ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

‘ପାକିସ୍ତାନ ପଳାଇ ଆସ ବିରାଟ’

0

ଟି ୨୦ ବିଶ୍ୱକପରେ ଭାରତର ପରାଜୟକୁ ନେଇ ସୋସିଆଲ ମିଡିଆରେ ଅଧିନାୟକ ବିରାଟ କୋହଲିଙ୍କୁ ଟ୍ରୋଲର ସମ୍ମୁଖୀନ ହେବାକୁ ପଡୁଛି । ଏହା ବ୍ୟତୀତ ଅତି ନିମ୍ନ ସ୍ତରକୁ ଖସି ଟ୍ରୋଲର ତାଙ୍କ ଛୋଟ ଝିଅକୁ ବି ଧମକଭାର ପୋଷ୍ଟ କରିଛନ୍ତି ଟୁଇଟରରେ । କେବେ ବି ଗଣମାଧ୍ୟମ ସାମନାରେ ନଜରକୁ ଆସିନଥିବା ବିରାଟ,ଅନୁଷ୍କାଙ୍କ ୯ ମାସର ଝିଅକୁ ବଳାତ୍କାର ପାଇଁ କେହି ଜଣେ ୟୁଜର୍ସ ଧମକ ଦେଇଛନ୍ତି । ଗଣମାଧ୍ୟମ ରିପୋର୍ଟକୁ ଦୃଷ୍ଟିରେ ରଖି ଦିଲ୍ଲୀ ମହିଳା କମିଶନ ଦିଲ୍ଲୀ ପୁଲିସକୁ ନୋଟିସ ପଠାଇଛନ୍ତି । ଏବଂ ଖୁବ ଶୀଘ୍ର ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିପାରେ ।

ସେପଟେ ସୋସିଆଲ ମିଡିଆରେ ବିରାଟ ଓ ତାଙ୍କ ପରିବାର ପ୍ରତି ଏଭଳି ନିନ୍ଦନୀୟ ଭାଷା ପ୍ରୟୋଗ ପରେ ପାକ ସୋସିଆଲ ମିଡିଆ ୟୁଜର୍ସ ବିରାଟଙ୍କୁ ତାଙ୍କ ଦେଶକୁ ଡାକିଛନ୍ତି । ପାକିସ୍ତାନର ପୂର୍ବ କ୍ୟାପଟେନ ଇଂଜମାମ ଉଲ ହକ୍ ବିରାଟଙ୍କ ପରିବାରକୁ ମିଳିଥିବା ଧମକକୁ ନେଇ ଆପତ୍ତି ଉଠାଇଛନ୍ତି । କହିଛନ୍ତି କୌଣସି ବି ଖେଳାଳିଙ୍କ ପରିବାରକୁ ଟାର୍ଗେଟ କରିବା ନିନ୍ଦନୀୟ ଅଟେ । ଏବେ ପାକିସ୍ତାନରେ ‘ବିରାଟ କମ ଟୁ ପାକିସ୍ତାନ’ଟ୍ରେଣ୍ଡ ଚାଲିଛି ।

ପାକିସ୍ତାନୀ ଆୱାମୀ ତେହେରିକ ରାଜନୈତିକ ଦଳର ସାଧାରଣ ସଂପାଦକ ଖୁରାମ ନୱାଜ ଗଣ୍ଡାପୁର ତାଙ୍କ ଟୁଇଟରେ ଲେଖିଛନ୍ତି ଯେ, ପାକିସ୍ତାନ ତାହାର ସଂଖ୍ୟାଲଘୁ ସଂପ୍ରଦାୟ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ । ବିରାଟଙ୍କୁ କହିଛନ୍ତି ଯେ, ଆମ ତୁମର ବୃତ୍ତିଗତ କ୍ରିକେଟ ଓ ପରିବାରକୁ ସମ୍ମାନ କରୁ । ପାକିସ୍ତାନକୁ ର୍ଦୁବ୍ୟବହାର କରିଥିବା କୌଣସି ଦଳକୁ ଆମେ ର୍ଦୁବ୍ୟବହାର କରିଛୁ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଆମେ କେବେ ବି ମ୍ୟାଚ ହାରିବା ପରେ କୌଣସି ଖେଳାଳିଙ୍କ ପରିବାରକୁ ଟାର୍ଗେଟ କରୁନାହୁଁ ବୋଲି କହିଛନ୍ତି ।

ସେଠାରେ ଆଉ ଏକ ୟୁଜର ଲେଖିଛନ୍ତି ଯେ, କାହିଁକି ନୁହେଁ ବିରାଟ? ମହମ୍ମଦ ହଫିଜ ଓ ସୋଏବ ମଲ୍ଲିକଙ୍କ ଅବସର ପରେ ଆମେ ଦଳରେ ତୁମ ପାଇଁ ସ୍ଥାନ ତିଆରି କରିଦେବୁ। ତୁମକୁ ଓ ହାଇଦର ଅଲ୍ଲୀଙ୍କୁ ମିଡିଲ ଅର୍ଡରରେ ଏକାଠି ଖେଳିବା ଦେଖିବା ଭଲ ଅନୁଭବ ହେବ । ଆପଣ ଆମ ହୃଦୟରେ ସବୁବେଳେ ସୁରକ୍ଷିତ ରହିବେ ବୋଲି ସେ କହିଛନ୍ତି ।

ପାକିସ୍ତାନର ଆଉ ଜଣେ ସୋସିଆଲ ମିଡିଆ ୟୁଜର କହିଛନ୍ତି ଯେ, ବିରାଟ ଆମେ ତୁମ ସହ ଅଛୁ । ତୁମେ ପାକିସ୍ତାନ ପଳାଇଆସ । ତୁମ ପରିବାରର ଦାୟିତ୍ୱ ପୁରା ପାକିସ୍ତାନର ଦାୟିତ୍ୱ ହେବ । ସେହିପରି ଆଉ ଜଣେ କହିଛନ୍ତି, ସେହି ବ୍ୟକ୍ତିଙ୍କୁ ଲଜ୍ୟା ଆସିବା ଦରକାର ଯିଏ କୌଣସି ପରିବାରର ଛୋଟ ଛୂଆଙ୍କ ବିଷୟରେ ଭଲ ଏବଂ ଖରାପ ଭାବନ୍ତି । ବିରାଟଙ୍କ ପରି ଜଣେ ହିରୋକୁ ଗ୍ରହଣ କରି ଆମେ ଖୁସି ହେବୁ ବୋଲି ସେ କହିଛନ୍ତି । ତେବେ ଟି ୨୦ ବିଶ୍ୱକପର ସେମିଫାଇନାଲରେ ପାକିସ୍ତାନ ନିଜର ଜାଗା ବନାଇ ଦେଇଥିବା ବେଳେ ଭାରତ ପାଇଁ ସେମିଫାଇନାଲ ଯିବା ବହୁ ଚ୍ୟାଲଞ୍ଜ ହୋଇଛି ।

Leave A Reply

Your email address will not be published.