ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

ଆମେରିକାରେ ନଭେମ୍ବର ୮ରୁ ପିଲାଙ୍କୁ ଟିକା

0

ଓ୍ବାଂଶିଟନ: ବିଶ୍ୱରେ ମହାମାରୀ କରୋନା ସବୁଠୁ ଅଧିକ କ୍ଷତି ଘଟାଇଥିଲା ଆମେରିକାର। କିନ୍ତୁ ଏବେ ଧୀରେ ଧୀରେ ସେଠାରେ ସ୍ଥିତି ସୁଧୁରିବାରେ ଲାଗିଛି।ଏହାରି ମଧ୍ୟରେ ଆମେରିକାରେ ପିଲାମାନଙ୍କୁ କୋଭିଡ ଟିକା ଦେବା ପାଇଁ ବାପାମାଆ ମାନଙ୍କୁ ଆଉ ଅପେକ୍ଷା କରିବାକୁ ପଡିବନି। ଆମେରିକାରେ ନଭେମ୍ବର ୮ରୁ ପିଲାଙ୍କୁ ଦିଆଯିବ କରୋନା ଟିକା। ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଏହା ଦେଶ ପାଇଁ ପାଇଁ ଟର୍ଣ୍ଣିଂ ପଏ ହେବ।

ନ୍ୟୁଜ ଏଜେନ୍ସ ଏଏଫପି ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର ଦର୍ଶାଇଛି ଯେ, ୫ରୁ ୧୧ ବର୍ଷ ପିଲାଙ୍କୁ ଆମେରିକାରେ ଟିକାକରଣ କରାଯିବ। ଆମେରିକାର ସିଡିସି ପରାମର୍ଶଦାତା ସର୍ବସମ୍ମତି କ୍ରମେ ଏହି ପଦକ୍ଷେପକୁ ସମର୍ଥନ କରିବାର କିଛି ଘଂଟା ପରେ ଏହା ଘୋଷଣା କରାଯାଇଛି। ହ୍ୱାଇଟ ହାଉସ ପକ୍ଷରୁ ଜାରି କରାଯାଇଥିବା ବିବୃତିରେ ଜୋ ବାଇଡେନ କହିଛନ୍ତି ଯେ, ମହାମାରୀ କରୋନା ବିରୋଧରେ ଲଢେଇ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିସାରିଛି।

ଜୋ ବାଇଡେନ କହିଛନ୍ତି ଯେ ସଂକ୍ରମଣକୁ ମାତ ଦେବାରେ ଏହି ଲଢେଇରେ ଆମ ଦେଶ ପାଇଁ ଏହା ଏକ ବଡ଼ ପଦକ୍ଷେପ। ପିଲାଙ୍କୁ ଟିକାକରଣ ପରେ
ଅନ୍ୟଠୁ ସଂକ୍ରମଣ ବ୍ୟାପିବାର ଭୟ ଦୂରେଇ ଯିବ। ଗତ ଶୁକ୍ରବାର ଦିନ ଆମେରିକା ଡ୍ରଗ୍ସ ରେଗ୍ୟୁଲେସନ ଏଫଡିଏ ଶିଶୁମାନଙ୍କ ଟିକାକୁ ମଞ୍ଜୁରୀ ଦେଇଥିଲା।ଫାଇଜର ବାୟୋଟେକ ଦ୍ୱାରା ଏହି ଟିକାକରଣ କରାଯିବ। ଫାଇଜର ଟିକା ୧୦ ମାଇକ୍ରୋଗ୍ରାମ ଡୋଜକୁ ପିଲାଙ୍କୁ ଦେବାକୁ ଏଫଡିଏ ଅନୁମତି ଦେଇଛି।

Leave A Reply

Your email address will not be published.