ପ୍ରମୁଖ ଖବର

ଆଇଏଏସ୍‌ ନିଖିଳ ପବନ କଲ୍ୟାଣ ଓଡ଼ିଶାର ନୂଆ ଜନଗଣନା ନିର୍ଦ୍ଦେଶକ
ଆଖି ବୁଜିଲା ନନ୍ଦନକାନନର ଧଳା ବାଘ ଶାବକ
ଜି-୭ ସମ୍ମିଳନୀରେ ସାମିଲ ନହୋଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ଗନ୍ଧମାର୍ଦ୍ଦନ ପାହାଡ଼ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଠାବ
ରାଜ୍ୟରେ ଖୁବଶୀଘ୍ର ନୂଆ ମଦ ନୀତି ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି
ବୌଦ୍ଧରୁ ୨ଟି ହାତୀଦାନ୍ତ ଜବତ, ଅଭିଯୁକ୍ତ ଶିକାରୀ ଗିରଫ

ଫ୍ୟାନ୍ସ୍‌ଙ୍କୁ କନ୍ଦାଇଦେଲା ସେହନାଜଙ୍କ ଗୀତ..

0

ପଞ୍ଜାବ ଗାୟିକା ସେହନାଜ ଗିଲ୍‌ଙ୍କ ଗୀତ ‘ତୁ ୟହି ହେ’କୁ ଦର୍ଶକ ଜବରଦସ୍ତ ପସନ୍ଦ କରିଛନ୍ତି।ଏହି ଗୀତ ୨୪ ଘଣ୍ଟାରେ ୟୁଟ୍ୟୁବରେ ନମ୍ବର ୱାନ ଟ୍ରେଣ୍ଡରେଅଛି । ଏହି ଗୀତ ଜରିଆରେ ସେହନାଜ ସିର୍ଦ୍ଧାର୍ଥ ଶୁକ୍ଲାକୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ସିଦ୍ଧାର୍ଥଙ୍କ ଯିବା ପରେ ସେହନାଜ କେମିତି ଅଛନ୍ତି ତାହା ଗୀତରେ ଦେଖିବାକୁ ମିଳିଛି । ସିଦ୍ଧାର୍ଥଙ୍କୁ ହରାଇବାର ଦୁଃଖ ସେହନାଜଙ୍କ ମୁହଁରୁ ସ୍ପଷ୍ଟ ଜଣାପଡୁଛି । ଯାହାକୁ ଦେଖିବା ପରେ ଫ୍ୟାନ୍ସ ବି ଭାବବିହ୍ୱଳ ହୋଇପଡିଛନ୍ତି । ସେହନାଜ ଗିଲ୍‌ଙ୍କ ଗୀତ ଦର୍ଶକଙ୍କୁ ବହୁତ ପସନ୍ଦ ଆସୁଛି ।

ଅକ୍ଟୋବର ୨୯ରେ ରିଲିଜ ହୋଇଥିବା ଏହି ଗୀତ ୨୪ ଘଂଟା ଭିତରେ ୟୁଟ୍ୟୁବରେ ୯୭ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଗୀତରେ ସେହନାଜ ଓ ସିଦ୍ଧାର୍ଥ ବିଗ ବସରେ ବିତାଇଥିବା ସୁନ୍ଦର ମୂହୁର୍ତ୍ତ କୁ ଦେଖିବାକୁ ମିଳିଛି । ଗୀତ ଜରିଆରେ ସେହନାଜ କହିବାକୁ ଚାହୁଁଛନ୍ତି ଯେ, ତାଙ୍କ ସ୍ମୁତି ଆଜି ବି ସିଦ୍ଧାର୍ଥ ଶୁକ୍ଲା ଜୀବନ୍ତ ଅଛନ୍ତି । ଏବଂ ସିଦ୍ଧାର୍ଥଙ୍କ ସ୍ମୃତିକୁ ନେଇ ସେ ନିଜ ଜୀବନରେ ଆଗକୁ ବଢୁଛନ୍ତି । ଏହି ଗୀତର ଲିରିକ୍ସ ମଧ୍ୟ କିଛି ଏଭଳି ରହିଛି ଯେ, ମେରେ ଦିଲକୋ ପତା ହେ ତୁ ୟହିଁ..ୟହାଁ ହେ..

ସେହନାଜଙ୍କ ୟୁଟ୍ୟୁବ ପେଜରେ ଏହି ଗୀତ ଅପଲୋଡ କରାଯାଇଛି । ଯାହା ସହ ସେହନାଜ ଲେଖିଛନ୍ତି ଟ୍ରିବ୍ୟୁଟ । ସେହନାଜ ଓ ସିଦ୍ଧାର୍ଥଙ୍କୁ ବିଗବସ ସିଜିନ ୧୩ରେ ଦେଖିବାକୁ ମିଳିଥିଲ । ।ଏହା ପରେ ସୋରେ ଦୁଇ ଜଣଙ୍କ ଯୋଡିକୁ ଫ୍ୟାନ୍ସ ବେଶ ପସନ୍ଦ କରିଥିଲେ । ଫ୍ୟାନ୍ସ ତାଙ୍କୁ ପ୍ୟାର ସେ ସିଡନାଜ କହି ଡାକୁଥିଲେ । ସେପ୍ଟେମ୍ବର ୨ରେ ସିଦ୍ଧାର୍ଥଙ୍କ ହୃଦଘାତରେ ଆକସ୍ମିକ ମୃତ୍ୟୁକୁ ଗ୍ରହଣ କରିପାରିନଥିଲେ ସେହନାଜ । ସଂପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିଲେ । ସେହନାଜ ଏବେ ନିଜକୁ ସମ୍ଭାଳିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଦେଖିଲେ ଲାଗୁଛି ସେ ନିଜକୁ ଦୃଢ କରିବାକୁ ଆଉ କିଛି ଦିନ ଲାଗିବ ।

Leave A Reply

Your email address will not be published.