ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଆଫଗାନିସ୍ତାନରେ ଅବତରଣ କଲା ଚୀନ ବିମାନ?

0

କାବୁଲ: ଆମେରିକା ସେନା ପ୍ରତ୍ୟାହାର ପରେ ଆଫଗାନିସ୍ତାନର ବାଗ୍ରାମ ଏୟାରବେସରେ ପ୍ରଥମ ଥର ସାମରିକ ବିମାନ ଅବତରଣ କରିଥିବାର ଦେଖିବାକୁ ମିଳିଛି। ଏହି ବିମାନ ଚୀନ ସେନାର ହୋଇଥାଇପାରେ ବୋଲି ଦାବି କରାଯାଉଛି। କେବଳ ଏତିକି ନୁହେଁ, କିଛି ଦିନ ଧରି ଅନ୍ଧାରରେ ଥିବା ବାଗ୍ରାମ ଏୟାରବେସରେ ଏବେ ପୁଣି ଆଲୋକିତ ହୋଇଛି।

ବାସ୍ତବରେ,ବାଗ୍ରାମ ଏୟାରବେସ ଆମେରିକା ସେନାର ଏକ ଦୃଢ ଗଡ଼ ଅଟେ। ଏହିଠାରୁ ସେ ଅପରେସନ ଗୁଡିକୁ କାର୍ଯ୍ୟକାରୀ କରିଥାଏ । ‘ଡେଲି ମଲ’ର ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରୁ ଆମେରିକା ସେନା ଯିବା ପରେ ସେଠାରେ (ବାଗ୍ରାମ ଏୟାରବେସ)ରେ ସାମରିକ ବିମାନ ଆସିବାର ଅନେକ ଖବର ଆସିଛି। କିଛି ଚିତ୍ର ମଧ୍ୟ ସାମନାକୁ ଆସିଛି। ଏହା ସହ ବିଦ୍ୟୁତ ସଂଯୋଗ ପୁଣି କରାଯାଇଥିବାରୁ ଏୟାରବେସରେ ଲାଇଟ ଜଳିଛି।

କୁହାଯାଉଥିଲା ଯେ , ଆମେରିକା ସେନା ଯିବା ପରେ ଚୀନ ଏହି ଏୟାରବେସକୁ ଦଖଲ କରିବାକୁ ଆଗ୍ରହ ଦେଖାଉଥିଲା । ଚୀନ ବ୍ୟପାର ବିଶେଷଜ୍ଞ ୟୁନ ମଧ୍ୟ କହିଥିଲେ ଯେ, ବାଗ୍ରାମା ଏୟାରବେସକୁ ଏବେ ଚୀନ ଦଖଲ କରୁଛି। ଏହାରି ମଧ୍ୟରେ ଅନେକ ସାମରିକ ବିମାନ ଉଡାଣ କରି ବେଗ୍ରାମ ଏୟାରବେସରେ ଅବତରଣ କରିଥିବାରୁ ଏହା ଚୀନର ବୋଲି ଦାବି କରାଯାଉଛି। ଏହି ଏୟାରବେସ ଆଫଗାନିସ୍ତାନ ରାଜଧାନୀ କାବୁଲ ନିକଟରେ ରହିଛି। ଏହାକୁ ପ୍ରାୟ ୨୦ ବର୍ଷ ଧରି ଆମେରିକା ସେନା ଦଖଲ କରି ରଖିଥିଲା ।

ଆମେରିକା ନ୍ୟୁଜ ଓ ୱାଲ୍ଡ ରିପୋର୍ଟ ଅନୁଯାୟୀ , ଚୀନ ନିଜର ସାମରିକ କର୍ମଚାରୀ ଓ ଅର୍ଥନୈତିକ ବିକାଶ ଅଧିକାରୀଙ୍କୁ ବାଗ୍ରାମ ଏୟାରବେସକୁ ପଠାଇବାକୁ ଚିନ୍ତା କରୁଛି । ତେବେ ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଏହାକୁ ଏବେ ଅସ୍ୱୀକାର କରିଛନ୍ତି ।

Leave A Reply

Your email address will not be published.