ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଏଣିକି ପିଲାଙ୍କୁ କରୋନା ଟିକା

0

କରୋନା ମହାମାରୀ ବିରୋଧରେ ଲଢେଇ ଜାରି ରହିଥିବା ବେଳେ ଆସିଛି ଖୁସି ଖବର । ଏଣିକି ପିଲାଙ୍କୁ ମିଳିବ କରୋନା ଟିକା । ୨ରୁ ୧୮ ବର୍ଷ ପିଲାଙ୍କୁ କରୋନା ଟିକା ଦେବା ନେଇ ଡିସିଜିଆଇ ଅନୁମତି ଦେଇଛି । ପିଲାଙ୍କୁ କୋଭାକ୍ସିନର ୨ଟି ଡୋଜ ଦେବାକୁ ଡିସିଜିଆଇ ମଞ୍ଜୁରୀ ଦେଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଲାଙ୍କୁ ଟିକା ନେଇ ଗାଇଡଲାଇନ ଜାରି ପରେ ଆରମ୍ଭ ହେବା ଟିକାକରଣ ପ୍ରକ୍ରିୟା ।

ଭାରତ ବାୟୋଟେକ ପିଲାଙ୍କୁ କରୋନା ଟିକା ନେଇ ଫେଜ ଟୁ ଓ ଫେଜ ଥ୍ରୀ ଟ୍ରାଏଲ କରିଥିଲା । ଟ୍ରାଏଲରେ ପିଲାଙ୍କ କୌଣସି କ୍ଷତି ହୋଇନଥିବା ପ୍ରମାଣିତ ହୋଇଛି । ଟ୍ରାଏଲ ଶେଷ ପରେ ଡିସିଜିଆଇକୁ ଭାରତ ବାୟୋଟେକ ରିପୋର୍ଟ ଦେଇଥିଲା । ଏବେ ଡିସିଜିଆଇ କୋଭାକ୍ସିନକୁ ଅନୁମୋଦନ କରିଛି । ଭାରତ ବାୟୋଟେକ ଓ ଆଇସିଏମଆର ମିଶି କୋଭାକ୍ସିନ ଟିକା ବିକଶିତ କରିଥିଲେ । ଏହା ସ୍ୱଦେଶୀ କରୋନା ଟିକା । କରୋନା ଭାଇରସ ବିରୋଧରେ କୋଭାକ୍ସିନ କ୍ଲିନିକାଲ ଟ୍ରାଏଲରେ ୭୮ ପ୍ରତିଶତ ପ୍ରଭାବଶାଳୀ ପ୍ରମାଣିତ ହୋଇଛି ।

ଆଗକୁ କରୋନା ତୃତୀୟ ଲହର ଆସିବାର ସମ୍ଭାବନା ଥିବାରୁ ଏହା ପୂର୍ବରୁ ଶିଶୁଙ୍କୁଏହି ଟିକା ଦିଆଯିବ ଖୁବ ପ୍ରଭାବୀ ସାବ୍ୟସ୍ତ ହେବ । ଯଦି ତୃତୀୟ ଲହର ପୂର୍ବରୁ ପିଲାଙ୍କୁ କରୋନା ଟିକା ମିଳେ ତେବେ ଦେଶ ପାଇଁ ଏହା ଏକ ବଡ଼ ଉପଲବ୍ଧି ହେବ । ସୂଚନା ଅନୁସାରେ ସେହି ପିଲାଙ୍କୁ ଆଗ କରୋନା ଟିକା ଦିଆଯିବ,ଯାହାଙ୍କ ଶ୍ୱାସ ସମସ୍ୟା ରହିଛି । ସରକାର ଡାକ୍ତରଖାନାରେ ଏହି ଟିକା ମାଗଣାରେ ମିଳିବ ।

ଦେଶରେ ଏବେ ୮୦ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆସରିଲାଣି । ଦେଶରେ କରୋନାକୁ ମାତ ଦେବା ପାଇଁ ଟିକାକରଣକୁ ବ୍ୟାପକ କରିଛନ୍ତି କେନ୍ଦ୍ର ସରକାର । ସଂକ୍ରମଣ ସାମାନ୍ୟ ହ୍ରାସ ପାଇବା ପରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲାଯାଇ ଶ୍ରେଣୀ ଗୃହରେ ପାଠପଢା ଆରମ୍ଭ ହୋଇଛି । ଆଗକୁ ପ୍ରାଥମିକ ସ୍ତରରେ ସ୍କୁଲ ଖୋଲିବାକୁ ଯୋଜନା ରଖିଛନ୍ତି ସରକାର । ଏହାରି ଭିତରେ ଶିଶୁଙ୍କୁ ପାଇଁ କୋଭାକ୍ସିନ ଟିକାକୁ ଅନୁମତି ମିଳିବ ସାମାନ୍ୟ ଆଶ୍ୱସ୍ତି ଆଣିଛି ।

Leave A Reply

Your email address will not be published.