ପ୍ରମୁଖ ଖବର

ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍‌ ନିକଟରେ ତାଳଚେର-ପୁରୀ ଟ୍ରେନ୍‌ର ଇଞ୍ଜିନ୍‌ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC

ସମୁଦ୍ରକୂଳେ କ୍ୟାଟ୍ରିନାଙ୍କ ଜବରଦସ୍ତ ପୋଜ୍‌…

0

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କ୍ୟାଟ୍ରିନ କୈଫ ଏବେ ତାଙ୍କର ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ସେ ସେୟାର କରୁଥିବା ପ୍ରତିଟି ପୋଷ୍ଟରେ ସୂର୍ଯ୍ୟବଂଶୀ ଉପରେ ଲେଖିବାକୁ ଭୁଲୁନାହାନ୍ତି। ଏବେ ପୁଣି ଥରେ କ୍ୟାଟ୍ରିନା ସାନନ୍ଦାର ଓ ନିଆରା ଅନ୍ଦାଜରେ ସୋସିଆଲ ମିଡିଆରେ ଫିଲ୍ମର ପ୍ରମୋସନ କରିଛନ୍ତି।

ରବିବାର କ୍ୟାଟ୍ରିନା ଏକ ଧଳା ପୋଷାକରେ ଦମଦାର ଫଟୋ ପୋଷ୍ଟ କରିଥିଲେ; ଯେଉଁଥିରେ ସେ ଏକ ସମୁଦ୍ରକୂଳେ ପୋଜ ଦେଉଥିବାର ନଜର ଆସିଛନ୍ତି।ସମୁଦ୍ର କୂଳରେ ବାଲି ଉପରେ କ୍ୟାଟ୍ରିନା ପୋଜ ଦେଉଥିବା ବେଳେ ସୂର୍ଯ୍ୟର କିରଣ ମଧ୍ୟ ତାଙ୍କ ମୁହଁ ଉପରେ ପଡିଛି। ଏହି ଫଟୋଟି ସୋସିଆଲ ମିଡିଆରେ ସେୟାର କରି କ୍ୟାଟ୍ରିନା ଲେଖିଛନ୍ତି , ସୂର୍ଯ୍ୟବଂଶୀ। ଏହା ସହ ସେ ସୂର୍ଯ୍ୟର ଏକ ଇମୋଜି ଦେଇଥିଲେ।

ରୋହିତ ସେଠୀଙ୍କ ଦ୍ୱାରା ନିର୍ଦ୍ଦେଶିତ କ୍ୟାଟ୍ରିନା କୈଫ ଓ ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଫିଲ୍ମ ନଭେମ୍ବର ୫ରେ ରିଲିଜ ହେବ। ଦୀପାବଳି ଠିକ ପୂର୍ବଦିନ ଫିଲ୍ମ ରିଲିଜ ହେବ। ଫିଲ୍କଟି ବକ୍ସ ଅଫିସରେ ଧମାଲ ମଚାଇବ ବୋଲି ଆଶା କରାଯାଉଛି। ଫିଲ୍ମରେ ଅକ୍ଷୟ କୁମାର, ଅଜୟ ଦେବଗନ ଓ ରଣବୀର ସିଂଙ୍କୁ ଦେଖିବାକୁ ମିଳିବ। ଗତବର୍ଷ ମାର୍ଚ୍ଚ ୨୦୨୦ରେ ଫିଲ୍ମ ରିଲିଜ ହେବାର ଥିଲା। କିନ୍ତୁ କରୋନା ଭାଇରାସ ଯୋଗୁଁ ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇ ଦିଆଯାଇଥିଲା। ଏବେ ସିନେମା ହଲ ଗୁଡିକ ଖୋଲିଥିବା ବେଳେ ବଡ଼ ପରଦାରେ ସୂର୍ଯ୍ୟବଂଶୀକୁ ଦେଖିବାକୁ ପାଇଁ ସିନେପ୍ରେମୀ ବହୁତ ଉତ୍ସାହିତ ଅଛନ୍ତି।

ଏହି ପୋଷ୍ଟ ପୂର୍ବରୁ କ୍ୟାଟ୍ରିନା ଏକ ନାଲି ରଙ୍ଗର ପୋଷାକର ଫଟୋ ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଥିଲେ। ସେହି ଫଟୋଟି ବି ପୋଷ୍ଟ କରି କ୍ୟାଟ୍ରିନା ‘ସୂର୍ଯ୍ୟବଂଶୀ’ ଫିଲ୍ମ ଉପରେ ଉଲ୍ଲେଖ କରିଥିଲେ।

Leave A Reply

Your email address will not be published.