ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଦମ୍ ଦେଖାଇଲା ବାୟୁସେନା

0

ନୂଆଦିଲ୍ଲୀ: ଆଜି ଭାରତୀୟ ବାୟୁସେନାର ୮୯ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଉତ୍ତରପ୍ରଦେଶ ଗାଜିଆବାଦର ହିଣ୍ଡନ ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ହିଣ୍ଡନ ଏୟାରବେସରେ ଦମ ଦେଖାଇଛି ବାୟୁସେନା। ଭାରତୀୟ ବାୟୁସେନାରେ ଥିବା ଲଢୁଆ ବିମାନ କେତେ ଶକ୍ତିଶାଳୀ ଆକାଶରେ ଏହି ପରାକ୍ରମ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାୟୁସେନା ଦିବସରେ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି।

ହିଣ୍ଡନ ଏୟାରବେସରେ ବାୟୁସେନାର ବିଭିନ୍ନ ବିମାନ ଓ ହେଲିକପ୍ଟର ପକ୍ଷରୁ ସାମରିକ କୌଶଳ ପ୍ରଦର୍ଶନ କରାଯାଇଛି। ଏଥିରେ ରାଫେଲ,ସୁଖୋଇ ଓ ତେଜସ ଭଳି ଲଢୁଆ ଯୁଦ୍ଧ ବିମାନ ସାମିଲ ହୋଇଛନ୍ତି। ଆକାଶରେ ନିଜର ଶୌର୍ଯ୍ୟ ଓ ପରାକ୍ରମ ଦେଖାଇଛନ୍ତି ଫାଇଟର ଜେଟ୍। ରାଫେଲ ବାୟୁସେନାର ସବୁଠୁ ଅତ୍ୟାଧୁନିକ ଯୁଦ୍ଧ ବିମାନ। ରାଫେଲ ସାମିଲ ହେବା ପରେ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଛି। ସେହିଭଳି ବାୟୁସେନାର ଆକାଶ ଗଙ୍ଗା ଟିମ ଡେୟାର ଡେଭିଲ ସୋ ପ୍ରଦର୍ଶନ କରିଛନ୍ତି।

ମଝି ଆକାଶରେ ଭାରତୀୟ ବାୟୁସେନା ସମସ୍ତଙ୍କୁ ଗୋଟିଏ ବାର୍ତ୍ତା ଦେଉଥିଲା ଆମେ ବି କାହାଠାରୁ କମ ନୁହେଁ। ୧୯୩୨ ମସିହା ପରଠୁ ପ୍ରତିବର୍ଷ ଅକ୍ଟୋବର ୮ ତାରିଖରେ ବାୟୁସେନା ଦିବସ ପାଳନ କରାଯାଉଛି।

ଚଳିତ ବର୍ଷ ଭାରତୀୟ ବାୟୁସେନା ବିଜୟ ବର୍ଷ ଭାବେ ପାଳନ କରୁଛି। ଚଳିତବର୍ଷ ଭାରତ-ପାକିସ୍ତାନ ଯୁଦ୍ଧୁକ ୫୦ ବର୍ଷ ପୂରଣ ହେଉଥିବାରୁ ଭାରତୀୟ ବାୟୁସେନା ପକ୍ଷରୁ ଏଭଳି ଆୟୋଜନ କରାଯାଇଛି। ଆମେରିକା, ଚୀନ ଓ ଋଷିଆ ପରେ ଭାରତୀୟ ବାୟୁସେନା ବିଶ୍ୱରେ ଚତୁର୍ଥ ସ୍ଥାନରେ ଅଛି। ଭାରତୀୟ ବାୟୁସେନା ପାଖରେ ୧୪ ଶହ ଏୟାରକ୍ରାଫ୍ଟ ଥିବା ବେଳେ ଲକ୍ଷେ ୭୦ ହଜାରରୁ ଅଧିକ ଯବାନ ଓ ଅଧିକାରୀ ଅଛନ୍ତି।

Leave A Reply

Your email address will not be published.