ପ୍ରମୁଖ ଖବର

ସୁଜାତାଙ୍କୁ ଅର୍ଥ ବିଭାଗକୁ ବଦଳି, ମିଶନଶକ୍ତି ବିଭାଗ ଦାୟିତ୍ୱରେ ଶାଳିନୀ ପଣ୍ଡିତ
ସୁଜାତାଙ୍କ ପାଖରେ ଥିବା ଦୁଇ ବିଭାଗର ଦାୟିତ୍ୱ ଶାଳିନୀ ପଣ୍ଡିତଙ୍କୁ ଦିଆଯାଇଛି
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ
ଆସନ୍ତା ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପ୍ରାର୍ଥିପତ୍ର ପତ୍ର ଦାଖଲ କରିବେ
ଶନିବାର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଘସିପୁରା ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ

ବାଘ ନେଇଗଲା ମଣିଷ ଛୁଆ

0

ବାଘ ନେଇଗଲା ମଣିଷ ଛୁଆ । ଏହା କୌଣସି ଫିଲ୍ମର କାହାଣୀ ନୁହେଁ । ଛତିଶଗଡ଼ ରାଇଘରରେ ଆଜି ଘଟିଛି ଏଭଳି ଅଘଟଣ । ପରିବାର ଲୋକଙ୍କ ଆଖି ଆଗରେ ବାଘ ଶିଶୁଟିକୁ ଝାମ୍ପିନେଇଥିଲେ ମଧ୍ୟ କେହି କିଛି କରିପାରିନଥିଲେ । ଶିଶୁପୁତ୍ରଟିକୁ ଝାମ୍ପି ନେଇ ଚିତାବାଘ କିଛି ବାଟ ଗଲା ପରେ ଛାଡିଦେଇଥିଲା । ବାଘ ପାଟିରୁ ସିନା ବଞ୍ଚିଗଲା ହେଲେ ହସ୍ପିଟାଲରେ ଆଖିବୁଜିଦେଇଛି ଶିଶୁ ପୁତ୍ର ।

ନବରଙ୍ଗପୁର ତୁହୁଡି ଗାଁର ନରେନ୍ଦ୍ର ମରକାମଙ୍କ ପରିବାର ଲୋକ ଆଜି ମନ୍ଦିର ଦର୍ଶନ ପାଇଁ ବାହାରିଥିଲେ । ଛତିଶଗଡ ସିହାୱା ନିକଟସ୍ଥ ମନ୍ଦିରକୁ ପରିବାର ସହ ଯାଉଥିଲେ । ହେଲେ ହଠାତ କେଉଁଠି ଥିବା ଚିତାବାଘଟି ସାମନାକୁ ପଳାଇଆସିଥିଲା । ସମସ୍ତେ ଜୀବନ ବଞ୍ଚାଇବାକୁ ଏଣେତେଣେ ଦୌଡିଥିଲେ । ହେଲେ ନରେନ୍ଦ୍ର ମରକାମଙ୍କ ୬ ବର୍ଷର ପୁଅ ଅମିତ ଦୌଡିନପାରି ପଡିଯାଇଥିଲା ବାଘ ହାବୁଡରେ ।

କେହି କିଛି ଭାବିବା ଆଗରୁ ଆଖି ପିଛୁଳାକେ ଚିତାବାଘଟି ୬ ବର୍ଷର ଶିଶୁଟିକୁ ଝାମ୍ପି ନେଇ ଦୌଡିଥିଲା । ସମସ୍ତେ ଚିତ୍କାର କରିଥିଲେ ମଧ୍ୟ କେହି କିଛି କରିପାରିନଥିଲେ । ଶେଷରେ ଗାଁ ଲୋକ ଓ ବନବିଭାଗ ବାଘଟିକୁ ଗୋଡାଇଥିଲୋ ଶିଶୁପୁତ୍ରଟିକୁ ଚିତାବାଘ ଝାମ୍ପି ନେଇ ପାହାଡ଼ ଆଡକୁ ପଳାଉଥିବା ବେଳେ ଅଧାବାଟରେ ଛାଡିଦେଇଥିଲା । ହେଲେ ବାଘ ମୁହଁରୁ ସିନା ଶିଶୁପୁତ୍ରଟି ଜୀବନ ବଞ୍ଚିଯାଇଥିଲା । ହେଲେ ବାଘ ଝାମ୍ପିକି ନେବା ପରେ ଶିଶୁଟି କ୍ଷତାକ୍ତ
ହୋଇଯାଇଥିଲା । ସାଙ୍ଗେ ସାଙ୍ଗେ ଅମିତକୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ହସ୍ପିଟାଲରେ ପହଞ୍ଚିବା ପରେ ସବୁଦିନ ପାଇଁ ଆଖିବୁଜିଛି ୬ ବର୍ଷର ଶିଶୁପୁତ୍ର ।

ସେହି ଅଞ୍ଚଳ ରେ ବାଘଟିକୁ ପ୍ରଥମେ ହନୁମାନ ମନ୍ଦିର ପାଖରେ ଦେଖିବାକୁ ମିଳିଥିଲା । ହେଲେ ଆଜି ଏଭଳି ଯେ ଏକ ଅଘଟଣ ଘଟିବ କେହି ଚିନ୍ତା ବି କରିନଥିଲେ । ଏଭଳି ଘଟଣା ପରେ ସ୍ଥାନୀୟ ଅ ଳରେ ଭୟର ବାତାବରଣ ଖେଳିଯାଇଛି । ବାଘ ଭୟରେ ଲୋକେ ଘରୁ ବାହାରକୁ ବାହାରୁନାହାଁନ୍ତି ।

Leave A Reply

Your email address will not be published.