ପ୍ରମୁଖ ଖବର

ବାରବାରୀ ଷ୍ଟାଡିୟମକୁ ଏନଜିଟିର ନୋଟିସ
ହରଭଜନ ସିଂଙ୍କ ଘର କାନ୍ଥରେ ଦେଶଦ୍ରୋହୀ ଲେଖିଲେ ଆପ କର୍ମୀ
ଭବାନୀପୁରରେ ଟିଏମସି ସମ୍ପୂର୍ଣ୍ଣ ସଫା ହେବ ହେବ କହିଲେ ଶୁଭେନ୍ଦୁ ଅଧିକାରୀ
ଶାହଙ୍କ ମନ୍ତବ୍ୟକୁ ନେଇ ମମତାଙ୍କ ତୀବ୍ର ପ୍ରତିକ୍ରିୟା, ଆଇନଗତ ମାମଲା ରୁଜୁ ଚେତାବନୀ
ଇସ୍ପାତ୍ ରାଜଧାନୀ ହେବ ଓଡ଼ିଶା : ମୁଖ୍ୟମନ୍ତ୍ରୀ
ରାଜସ୍ଥାନରେ କବାଡି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ: ୪ ଜୀବନ୍ତ ଦଗ୍ଧ

ମୋଦୀଙ୍କ ମନ୍ କି ବାତ୍

0

କରୋନା ସଂକ୍ରମଣକୁ ମାତ୍ ଦେବା ପାଇଁ ଦେଶରେ ଟିକାକରଣ ଜୋରଦାର ଚାଲିଛି ଦେଶରେ ଏବେ ଯାଏଁ ୧୦୦ କୋଟିରୁ ଅଧିକ ଡୋଜ ଟିକାକରଣ କରାଯାଇଛି । ଏହି ଲକ୍ଷ୍ୟ ହାସଲ କରି ଭାରତ ଇତିହାସ ରଚିଛି । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଟିକାକରଣ ଅଭିଯାନ ଉପରେ ଆଲୋଚନା କରିବା ସହ ଦେଶବାସୀଙ୍କୁ ଏନେଇ ଧନ୍ୟବାଦ ଜଣାଇଛନ୍ତି ।

ଶହେ କୋଟି ଟିକାକରଣ ଭାରତ ପାଇଁ ବଡ଼ ସଫଳତା । ନୂଆ ଉତ୍ସାହର ସହ ଦେଶ ଆଗକୁ ବଢିବ । କରୋନା କାଳରେ ଦେଶ ବହୁ ଚ୍ୟାଲଞ୍ଜକୁ ସାମନା କରୁଛି । କରୋନା ଯୋଦ୍ଧା ବହୁ ପରିଶ୍ରମ କରୁଛନ୍ତି । ଟିକା ଯୋଗାଇବା ପାଇଁ ଡ୍ରୋନ ବ୍ୟବହାର କ୍ଷେତ୍ରରେ ଭାରତ ବହୁ ଆଗରେ ରହିଛିନ୍ତି । ବିଶ୍ୱଶାନ୍ତି ପାଇଁ ଭାରତ ସବୁବେଳେ କାମ କରିଆସିଛି । ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଭାରତ ୧୦୦ କୋଟି ଡୋଜ ଟିକାକରର କରିବାରେ ସଫଳ ହୋଇଛି ବୋଲି ମୋଦୀ ମନ୍ କି ବାତରେ କହିଛନ୍ତି ।

ସେହିପରି ମୋଦୀ ସ୍ୱଚ୍ଚତା ଉପରେ ମଧ୍ୟ କହିଥିଲେ । ମୋଦୀ କହିଥିଲେ, ସ୍ୱଚ୍ଚତା ପ୍ରୟାସ ସଂପୂର୍ଣ୍ଣ ସଫଳ ହେବ ସେହି ଦିନ ଯେଉଁ ଦିନ ପ୍ରତ୍ୟେକ ନାଗରିକ ସ୍ୱଚ୍ଛତାକୁ ନିଜ ଦାୟିତ୍ୱ ଭାବିବେ । ଏବେ ଦୀପାବଳି ପାଇଁ ନିଜ ଘରକୁ ସଫା ତ କରିବା । କିନ୍ତୁ ଆମ ସହିତ ଆମ ପଡୋଶୀ ମଧ୍ୟ ଯେଭଳି ଘରଦ୍ୱାରକୁ ସଫା ରଖିବେ ସେ ନେଇ ଦୃଷ୍ଟିଦେବା । ଆସନ୍ତା ରବିବାର ଅକ୍ଟୋବର ୩୧ରେ ସର୍ଦ୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀ । ତେଣୁ ମନ କି ବାତ ଶ୍ରୋତାଙ୍କ ତରଫରୁ ମୋ ତରଫରୁ ଲୌହ ମାନବଙ୍କ ପ୍ରଣାମ କରୁଛି ବୋଲି କହିଥିଲେ ମୋଦୀ । ସର୍ଦ୍ଦାର ପଟେଲ କହୁଥିଲେ ଯେ, ଆମେ ଆମର ମିଳିତ ଉଦ୍ୟୋଗ ସହିତ ଦେଶକୁ ନୂତନ ମହାନତାକୁ ନେଇପାରିବା । ଯଦି ଆମର ଏକତା ନାହିଁ , ତେବେ ଆମେ ନିଜକୁ ନୂଆ ବିପଦର ଫାନ୍ଦରେ ପକାଇଦେବା ।

ସେହିପରି ମୋଦି କହିଥିଲେ, ଆସନ୍ତା ବର୍ଷ ଭାରତ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ କରିବ । ତାଙ୍କ ଜୀବନରୁ ଆମକୁ ବହୁତ କିଛି ଶିଖିବାକୁ ମିଳିଛି । ଯେମିତିକି ନିଜ ସଂସ୍କୃତିକୁ ନେଇ ଗର୍ବ କରିବା । ପରିବେଶର ଯତ୍ନ ଓ ଅନ୍ୟାୟ ସହିତ ସଂଗ୍ରାମ । ପ୍ରକୃତି ଓ ପରିବେଶକୁ ଯଦି ଭଲପାଇବାକୁ ଶିଖିବାକୁ ପଡିବ, ତାହେଲେ ଭଗବାନ ବିର୍ସା ମୁଣ୍ଡା ଆମ ପାଇଁ ବହୁତ ବଡ଼ ପ୍ରେରଣା ବୋଲି କହିଥିଲେ ମୋଦୀ । ଏହା ହେଉଛି ମନ କି ବାତ୍‌ର ୮୨ ତମ ସଂସ୍କରଣ । ମୋଦୀ ପ୍ରତ୍ୟେକ ମାସ ଶେଷ ରବିବାରରେ ମନ କି ବାତ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଥାନ୍ତି ।

Leave A Reply

Your email address will not be published.