ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଭାରତର ନିମନ୍ତ୍ରଣକୁ ପ୍ରତ୍ୟାଖାନ କଲା ପାକିସ୍ତାନ

0

ନୂଆଦିଲ୍ଲୀ: ପୁଣି ପାକିସ୍ତାନ ଦେଖାଇଛି ମିଥ୍ୟା ଅହଂକାର। ଭାରତର ନିମନ୍ତ୍ରଣକୁ ପ୍ରତ୍ୟାଖାନ କରିଛି ପାକ। ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ)ଡାକ୍ତର ମୋଇଦ ସଫେଦ କହିଛନ୍ତି ଯେ, ସେ ଭାରତ ଦ୍ୱାରା ଆୟୋଜିତ ସମ୍ମିଳନୀରେ ଯୋଗଦେବାକୁ ନୂଆଦିଲ୍ଲୀ ଆସିବେ ନାହିଁ । ନଭେମ୍ବର ୧୦ରେ ଆଫଗାନିସ୍ତାନକୁ ନେଇ ଦିଲ୍ଲୀରେ ଭାରତ ଏକ ସମ୍ମିଳନୀ ଆୟୋଜନ କରୁଛି। ମୋଇଦ ୟୁସୁଫଙ୍କୁ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଯେତେବେଳେ ପ୍ରଶ୍ନ ପଚରାଯାଇଥିଲା,ସେ ଅପମାନିତ କଲା ଭଳି କହିଥିଲେ ଯେ, କୌଣସି ଷଡଯନ୍ତ୍ରକାରୀ ଶାନ୍ତି ସ୍ଥାପନକାରୀ ଭୂମିକା ଗ୍ରହଣ କରିପାରିବ ନାହିଁ।

ରିପୋର୍ଟସ ମୁତାବକ, ଋଷ, ଚୀନ, ଉଜବେକିସ୍ତାନ ଏବଂ ତାଜବେକିସ୍ତାନ,ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ)ଦ୍ୱାରା ଆୟୋଜିତ ସମ୍ମିଳନୀରେ ଯୋଗଦେବେ। ପାକିସ୍ତାନ ସେପ୍ଟେମ୍ବର ଓ ଅକ୍ଟୋବରରେ ଇରାନରେ ମଧ୍ୟ ଏଭଳି ଏକ ସମ୍ମିଳନୀ ଆୟୋଜିତ କରିଥିଲା ।ହେଲେ ଭାରତକୁ ସେହି ସମ୍ମିଳନୀରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇନଥିଲା। କିନ୍ତୁ ଭାରତ ଏହି ଆଞ୍ଚଳିକ ସମ୍ମିଳନୀରେ ଯୋଗଦେବାକୁ ମୋଇଦଙ୍କୁ ଆମନ୍ତ୍ରଣ କରିଥିଲା।

ଏହା ପୂର୍ବରୁ ଏକ ସମାଚାର ଏଜେନ୍ସିରେ ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ଅସୀମ ଇଫତିହାର କହିଛନ୍ତି ଯେ, ନୂଆ ଦିଲ୍ଲୀରେ ହେବାକୁ ଥିବା ସମ୍ମିଳନୀ ମାଧ୍ୟମରେ ଭାରତ ଆଫଗାନିସ୍ତାନରେ ଏହାର ପ୍ରାସଙ୍ଗିକତା ଖୋଜିବାକୁ ଚେଷ୍ଟା କରୁଛି। ମୋଇଦ କହିଛନ୍ତି ଯେ, ପାକିସ୍ତାନ ଓ ଉଜବେକିସ୍ତାନର ଆଫଗାନିସ୍ତାନକୁ ନେଇ ଗୋଟିଏ ହିଁ ଦୃଷ୍ଟିକୋଣ ରହିଛି। ସେ କହିଛନ୍ତି ଯେ, ଆଫଗାନିସ୍ତାନରେ ମାନବିକ ସଙ୍କଟ ଦୂର କରିବା ପାଇଁ ତାଲିବାନ ଶାସନ ସହିତ
ଏକ ଗଠନମୂଳକ ଯୋଗଦାନର ଆବଶ୍ୟକତା ରହିଛି।

ମୋଇଦଙ୍କ ଅନୁସାରେ,ଗତ ୪ ଦଶନ୍ଧି ଧରି ଆଫଗାନିସ୍ତାନରେ ଚାଲିଥିବା ଯୁଦ୍ଧ ମଧ୍ୟ ପାକିସ୍ତାନକୁ ସିଧାସଳଖ କ୍ଷତି ପହଞ୍ଚାଇଛି। ସେ କହିଛନ୍ତି ଯେ, ଆଫଗାନିସ୍ତାନରେ ଚାଲିଥିବା ଯୁଦ୍ଧ ଯୋଗୁଁ ପାକିସ୍ତାନରେ ୮୦ ହଜାର ଲୋକ ପ୍ରାଣ ହରାଇଛନ୍ତି। ଏହା ବ୍ୟତୀତ ପାକ୍ ଅର୍ଥନୀତିରେ ୧୫୦ ବିଲିୟନ ଡଲାର କ୍ଷତି ହୋଇଛି। ଆଫଗାନିସ୍ତାନର ଗୃହ ଯୁଦ୍ଧ ପାକିସ୍ତାନକୁ ବିଶେଷ ଭାବେ ପ୍ରଭାବିତ କରିଛି। ସେ କହିଛନ୍ତି ଯେ, ପାକିସ୍ତାନ ପୂର୍ବରୁ ଏସୀୟ ଦେଶ ସହ ଯୋଗାଯୋଗ କରିବାରେ ଅସମର୍ଥ ଥିଲା, ହେଲେ ଏହି ଦେଶ ବିଶେଷ କରି ଉଜବେକିସ୍ତାନ, ପାକିସ୍ତାନର ଲକ୍ଷ୍ୟ ହାସଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର।

ସେ ଆହୁରି ମଧ୍ୟ କହିଛନ୍ତି କେନ୍ଦ୍ର ଏସିଆ ପାକିସ୍ତାନ ପାଇଁ ପ୍ରାଥମିକତା ଅଟେ। ପାକିସ୍ତାନ କେନ୍ଦ୍ର ଏସୀୟ ଦେଶମାନଙ୍କ ସହିତ ଦ୍ୱିପାକ୍ଷିକ ଓ ବହୁପକ୍ଷୀୟ ଚୁକ୍ତିନାମା ମାଧ୍ୟମରେ ଯୋଡିହେବ। ମୋଇଦ କହିଛନ୍ତି ଯେ, ଏହି କ୍ଷେତ୍ରରେ ଭାରତର ବ୍ୟବହାର ଆ ଳିକ ଏକତାକୁ କ୍ଷତି ପହ ।ଇପାରେ, ଭାରତ ନିଜର ଆଚରଣକୁ ନେଇ ଚିନ୍ତିତ ହେବା ଆବଶ୍ୟକ।

Leave A Reply

Your email address will not be published.