ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଏଣିକି ପିଲାଙ୍କୁ କରୋନା ଟିକା

0

କରୋନା ମହାମାରୀ ବିରୋଧରେ ଲଢେଇ ଜାରି ରହିଥିବା ବେଳେ ଆସିଛି ଖୁସି ଖବର । ଏଣିକି ପିଲାଙ୍କୁ ମିଳିବ କରୋନା ଟିକା । ୨ରୁ ୧୮ ବର୍ଷ ପିଲାଙ୍କୁ କରୋନା ଟିକା ଦେବା ନେଇ ଡିସିଜିଆଇ ଅନୁମତି ଦେଇଛି । ପିଲାଙ୍କୁ କୋଭାକ୍ସିନର ୨ଟି ଡୋଜ ଦେବାକୁ ଡିସିଜିଆଇ ମଞ୍ଜୁରୀ ଦେଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଲାଙ୍କୁ ଟିକା ନେଇ ଗାଇଡଲାଇନ ଜାରି ପରେ ଆରମ୍ଭ ହେବା ଟିକାକରଣ ପ୍ରକ୍ରିୟା ।

ଭାରତ ବାୟୋଟେକ ପିଲାଙ୍କୁ କରୋନା ଟିକା ନେଇ ଫେଜ ଟୁ ଓ ଫେଜ ଥ୍ରୀ ଟ୍ରାଏଲ କରିଥିଲା । ଟ୍ରାଏଲରେ ପିଲାଙ୍କ କୌଣସି କ୍ଷତି ହୋଇନଥିବା ପ୍ରମାଣିତ ହୋଇଛି । ଟ୍ରାଏଲ ଶେଷ ପରେ ଡିସିଜିଆଇକୁ ଭାରତ ବାୟୋଟେକ ରିପୋର୍ଟ ଦେଇଥିଲା । ଏବେ ଡିସିଜିଆଇ କୋଭାକ୍ସିନକୁ ଅନୁମୋଦନ କରିଛି । ଭାରତ ବାୟୋଟେକ ଓ ଆଇସିଏମଆର ମିଶି କୋଭାକ୍ସିନ ଟିକା ବିକଶିତ କରିଥିଲେ । ଏହା ସ୍ୱଦେଶୀ କରୋନା ଟିକା । କରୋନା ଭାଇରସ ବିରୋଧରେ କୋଭାକ୍ସିନ କ୍ଲିନିକାଲ ଟ୍ରାଏଲରେ ୭୮ ପ୍ରତିଶତ ପ୍ରଭାବଶାଳୀ ପ୍ରମାଣିତ ହୋଇଛି ।

ଆଗକୁ କରୋନା ତୃତୀୟ ଲହର ଆସିବାର ସମ୍ଭାବନା ଥିବାରୁ ଏହା ପୂର୍ବରୁ ଶିଶୁଙ୍କୁଏହି ଟିକା ଦିଆଯିବ ଖୁବ ପ୍ରଭାବୀ ସାବ୍ୟସ୍ତ ହେବ । ଯଦି ତୃତୀୟ ଲହର ପୂର୍ବରୁ ପିଲାଙ୍କୁ କରୋନା ଟିକା ମିଳେ ତେବେ ଦେଶ ପାଇଁ ଏହା ଏକ ବଡ଼ ଉପଲବ୍ଧି ହେବ । ସୂଚନା ଅନୁସାରେ ସେହି ପିଲାଙ୍କୁ ଆଗ କରୋନା ଟିକା ଦିଆଯିବ,ଯାହାଙ୍କ ଶ୍ୱାସ ସମସ୍ୟା ରହିଛି । ସରକାର ଡାକ୍ତରଖାନାରେ ଏହି ଟିକା ମାଗଣାରେ ମିଳିବ ।

ଦେଶରେ ଏବେ ୮୦ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆସରିଲାଣି । ଦେଶରେ କରୋନାକୁ ମାତ ଦେବା ପାଇଁ ଟିକାକରଣକୁ ବ୍ୟାପକ କରିଛନ୍ତି କେନ୍ଦ୍ର ସରକାର । ସଂକ୍ରମଣ ସାମାନ୍ୟ ହ୍ରାସ ପାଇବା ପରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲାଯାଇ ଶ୍ରେଣୀ ଗୃହରେ ପାଠପଢା ଆରମ୍ଭ ହୋଇଛି । ଆଗକୁ ପ୍ରାଥମିକ ସ୍ତରରେ ସ୍କୁଲ ଖୋଲିବାକୁ ଯୋଜନା ରଖିଛନ୍ତି ସରକାର । ଏହାରି ଭିତରେ ଶିଶୁଙ୍କୁ ପାଇଁ କୋଭାକ୍ସିନ ଟିକାକୁ ଅନୁମତି ମିଳିବ ସାମାନ୍ୟ ଆଶ୍ୱସ୍ତି ଆଣିଛି ।

Leave A Reply

Your email address will not be published.