ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ସ୍ତ୍ରୀ ଚାଲିଗଲା ପରେ…

0

ସହିପାରିଲେନି ପତ୍ନୀଙ୍କ ମୃତ୍ୟୁ । ଭାଙ୍ଗିପଡିଥିଲେ ସ୍ୱାମୀ ଓ ୪ ଛୁଆ । ସ୍ତ୍ରୀଙ୍କ ବିନା ବଞ୍ଚିବା କଷ୍ଟକର ହୋଇପଡିଥିଲା । ଆଉ ଶେଷରେ ବାଛିନେଲେ ମୃତ୍ୟୁର ବାଟ । ୪ ଛୁଆଙ୍କୁ ଧରି ନିଜେ ଆତ୍ମହତ୍ୟା କଲେ ସେନା ଅଧିକାରୀ । କର୍ଣ୍ଣାଟକ ବେଲଗାଭି ଜିଲ୍ଲା ହୁଭେରି ଅଞ୍ଚଳରେ ଘଟିଛି ଏଭଳି ଦୁଃଖଦ ଘଟଣା । ୪ ଛୁଆଙ୍କୁ ବିଷ ଦେଇ ନିଜେ ଆତ୍ମହତ୍ୟା କରିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ହୁଭେରିରେ ରହୁଥିବା ପୂର୍ବତନ ସେନାଅଧିକାର ଗୋପାଳ ହତିମିଣିଙ୍କ ସ୍ତ୍ରୀ ଗତ ଜୁଲାଇ ମାସରେ କୋଭିଡ ସଂକ୍ରମିତ ହୋଇଥିଲା । କରୋନା ଆକ୍ରାନ୍ତ ହେବା ପରେ ସେ ବ୍ଲାକ ଫଙ୍ଗସ ରୋଗରେ ସଂକ୍ରମିତ ହୋଇଥିଲେ । ଏହା ପରେ ବ୍ଲାକ ଫଙ୍ଗସରେ ସବୁଦିନ ପାଇଁ ଆଖିବୁଜିଥିଲେ ଗୋପାଳଙ୍କ ପତ୍ନୀ । କିନ୍ତୁ ପତ୍ନୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲେ ଗୋପାଳ । ମା’କୁ ହରାଇଥିବା ୪ ଛୁଆଙ୍କ ଦୁଃଖ ମଧ୍ୟ ଦେଖିପାରୁନଥିଲେ । ପତ୍ନୀଙ୍କ ମୃତ୍ୟୁ ପରେ ପୁରା ପରିବାର ଭାଙ୍ଗିପଡିଥିଲା।

କିଛି ଦିନ ଦୁଃଖରେ ରହିବା ପରେ ମାନସିକ ଭାରସାମ୍ୟ ହରାଇ ଗୋପାଳ ଶେଷରେ ଆତ୍ମହତ୍ୟା କରିବାକ ନିଷ୍ପତ୍ତି ନେଇଥିଲା । ହେଲେ ସେ ଏକା ନୁହଁନ୍ତି ପ୍ରଥମେ ୪ ଛୁଆଙ୍କୁ ମଧ୍ୟ ବିଷ ଦେଇଥିଲେ । ଏହା ପରେ ନିଜ ବିଷ ପିଇ ଆତ୍ମହତ୍ୟା କରିଥିଲେ । ଗୋଟେ ଦିନ ଘରର କବାଟ ବନ୍ଦ ରହିବାରୁ କେହି ବାହାରକୁ ନବାହାରିବାରୁ ପଡୋଶୀ ପୁଲିସକୁ ଖବର ଦେଇଥିଲେ । ଆଉ ପୁଲିସ ଆସି କବାଟ ଖୋଲିବା ପରେ ୫ ଜଣଙ୍କ ମୃତଦେହ ମିଳିଥିଲା ।ପୁଲିସ ୪ ଛୁଆଙ୍କ ସମେତ ଗୋପାଳଙ୍କ ମୃତଦେହ ଉଦ୍ଧାର କରିଛି । ତାଙ୍କର ଜଣେ ସଂପର୍କୀୟ କହିଛନ୍ତି ଯେ, ତାଙ୍କ ପିଲାମାନେ ଫୋନ କରି କହୁଥିଲେ ଯେ , ସେ ତାଙ୍କ ମା ବିନା
ବଞ୍ଚିପାରିବେନି । ଗୋପାଳ ବି ପତ୍ନୀଙ୍କୁ ହରାଇବା ପରେ ଅତ୍ୟଧିକ ଦୁଃଖରେ ରହୁଥିଲେ ।ତେଣୁ ସେମାନେ ଏଭଳି ପଦକ୍ଷେପ ନେଇଛନ୍ତି ।

Leave A Reply

Your email address will not be published.