ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ବାଘ ନେଇଗଲା ମଣିଷ ଛୁଆ

0

ବାଘ ନେଇଗଲା ମଣିଷ ଛୁଆ । ଏହା କୌଣସି ଫିଲ୍ମର କାହାଣୀ ନୁହେଁ । ଛତିଶଗଡ଼ ରାଇଘରରେ ଆଜି ଘଟିଛି ଏଭଳି ଅଘଟଣ । ପରିବାର ଲୋକଙ୍କ ଆଖି ଆଗରେ ବାଘ ଶିଶୁଟିକୁ ଝାମ୍ପିନେଇଥିଲେ ମଧ୍ୟ କେହି କିଛି କରିପାରିନଥିଲେ । ଶିଶୁପୁତ୍ରଟିକୁ ଝାମ୍ପି ନେଇ ଚିତାବାଘ କିଛି ବାଟ ଗଲା ପରେ ଛାଡିଦେଇଥିଲା । ବାଘ ପାଟିରୁ ସିନା ବଞ୍ଚିଗଲା ହେଲେ ହସ୍ପିଟାଲରେ ଆଖିବୁଜିଦେଇଛି ଶିଶୁ ପୁତ୍ର ।

ନବରଙ୍ଗପୁର ତୁହୁଡି ଗାଁର ନରେନ୍ଦ୍ର ମରକାମଙ୍କ ପରିବାର ଲୋକ ଆଜି ମନ୍ଦିର ଦର୍ଶନ ପାଇଁ ବାହାରିଥିଲେ । ଛତିଶଗଡ ସିହାୱା ନିକଟସ୍ଥ ମନ୍ଦିରକୁ ପରିବାର ସହ ଯାଉଥିଲେ । ହେଲେ ହଠାତ କେଉଁଠି ଥିବା ଚିତାବାଘଟି ସାମନାକୁ ପଳାଇଆସିଥିଲା । ସମସ୍ତେ ଜୀବନ ବଞ୍ଚାଇବାକୁ ଏଣେତେଣେ ଦୌଡିଥିଲେ । ହେଲେ ନରେନ୍ଦ୍ର ମରକାମଙ୍କ ୬ ବର୍ଷର ପୁଅ ଅମିତ ଦୌଡିନପାରି ପଡିଯାଇଥିଲା ବାଘ ହାବୁଡରେ ।

କେହି କିଛି ଭାବିବା ଆଗରୁ ଆଖି ପିଛୁଳାକେ ଚିତାବାଘଟି ୬ ବର୍ଷର ଶିଶୁଟିକୁ ଝାମ୍ପି ନେଇ ଦୌଡିଥିଲା । ସମସ୍ତେ ଚିତ୍କାର କରିଥିଲେ ମଧ୍ୟ କେହି କିଛି କରିପାରିନଥିଲେ । ଶେଷରେ ଗାଁ ଲୋକ ଓ ବନବିଭାଗ ବାଘଟିକୁ ଗୋଡାଇଥିଲୋ ଶିଶୁପୁତ୍ରଟିକୁ ଚିତାବାଘ ଝାମ୍ପି ନେଇ ପାହାଡ଼ ଆଡକୁ ପଳାଉଥିବା ବେଳେ ଅଧାବାଟରେ ଛାଡିଦେଇଥିଲା । ହେଲେ ବାଘ ମୁହଁରୁ ସିନା ଶିଶୁପୁତ୍ରଟି ଜୀବନ ବଞ୍ଚିଯାଇଥିଲା । ହେଲେ ବାଘ ଝାମ୍ପିକି ନେବା ପରେ ଶିଶୁଟି କ୍ଷତାକ୍ତ
ହୋଇଯାଇଥିଲା । ସାଙ୍ଗେ ସାଙ୍ଗେ ଅମିତକୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ହସ୍ପିଟାଲରେ ପହଞ୍ଚିବା ପରେ ସବୁଦିନ ପାଇଁ ଆଖିବୁଜିଛି ୬ ବର୍ଷର ଶିଶୁପୁତ୍ର ।

ସେହି ଅଞ୍ଚଳ ରେ ବାଘଟିକୁ ପ୍ରଥମେ ହନୁମାନ ମନ୍ଦିର ପାଖରେ ଦେଖିବାକୁ ମିଳିଥିଲା । ହେଲେ ଆଜି ଏଭଳି ଯେ ଏକ ଅଘଟଣ ଘଟିବ କେହି ଚିନ୍ତା ବି କରିନଥିଲେ । ଏଭଳି ଘଟଣା ପରେ ସ୍ଥାନୀୟ ଅ ଳରେ ଭୟର ବାତାବରଣ ଖେଳିଯାଇଛି । ବାଘ ଭୟରେ ଲୋକେ ଘରୁ ବାହାରକୁ ବାହାରୁନାହାଁନ୍ତି ।

Leave A Reply

Your email address will not be published.