ପ୍ରମୁଖ ଖବର

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍
ଆତ୍ମସମର୍ପଣ କଲେ ୩୧ ମାଓବାଦୀ
ବାଲେଶ୍ୱର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ କାର୍ ଭିତରୁ ୧୩୦ କିଲୋ ଗଞ୍ଜେଇ ଜବତ
ପଞ୍ଜାବର ଜଳନ୍ଧରରେ ଭାଜପା ନେତା ମନୋରଞ୍ଜନ କାଳିଆଙ୍କ ଘର ବାହାରେ ଏକ ବିସ୍ଫୋରଣ

ୟୁଜିସି ତାଲିକାରେ ସାମିଲ ହେଲା ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ

0

ନୂଆଦିଲ୍ଲୀ/ଭୁବନେଶ୍ୱର, ଅକ୍ଟୋବର ୧୩ – କଟକ ସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ୟୁନିଭରସିଟି ଗ୍ରାଂଟ କମିସନ (ୟୁଜିସି) ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୃକ୍ତ କରିଛି ବୋଲି ଟ୍ୱିଟ୍ କରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ କଟକ ସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ୟୁଜିସି ଅଧିନିୟମ ୧୯୫୬, ଧାରା ୨(ଏଫ୍‌) ଅନୁଯାୟୀ ୟୁନିଭରସିଟି ଗ୍ରାଂଟ୍ କମିସନ (ୟୁଜିସି) ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୃକ୍ତ କରିଛି । ୟୁଜିସି ଅଧିନିୟମ୧୯୫୬, ଧାରା ୧୨(ବି) ଅନୁସାରେ ଏହି ବିଶ୍ୱବିଦ୍ୟାଳୟ ଖୁବ ଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇବ ।

ଏହା ନିଶ୍ଚିତ ଭାବରେ ଓଡ଼ିଶାର ଆଇନ ବିଦ୍ୟାର୍ଥୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତି ଅନୁସାରେ ଛାତ୍ରଛାତ୍ରୀଙ୍କୁ ନୂଆ ପରିଚୟ ଦେବ ଏବଂ ରାଜ୍ୟରେ ଆଇନ ଶିକ୍ଷାର ମାନ ବଢ଼ାଇବ ବୋଲି ଆଶା କରୁଛି । ଜାତୀୟ ଶିକ୍ଷା ନୀତି ଅନୁସାରେ କେନ୍ଦ୍ର ସରକାର ଉଚ୍ଚ ଶିକ୍ଷା ଦୃଶ୍ୟପଟ୍ଟରେ ପରିବର୍ତନ ଆଣିବା ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି ।

Leave A Reply

Your email address will not be published.