ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

କୁଆଡେ ଗଲେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ?

0

କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ଫେରାର । ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ ସମନ ପରେ ବି ଆଜି ସେ ହାଜର ହୋଇନାହାନ୍ତି । ଆଶିଷଙ୍କ ଘର ଆଗରେ ନୋଟିସ ଲଗାଇ ଆଜି ଦିନ ୧୦ଟା ସୁ୍‌ଦ୍ଧା ହାଜର ପାଇଁ କହିଥିଲା । ହେଲେ ସେ ହାଜର ହୋଇନାହାନ୍ତି । ଆଶିଷ ମିଶ୍ରା କୁଆଡେ ଫେରାର ଅଛନ୍ତି କାହାକୁ ଜଣାନଥିବା ବେଳେ ତାଙ୍କ ସଂର୍ପକୀୟ ଭାଇ ଅମିତ ମିଶ୍ରାଙ୍କ ପ୍ରତିକ୍ରୟା ମିଳିଛି । ଅମିତ ମିଶ୍ରା କହିଛନ୍ତି, ଆଶିଷ ଖୁବ ଶୀଘ୍ର ତଦନ୍ତରେ ସାମିଲ ହେବେ । ତେବେ ଆଶିଷ ନେପାଳ ଚାଲିଯାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଜାତୀୟ ଗଣମାଧ୍ୟମରେ ଆଶିଷଙ୍କ ଭାଇ ଅମିତ ମିଶ୍ରା କହିଛନ୍ତି ଯେ, ଆଶିଷ ମିଶ୍ରା ଫେରାର ହେବାର କୌଣସି କାରଣ ନାହିଁ । ଆଶିଷ ଏସଆଇଟି ପାଖରେ ହାଜର ହେବେ । ଏବେ ନହେଲେ ବି ସନ୍ଧ୍ୟା ସୁଦ୍ଧା ଆଶିଷ ଏସଆଇଟି ପାଖରେ ପହଞ୍ଚିବେ ବୋଲି ସେ ଦାବି କରିଛନ୍ତି । ଅମିତ କହିଛନ୍ତି ଯେ ଏହା କଂଗ୍ରେସ ଦ୍ୱାରା ପ୍ରସାରିତ ପ୍ରଚାର । ଆଶିଷ ହିଂସାକାଣ୍ଡ ଦିନ ବନଭେରପୁର ଥିଲେ । ଅର୍ଥାତ ଘଟଣା ସ୍ଥଳରେ ନଥିଲେ ।

ସେ ଏହା ବି କହିଛନ୍ତି ଯେ,, ଆଶିଷଙ୍କ ବିଷୟରେ ସମସ୍ତ ମନଗଢା କଥା କୁହାଯାଇଛି । ସେ କୌଣସି ଦୌଡି ପଳାଇଥିବା ଅପରାଧୀ ନୁହଁନ୍ତି । ସେହିପରି ଭାଇରାଲ ହେଉଥିବା ଭିଡିଓରେ କିଛି ଦୃଶ୍ୟମାନ ହେଉନାହିଁ । ଡ୍ରାଇଭର ହିଁ ଗାଡି ଚଲାଉଥିବାର ଭିଡିଓରେ ଦେଖିବାକୁ ମିଳିଛି । ଆଶିଷଙ୍କୁ ଯାହା ପ୍ରମାଣ ଦେବାର ଥିଲା ଦେଇସାରିଛନ୍ତି । ପୁଲିସ ଗତକାଲି ରାତିରେ ସମନ ଜାରି କଲା । ତେଣୁ ଆଶିଷଙ୍କ ସହ ଯୋଗାଯୋଗ ହୋଇପାରିନାହିଁ । ତେବେ ସନ୍ଧ୍ୟା ସୁଦ୍ଧା ସେ ହାଜର ହେବେ ବୋଲି ଅମିତ ମିଶ୍ରା କହିଛନ୍ତି ।

ଆଶିଷ ମିଶ୍ରାଙ୍କ ସହ ସୁମିତ ଜେଶୱାଲାଙ୍କୁ ମଧ୍ୟ ପୁଲିସ ଖୋଜୁଛି । ଗିରଫ ହୋଇଥିବା ୨ ଜଣ ଆଶିଷ ପାଣ୍ଡେ ଓ ଲବ କୁଶଙ୍କ ବୟାନ ଆଧାରରେ ହିଁ ସୁମିତ ଜେଶୱାଲାଙ୍କୁ ପୁଲିସ ଖୋଜୁଛି । ଲଖିମପୁର ଖେରି କୃଷକ ଆନ୍ଦୋଳନ ଚାଲୁଥିବା ସମୟରେ ୪ ଜଣ କୃଷକଙ୍କ ଉପରେ କାର ଚଢିଯାଇଥିଲା । ଏଥିରେ ୪ ଜଣ କୃଷକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ହିଂସାକାଣ୍ଡରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ମୋଟ ୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ପୁଲିସ ଖୋଜୁଛି । ସେ କୃଷକଙ୍କ ଉପରେ କାର ଚଢାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.