ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଆଜି ବି ବଢିଲା ତୈଳ ଦର…

0

ଭୁବନେଶ୍ବର: ଆଜି ବି ବଢିଲା ତେଲ ଦର। ଦେଶରେ କ୍ରମାଗତ ଭାବରେ ତୈଳ ଦର ବଢିଚାଲିଛି। ଲଗାତର ସପ୍ତମ ଦିନରେ ତୈଳ ଦର ବୃଦ୍ଧି ପାଇଛି।ପେଟ୍ରୋଲ ଲିଟର ପିଛା ୩୦ ପଇସା ମହଙ୍ଗା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ହୋଇଛି। ୧୦ ଦିନରେ ପେଟ୍ରୋଲ ମୂଲ୍ୟରେ ୨ ଟଙ୍କା ୮୦ ପଇସା ବୃଦ୍ଧି ହୋଇଛି। ସେହିପରି ୧୦ ଦିନରେ ଡିଜେଲ ୩ଟଙ୍କା ୩୦ ପଇସା ବଢିଛି। ଦର ବୃଦ୍ଧିକୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୧୦୪.୪୪ ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ ଲିଟର ପିଛା ୯୩.୧୭ ଟଙ୍କାରେ ପହଞ୍ଚିଛି। ଏହା ବ୍ୟତୀତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୮୨ ଡଲାର ଅତିକ୍ରମ କରିଛି।

ଦେଶର ୨୬ଟି ରାଜ୍ୟରେ ପେଟ୍ରୋଲ ଦର ଶତକ ଉପରେ ରହିଛି>ଜମ୍ମୁ କାଶ୍ମୀର, ଆନ୍ଧ୍ର ପ୍ରଦେଶ, ବିହାର,ମହାରାଷ୍ଟ୍ର, କର୍ଣ୍ଣାଟକ,ମଣିପୁର, ନାଗାଲାଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼,ଦିଲ୍ଲୀ, ପୁଡୁଚେରୀ ,ତେଲେଙ୍ଗାନା, ପଞ୍ଜାବ,ସିକିମ, ଓଡିଶା, ପଶ୍ଚିମବଙ୍ଗ, ତ୍ରିପୁରା, ରାଜସ୍ଥାନର ସବୁ ଜିଲ୍ଲାରେ ପେଟ୍ରୋଲ ଦର ଶହେ ପାର କରିସାରିଥିବା ବେଳେ ଡିଜେଲ ଦର ମଧ୍ୟ ଶହେ ପାଖାପାଖି ରହିଛି। ପ୍ରତିଦିନ ସକାଳ ୬ଟାରେ ଆଇଓସିଏଲ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି
କରିଥାଏ।

Leave A Reply

Your email address will not be published.