ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

‘ରଦ୍ଦ ହେଉ ଭାରତ-ପାକିସ୍ତାନ ମ୍ୟାଚ’

0

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ପାକିସ୍ତାନର ଆତଙ୍କୀ କାର୍ଯ୍ୟକଳାପ ଯୋଗୁଁ ଗତ ସପ୍ତାହରେ ଭାରତର ୯ ସୈନିକ ସହିଦ ହୋଇଛନ୍ତି। ପାକିସ୍ତାନ ଆତଙ୍କବାଦୀ ଭାରତରେ ଲଗାତର ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି। ସୀମାରେ ଏନକାଉଣ୍ଟର ଜାରି ରହିଛି। ଆତଙ୍କୀମାନେ ଜମ୍ମୁ କାଶ୍ମୀରର ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ହତ୍ୟା କରୁଛନ୍ତି।

ଆଜିଠୁ ଟି-ଟ୍ବେଣ୍ଟି ବିଶ୍ୱକପ ଆରମ୍ଭ ହେଉଥିବା ବେଳେ ଆସନ୍ତା ୨୪ରେ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବ। ଏଭଳି ପରିସ୍ଥିତିରେ ପାକିସ୍ତାନ ସହିତ ଭାରତ ଖେଳିବା ଉଚିତ୍ ନୁହେଁ। ଏଣୁ ଏହି ମ୍ୟାଚ ବାତିଲ ପାଇଁ ଦାବି ଉଠିଲାଣି। ଏକଥା ଦାବି କରିଛନ୍ତି, ନିକଟରେ ଜମ୍ମୁ କାଶ୍ମୀରରେ ଆତଙ୍କୀଙ୍କ ଦ୍ବାରା ମୃତ୍ୟୁଦଣ୍ଡ ପାଇଁଥିବା ଗୁପୁଚୁପ ବିକାଳୀଙ୍କ ବାପା। ସେ କହିଛନ୍ତି ଯେ ଏହି ଖେଳ ବାତିଲ୍ ନେଇ କେନ୍ଦ୍ର ସରକାର ପଦକ୍ଷେପ ନେବା ଉଚିତ୍। କେବଳ ସେତିକି ନୁହେଁ, ସେ ଭାରତ ସରକାରଙ୍କ ଠାରୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ମଧ୍ୟ ଦାବି କରିଛନ୍ତି।

କେବଳ ଏହି ବ୍ୟକ୍ତି ନୁହେଁ, ପଞ୍ଜାବ ସରକାରର ଜଣେ ମନ୍ତ୍ରୀ ପର୍ଗତ ସିଂ ମଧ୍ୟ ସମାଦ ଦାବି କରିଛନ୍ତି। ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ ପର୍ଗତ ସିଂ କହିଛନ୍ତି ଯେ, ସୀମାରେ ଉତ୍ତେଜନା ଥିବାରୁ ଏହି ମ୍ୟାଚ ନହେବା ଉଚିତ। ସେ କହିଛନ୍ତି ଯେ, ଆମକୁ ମାନିବକତା ଉପରେ ଜଗି ରହିବାକୁ ପଡିବ। ଏପରି କିଛି କାର୍ଯ୍ୟ ଆମେ କରିବା ଉଚିତ ନୁହେଁ:, ଯାହା ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି କରିବ।

ପର୍ଗତ ସିଂ ଆହୁରି କହିଛନ୍ତି, ଯଦି ସୀମାରେ ଉତ୍ତେଜନା ଲାଗି ରହିବ ତେବେ ଆମର ବଳିଦାନ ମଧ୍ୟ ବୃଦ୍ଧି ପାଇବ। ଯେତିକି ଆମେ ଅସ୍ତ୍ରଶସ୍ତ୍ର ପାଇଁ ଖର୍ଚ୍ଚ କରୁଛେ , ସେତିକି ଆମେ ପିଲାଙ୍କ ପାଠପଢା ପାଇଁ ଖର୍ଚ୍ଚ କରୁନାହେଁ। ପାକିସ୍ତାନ ଆମର ପଡୋଶୀ ଓ ଆଉ ପଡୋଶୀ ଭଳି ବ୍ୟବହାର କରିବା ଉଚିତ। ଆତଙ୍କବାଦୀଙ୍କ ଦ୍ୱାରା ଗତ କିଛି ଦିନ ହେବ ଜମ୍ମୁ କାଶ୍ମୀରରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଉଥିବା ବେଳେ ଅନେକଙ୍କ ଜୀବନ ମଧ୍ୟ ଯାଇଛି। ଏହା ପରେ ଭାରତୀୟ ସୁରକ୍ଷାବାହିନୀ ଯବାନମାନେ ଆତଙ୍କବାଦୀଙ୍କୁ ଖୋଜି ଖୋଜି ହତ୍ୟା କରୁଛନ୍ତି। ଏହା ସବୁ ସେତେବେଳେ ହେଉଛି ଯେତେବେଳେ ଆସନ୍ତା ୨୪ ତାରିଖରେ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା ଅଛି। ଦୀର୍ଘ ଦିନ ପରେ ଦୁଇ ଦଳ ସାମ୍ନାସାମ୍ନି ହେଉଛନ୍ତି ଏବଂ ସେମାନଙ୍କ ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.