ପ୍ରମୁଖ ଖବର

ସୁଜାତାଙ୍କୁ ଅର୍ଥ ବିଭାଗକୁ ବଦଳି, ମିଶନଶକ୍ତି ବିଭାଗ ଦାୟିତ୍ୱରେ ଶାଳିନୀ ପଣ୍ଡିତ
ସୁଜାତାଙ୍କ ପାଖରେ ଥିବା ଦୁଇ ବିଭାଗର ଦାୟିତ୍ୱ ଶାଳିନୀ ପଣ୍ଡିତଙ୍କୁ ଦିଆଯାଇଛି
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ
ଆସନ୍ତା ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପ୍ରାର୍ଥିପତ୍ର ପତ୍ର ଦାଖଲ କରିବେ
ଶନିବାର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଘସିପୁରା ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ

କେରଳରେ ଜଳପ୍ରଳୟ

0

କେରଳରେ ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ସଙ୍ଗୀନ ହୋଇପଡିଛି। ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ୬ ଜିଲ୍ଲାରେ ରେଡ ଆଲର୍ଟ ଜାରି କରିଛି।ସାତ ଜିଲ୍ଲାରେ ଅରେଞ୍ଜ ଏବଂ ଦୁଇ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି। ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ ସହ ବନ୍ୟା ସ୍ଥିତି ଉପୁଜିଛି। କୋଟାୟମ ଓ ଉଡୁକି ଜିଲ୍ଲାରେ ଭୂସ୍ଖଳନ ହୋଇ ଗୋଟିଏ ପରିବାର ନିଶ୍ଚିହ୍ନ ହୋଇଯାଇଛି। ଏଯାଏ ୭ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଲୋକ ନିଖୋଜ ଅଛନ୍ତି।

ଲଗାଣ ବର୍ଷା ଫଳରେ ରାସ୍ତା ଉପରେ କାର, ବାଇକ ଭାସିଯିବା ସହ ଅନେକ ଅଞ୍ଚଳରେ ଘର ମଧ୍ୟ ବୁଡିଯାଇଛି। ପରିସ୍ଥିତି ବିଗୁଡୁଥିବାରୁ ଉଦ୍ଧାର କାମ ପାଇଁ
ରାଜ୍ୟ ସରକାର ସହାୟତା ଲୋଡିଛନ୍ତି। ଉଦ୍ଧାର କାର୍ଯ୍ୟରେ ୧୧ ଏନଡିଆରଏଫ ଟିମ,ଏୟାରଫୋର୍ସ ,ହେଲିକପ୍ଟର ଓ ନୌସେନା ବାହିନୀଙ୍କୁ ନିୟୋଜିତ କରାଯାଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ।

ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି ଯେ, କେରଳ ୬ ଜିଲ୍ଲା ପୃଥ୍ୱୀମତା,କୋଟାୟାମ, ଏର୍ନାକୁଲମ,ଇଡୁକି, ଥ୍ରୁସର ପ୍ରବଳ ବର୍ଷା ହେବ। ଦକ୍ଷିଣ ରାଜ୍ୟରେ ବର୍ଷାରେ ଅନେକ ଲୋକ ଆହତ ହୋଇଛନ୍ତି ଓ ବିସ୍ଥାପିତ ହୋଇଛନ୍ତି। କେରଳର ପ୍ରାୟ ସବୁ ଡ୍ୟାମ ପୂରିବା ସ୍ଥିତିରେ ଅଛି। ଅନେକ ଜିଲ୍ଲାରେ ପାହାଡ଼ ଅଞ୍ଚଳରେ ଥିବା ଛୋଟ ସହର ଓ ଗାଁ ଗୁଡିକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି।

ଆଇଏମଡି ଏକ ବିବୃତିରେ କହିଛି, କେରଳ ଉପକୂଳରୁ ଦକ୍ଷିଣ ପୂର୍ବ ଆରବ ସାଗର ଉପରେ କମ ଚାପ ଥିବାରୁ ଆଜି କେରଳର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୧୯ ଅକ୍ଟୋବର ସକାଳୁ ବର୍ଷା କମିବ ବୋଲି ଅନୁମାନ କରାଯାଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ ଆସନ୍ତା ୨୪ ଘଣ୍ଟା ଯାଏ ଲୋକଙ୍କୁ ଘରୁ ନବାହାରିବା ସହ ସତର୍କ ରହିବାକୁ କହିଛନ୍ତି। ବର୍ଷା ଯୋଗୁଁ ସ୍କୁଲ କଲେଜ ବନ୍ଦ କରିଦିଆଯାଇଛି। ସାବରିମାଳା ମନ୍ଦିର ମଧ୍ୟ ଏବେ ନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.