ପ୍ରମୁଖ ଖବର

ପ୍ରେସର ବୋମା ବିସ୍ଫୋରଣରେ ଯବାନ ସହିଦ
କୋରାପୁଟ ଜିଲାପାଳ ପାଇଲେ ପ୍ରଧାନମନ୍ତ୍ରୀ ଆଓ୍ବାର୍ଡ
ଇସ୍ରାଏଲରେ ଚାକିରି ଦେବା ନାଁରେ ଠକେଇ, ନକଲି ସାକ୍ଷାତକାର ବେଳେ ୩ ଗିରଫ
ସମ୍ବଲପୁରରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
ଝାଡ଼ଖଣ୍ଡରେ ପୋଲିସ ଏନକାଉଣ୍ଟର, ୮ ନକ୍ସଲ ନିପାତ
ସରକାରଙ୍କୁ ଡାକ୍ତରଙ୍କ ଚେତାବନୀ; ୭ ଦଫା ଦାବି ପୂରଣ ନହେଲେ ସମୂହ ଇସ୍ତଫା

ସ୍ତ୍ରୀ ଚାଲିଗଲା ପରେ…

0

ସହିପାରିଲେନି ପତ୍ନୀଙ୍କ ମୃତ୍ୟୁ । ଭାଙ୍ଗିପଡିଥିଲେ ସ୍ୱାମୀ ଓ ୪ ଛୁଆ । ସ୍ତ୍ରୀଙ୍କ ବିନା ବଞ୍ଚିବା କଷ୍ଟକର ହୋଇପଡିଥିଲା । ଆଉ ଶେଷରେ ବାଛିନେଲେ ମୃତ୍ୟୁର ବାଟ । ୪ ଛୁଆଙ୍କୁ ଧରି ନିଜେ ଆତ୍ମହତ୍ୟା କଲେ ସେନା ଅଧିକାରୀ । କର୍ଣ୍ଣାଟକ ବେଲଗାଭି ଜିଲ୍ଲା ହୁଭେରି ଅଞ୍ଚଳରେ ଘଟିଛି ଏଭଳି ଦୁଃଖଦ ଘଟଣା । ୪ ଛୁଆଙ୍କୁ ବିଷ ଦେଇ ନିଜେ ଆତ୍ମହତ୍ୟା କରିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ହୁଭେରିରେ ରହୁଥିବା ପୂର୍ବତନ ସେନାଅଧିକାର ଗୋପାଳ ହତିମିଣିଙ୍କ ସ୍ତ୍ରୀ ଗତ ଜୁଲାଇ ମାସରେ କୋଭିଡ ସଂକ୍ରମିତ ହୋଇଥିଲା । କରୋନା ଆକ୍ରାନ୍ତ ହେବା ପରେ ସେ ବ୍ଲାକ ଫଙ୍ଗସ ରୋଗରେ ସଂକ୍ରମିତ ହୋଇଥିଲେ । ଏହା ପରେ ବ୍ଲାକ ଫଙ୍ଗସରେ ସବୁଦିନ ପାଇଁ ଆଖିବୁଜିଥିଲେ ଗୋପାଳଙ୍କ ପତ୍ନୀ । କିନ୍ତୁ ପତ୍ନୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲେ ଗୋପାଳ । ମା’କୁ ହରାଇଥିବା ୪ ଛୁଆଙ୍କ ଦୁଃଖ ମଧ୍ୟ ଦେଖିପାରୁନଥିଲେ । ପତ୍ନୀଙ୍କ ମୃତ୍ୟୁ ପରେ ପୁରା ପରିବାର ଭାଙ୍ଗିପଡିଥିଲା।

କିଛି ଦିନ ଦୁଃଖରେ ରହିବା ପରେ ମାନସିକ ଭାରସାମ୍ୟ ହରାଇ ଗୋପାଳ ଶେଷରେ ଆତ୍ମହତ୍ୟା କରିବାକ ନିଷ୍ପତ୍ତି ନେଇଥିଲା । ହେଲେ ସେ ଏକା ନୁହଁନ୍ତି ପ୍ରଥମେ ୪ ଛୁଆଙ୍କୁ ମଧ୍ୟ ବିଷ ଦେଇଥିଲେ । ଏହା ପରେ ନିଜ ବିଷ ପିଇ ଆତ୍ମହତ୍ୟା କରିଥିଲେ । ଗୋଟେ ଦିନ ଘରର କବାଟ ବନ୍ଦ ରହିବାରୁ କେହି ବାହାରକୁ ନବାହାରିବାରୁ ପଡୋଶୀ ପୁଲିସକୁ ଖବର ଦେଇଥିଲେ । ଆଉ ପୁଲିସ ଆସି କବାଟ ଖୋଲିବା ପରେ ୫ ଜଣଙ୍କ ମୃତଦେହ ମିଳିଥିଲା ।ପୁଲିସ ୪ ଛୁଆଙ୍କ ସମେତ ଗୋପାଳଙ୍କ ମୃତଦେହ ଉଦ୍ଧାର କରିଛି । ତାଙ୍କର ଜଣେ ସଂପର୍କୀୟ କହିଛନ୍ତି ଯେ, ତାଙ୍କ ପିଲାମାନେ ଫୋନ କରି କହୁଥିଲେ ଯେ , ସେ ତାଙ୍କ ମା ବିନା
ବଞ୍ଚିପାରିବେନି । ଗୋପାଳ ବି ପତ୍ନୀଙ୍କୁ ହରାଇବା ପରେ ଅତ୍ୟଧିକ ଦୁଃଖରେ ରହୁଥିଲେ ।ତେଣୁ ସେମାନେ ଏଭଳି ପଦକ୍ଷେପ ନେଇଛନ୍ତି ।

Leave A Reply

Your email address will not be published.