ଥଳସେନା ମୁଖ୍ୟ ଏମ.ଏମ. ନରବଣେ । ସେଠାରେ ସୁରକ୍ଷା ସ୍ଥିତିର ଅନୁଧ୍ୟାନ କରିଛନ୍ତି ନରବଣେ । ସୁରକ୍ଷା ସ୍ଥିତିର ସମୀକ୍ଷା ପରେ ନରବଣେ କହିଛନ୍ତି ଯେ, ଚୀନ ସୀମାରେ ସ୍ଥିତି ନିୟନ୍ତ୍ରଣରେ ଅଛି । ଗତ ୬ ମାସ ଭିତରେ ଲଦାଖରେ ସ୍ଥିତି ସ୍ୱାଭାବିକ ଅଛି । ଚୀନ ସେନା ନିଜ ସୀମାରେ ବହୁ ନିର୍ମାଣ କାମ କରିଛି । ଆମେ ଭିତ୍ତିଭୂମୀ ସଜାଦଡିଛି। ସବୁ ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଥିବା କହିଛନ୍ତି ସ୍ଥଳସେନା ମୁଖ୍ୟ ।

ସ୍ଥଳସେନା ମୁଖ୍ୟ ଏମ.ଏମ. ନରବଣେ କହିଛନ୍ତି, ଚୀନ ଆହୁରି ଅଧିକ ସେନା ମୁତୟନ ପାଇଁ ନିଜ ସୀମାରେ ବହୁ ନିର୍ମାଣ କାମ କରିଛି । ଫରୱାର୍ଡ ଅଂଚଳରେ ଅଧିକ ସେନା ମୁତୟନ କରିଛି ଚୀନ । ଏହା ଆମ ପାଇଁ ଚିନ୍ତାର ବିଷୟ । କିନ୍ତୁ ଏଲଓଏସି ଉପରେ ଲଗାତର ନଜର ରହିଛି । ଜବାବ ଦେବା ପାଇଁ ଆମେ ପ୍ରସ୍ତୁତ ଅଛୁ । ଭାରତୀୟ ସେନା ମଧ୍ୟ ଆଧୁନିକ ଅସ୍ତ୍ରଶସ୍ତ୍ର ନିୟୋଜିତ କରିଛି । ଆମେ କୌଣସି ପରିସ୍ଥିତିର ସାମନା କରିବାକୁ ଦୃଢ ସ୍ଥିତିରେ ଅଛୁ । ସ୍ଥଳସେନା ମୁଖ୍ୟ କହିଛନ୍ତି ଯେ , ଗତ ୧ ବର୍ଷ ହେଲା ଚୀନ ସହ ସୀମା ବିବାଦର ସମାଧାନ ପାଇଁ ଆଲୋଚନା ଜାରି ରହିଛି । କଥାବାର୍ତ୍ତା ଦ୍ୱାରା ସମାଧାନର ରାସ୍ତା ନିଶ୍ଚୟ ବାହାରିବ । ଚଳିତ ମାସରେ ଚୀନ ସମୟ ୧୩ ତମ ବୈଠକ ବସିବ ।

ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ ହୋଇପାରିବ ବୋଲି ନରଭଣେ କହିଛନ୍ତି ।ସେହିପରି ପାକିସ୍ତାନ ନିୟନ୍ତ୍ରଣରେଖାରେ ଅସ୍ତ୍ରବିରତି ଉଂଲଘନ କରିଛି । ଗତ ୧୦ ଦିନରେ ଦୁଇ ଥର ଅସ୍ତ୍ରବିରତି ଉଂଲଘନ କରାଯାଇଥିଲା । ପାକିସ୍ତାନ ସହ ଅସ୍ତ୍ରବିରତି ଚୁକ୍ତି ବଡ଼ ଭୁଲ ଥିଲା । କିନ୍ତୁ ଗତ ୨ ମାସରେ ଅନୁପ୍ରବେଶ ଉଦ୍ୟମ ବୃଦ୍ଧି ପାଇଛି । ପାକସ୍ତାନ ସେନାର ଅଜାଣତରେ ଅନୁପ୍ରବେଶ ଉଦ୍ୟମ ହୋଇପାରିବନି ବୋଲି ନରବଣେ କହିଛନ୍ତ । ସେପେଟେ ଆଫାଗାନିସ୍ତାନ ସ୍ଥିତି ଉପରେ ମଧ୍ୟ ନଜର ଥିବା ସେ କହିଛନ୍ତି ।

Leave A Reply

Your email address will not be published.