ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭାରତୀୟ ସୀମାରେ ଉଡିଲା ନେପାଳ ବିମାନ

0

ନୂଆଦିଲ୍ଲୀ: ଭାରତୀୟ ସୀମାରେ ପୁଣି ପଶିଲା ନେପାଳ ବିମାନ। ନେପାଳ ବିମାନ ଭାରତୀୟ ସୀମାରେ ଉଡୁଥିବାର ଦେଖି ସୁରକ୍ଷାବାହିନୀ ସଜାଗ ହୋଇଯାଇଛନ୍ତି। କୁହାଯାଉଛି ଯେ, ବିମାନଟି ନେପାଳକୁ ଲାଗି ରହିଥିବା ବିହାର ମହରାଜଗଞ୍ଜ ଜିଲ୍ଲାର ସୋନାଉଲି ସହର ଉପରେ ଦୀର୍ଘ ସମୟ ଧରି ଉଡୁଥିବାର ଦେଖିବାକୁ ମିଳିଥିଲା।

ସୂଚନା ଅନୁସାରେ,ନେପାଳର ଗୌତମବୁଦ୍ଧ ବିମାନବନ୍ଦରରେ ଲ୍ୟାଣ୍ଡିଂ ସମୟରେ ଏକ ବିମାନ ଭାରତୀୟ ସୀମାର ପ୍ରାୟ ୪୦୦ ମିଟର ଭିତରକୁ ପଶିଆସିଥିଲା। ଶୁକ୍ରବାର ଦିନ ଗୋଟାଏରେ ଏଭଳି ଘଟଣା ଘଟିଥିଲା। ବିମାନଟି କିଛି ସମୟ ଧରି ଭାରତୀୟ ସୀମାରେ ଉଡିବା ପରେ ଫେରିଯାଇଥିଲା। ଏହି ଘଟଣା ପରେ ଭରହା ଷ୍ଟେସନ ଅଧିକ୍ଷକ ଦର୍ଶନ ଧୀମ୍ରେ କହିଛନ୍ତି ଯେ, ଖରାପ ପାଗ ଓ ଅବତରଣ ସଙ୍କେତ ଉପଲବ୍ଧ ନଥିବାରୁ ଏଭଳି ସମସ୍ୟା ଉପୁଜିଥାଏ।

ଯେତେବେଳେ ଉତ୍ତର ଦିଗରେ ପାଗ ଖରାପ ହୁଏ ବିମାନଟିକୁ ଦକ୍ଷିଣରେ ଅବତରଣ କରିବାକୁ ପଡେ। ନେପାଳ ବିମାନବନ୍ଦର ନିର୍ଦେଶକ କହିଛନ୍ତି ଯେ, ଭରହା ବିମାବନ୍ଦରରେ ସୁରକ୍ଷିତ ଅବତରଣ ପାଇଁ ବିମାନଟି ପ୍ରାୟ ୪ କିଲୋମିଟର ବ୍ୟାସାର୍ଦ୍ଧ ଆବଶ୍ୟକ କରେ। ଦକ୍ଷିଣ ଦିଗରେ ୩ କିଲୋମିଟର ଦୂରରେ ଭାରତୀୟ ସୀମା ପଡେ। ତେଣୁ ବାଧ୍ୟତାମୂଳକ କାରଣରୁ ବିମାନଟିକୁ ଭାରତୀୟ ସୀମାରେ ପ୍ରବେଶ କରିବାକୁ ପଡିଥାଏ। ବିମାନର ପାଇଲଟ ଗୋରଖପୁର ଓ
ବାରଣାସୀ ବିମାନବନ୍ଦରର ଟ୍ରାଫିକ କଣ୍ଟ୍ରୋଲର ଅନୁମତି ନେଇ ଭାରତୀୟ ଅଞ୍ଚଳରେ ଉଡାଣ କରନ୍ତି।

ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ନେପାଳର ବହୁ ବିମାନ ଭାରତୀୟ ସୀମାରେ ଉଡାଣ କରିଛନ୍ତି। ତେବେ ଏକ ବିଦେଶୀ ବିମାନ ଭାରତୀୟ ସୀମାରେ ପ୍ରବେଶ କରିବା ମାତ୍ରେ ହିଁ ଏହାର ସୂଚନା ରାଡାର ମଧ୍ୟ ପ୍ରାପ୍ତ ହୋଇଥାଏ।

Leave A Reply

Your email address will not be published.