ପ୍ରମୁଖ ଖବର

ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ-ମୁଖ୍ୟମନ୍ତ୍ରୀ
ମହିଳାଙ୍କୁ ସରାକରଙ୍କ ରାକ୍ଷୀ ଭେଟି, ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ
କୋରାପୁଟରେ ସ୍କୁଲ ଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ
ଆତଙ୍କବାଦୀଙ୍କ ଗୁଳିବିନିମୟରେ ୨ ଯବାନ ଶହିଦ, ୧୦ ଆହତ
ରାଜଧାନୀରେ ଅଘଟଣ: ୧୦୦ ଫୁଟ ଲମ୍ବା କାନ୍ଥ ଭୁଶୁଡ଼ି, ୭ ମୃତ
କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ଫିକି ପକ୍ଷରୁ ସ୍ପେଶାଲ ଆପ୍ରିସିଏସନ ଆଓ୍ୱାର୍ଡ

ଦିଲ୍ଲୀରେ ହେବ ଆଫଗାନିସ୍ତାନ ଚର୍ଚ୍ଚା

0

ନୂଆଦିଲ୍ଲୀ: ଆଫଗାନିସ୍ତାନ ସଙ୍କଟ ନେଇ ଚର୍ଚ୍ଚା କରିବାକୁ ଆଜି ଦିଲ୍ଲୀ ଆସି ପହଞ୍ଚିବେ ୭ଟି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା। ଏହି ସମୟରେ ସେ ଭାରତର ଏନଏସଏ ଅଜିତ ଡୋଭାଲଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ନଭେମ୍ବର ୧୦ରେ ହେବାକୁ ଥିବା ଏହି ବୈଠକରେ ଆତଙ୍କବାଦ, ଡ୍ରଗ୍ସ ଚୋରାଚାଲାଣ, ଅସ୍ତ୍ରଶସ୍ତ୍ର ପ୍ରତିବନ୍ଧକ, ମାନବିକ ସହାୟତା ଭଳି ଅନେକ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି।

ଏନଏସଏ ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଆଫଗାନିସ୍ତାନର ତାଲିବାନ ସରକାର ଆସିବା ପରେ ସୃଷ୍ଟି ହୋଇଥିବା ସୁରକ୍ଷା ସମସ୍ୟା ଉପରେ ଆଲୋଚନା ହେବ। ଇରାନ,ଋଷ ସମତେ ଅନ୍ୟ ପାଞ୍ଚ ମଧ୍ୟଏସିଆ ଦେଶମାନଙ୍କ ଶୀର୍ଷ ସୁରକ୍ଷା ଅଧିକାରୀ ବୈଠକରେ ସାମିଲ ହେବ।

ସୂଚନା ଅନୁସାରେ ‘ଆଫଗାନିସ୍ତାନ ଉପରେ ଦିଲ୍ଲୀ ଆ ଳିକ ସୁରକ୍ଷା ସଂଳାପ’ ପାଇଁ ଚୀନକୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ କାର୍ଯ୍ୟକ୍ରମର ସମୟ ସହ ଜଡିତ କିଛି ସମସ୍ୟା ହେତୁ ବୈଠକରେ ଯୋଗଦେବାକୁ ଚୀନ ମନା କରିଦେଇଥିଲା। ସେହିପରି ପାକିସ୍ତାନ ମଧ୍ୟ ଏହି ବୈଠକରେ ସାମିଲ ହେବନି ବୋଲି ଭାରତର
ନିମନ୍ତ୍ରଣକୁ ପ୍ରତ୍ୟାଖାନ କରିଛି।

ଏହି ବୈଠକରେ କାଜାଖସ୍ତାନ,କିର୍ଗିଜିସ୍ତାନ,ତାଜିକିସ୍ତାନ, ତୁର୍କମେନିସ୍ତାନ ଓ ଉଜବେକିସ୍ତାନର ବରିଷ୍ଠ ସୁରକ୍ଷା ଅଧିକାରୀମାନେ ଅଂଶଗ୍ରହଣ କରିବେ। ବୁଧବାର
ହେବାକୁ ଥିବା ଏହି ବୈଠକରେ ସାମିଲ ହେବାକୁ ଥିବା ଦେଶ କ୍ଷେତ୍ରୀୟ ସ୍ତରରେ ଶାନ୍ତି ଓ ସୁରକ୍ଷାରେ ଭାରତର ଭୂମିକାକୁ ମହତ୍ୱପୂର୍ଣ୍ଣ ବୋଲି ମାନୁଛନ୍ତି। ଏହା ସହ ଭାରତ ସହ ମିଶି ଆଗାମୀ ରଣନୀତି ଉପରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ।

Leave A Reply

Your email address will not be published.