ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଦମ୍ ଦେଖାଇଲା ବାୟୁସେନା

0

ନୂଆଦିଲ୍ଲୀ: ଆଜି ଭାରତୀୟ ବାୟୁସେନାର ୮୯ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଉତ୍ତରପ୍ରଦେଶ ଗାଜିଆବାଦର ହିଣ୍ଡନ ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ହିଣ୍ଡନ ଏୟାରବେସରେ ଦମ ଦେଖାଇଛି ବାୟୁସେନା। ଭାରତୀୟ ବାୟୁସେନାରେ ଥିବା ଲଢୁଆ ବିମାନ କେତେ ଶକ୍ତିଶାଳୀ ଆକାଶରେ ଏହି ପରାକ୍ରମ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାୟୁସେନା ଦିବସରେ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି।

ହିଣ୍ଡନ ଏୟାରବେସରେ ବାୟୁସେନାର ବିଭିନ୍ନ ବିମାନ ଓ ହେଲିକପ୍ଟର ପକ୍ଷରୁ ସାମରିକ କୌଶଳ ପ୍ରଦର୍ଶନ କରାଯାଇଛି। ଏଥିରେ ରାଫେଲ,ସୁଖୋଇ ଓ ତେଜସ ଭଳି ଲଢୁଆ ଯୁଦ୍ଧ ବିମାନ ସାମିଲ ହୋଇଛନ୍ତି। ଆକାଶରେ ନିଜର ଶୌର୍ଯ୍ୟ ଓ ପରାକ୍ରମ ଦେଖାଇଛନ୍ତି ଫାଇଟର ଜେଟ୍। ରାଫେଲ ବାୟୁସେନାର ସବୁଠୁ ଅତ୍ୟାଧୁନିକ ଯୁଦ୍ଧ ବିମାନ। ରାଫେଲ ସାମିଲ ହେବା ପରେ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଛି। ସେହିଭଳି ବାୟୁସେନାର ଆକାଶ ଗଙ୍ଗା ଟିମ ଡେୟାର ଡେଭିଲ ସୋ ପ୍ରଦର୍ଶନ କରିଛନ୍ତି।

ମଝି ଆକାଶରେ ଭାରତୀୟ ବାୟୁସେନା ସମସ୍ତଙ୍କୁ ଗୋଟିଏ ବାର୍ତ୍ତା ଦେଉଥିଲା ଆମେ ବି କାହାଠାରୁ କମ ନୁହେଁ। ୧୯୩୨ ମସିହା ପରଠୁ ପ୍ରତିବର୍ଷ ଅକ୍ଟୋବର ୮ ତାରିଖରେ ବାୟୁସେନା ଦିବସ ପାଳନ କରାଯାଉଛି।

ଚଳିତ ବର୍ଷ ଭାରତୀୟ ବାୟୁସେନା ବିଜୟ ବର୍ଷ ଭାବେ ପାଳନ କରୁଛି। ଚଳିତବର୍ଷ ଭାରତ-ପାକିସ୍ତାନ ଯୁଦ୍ଧୁକ ୫୦ ବର୍ଷ ପୂରଣ ହେଉଥିବାରୁ ଭାରତୀୟ ବାୟୁସେନା ପକ୍ଷରୁ ଏଭଳି ଆୟୋଜନ କରାଯାଇଛି। ଆମେରିକା, ଚୀନ ଓ ଋଷିଆ ପରେ ଭାରତୀୟ ବାୟୁସେନା ବିଶ୍ୱରେ ଚତୁର୍ଥ ସ୍ଥାନରେ ଅଛି। ଭାରତୀୟ ବାୟୁସେନା ପାଖରେ ୧୪ ଶହ ଏୟାରକ୍ରାଫ୍ଟ ଥିବା ବେଳେ ଲକ୍ଷେ ୭୦ ହଜାରରୁ ଅଧିକ ଯବାନ ଓ ଅଧିକାରୀ ଅଛନ୍ତି।

Leave A Reply

Your email address will not be published.