ଭୁବନେଶ୍ୱର: ଚୌଦ୍ୱାର ଜେଲ ହାଜତରୁ ବାହାରିବା ପରେ ସାରଥି ବାବା ଓରଫ୍ ସନ୍ତୋଷ ରାଉଳଙ୍କୁ ନିସ୍ତାର ନାହିଁ । ଆଜି କ୍ରାଇମବାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ତାଙ୍କ ଉପରେ ନଜର ରଖାଯିବ । ବେଲ ବଣ୍ଡ ସର୍ତ ସେ ପାଳନ କରୁଛନ୍ତି କି ନାହିଁ ,ତାହା କ୍ରାଇମବ୍ରାଞ୍ଚ ଦେଖିବ । ଯଦି ସେ ଉଲ୍ଲଂଘନ କରନ୍ତି,ତେବେ କାର୍ଯ୍ୟାନୁଷ୍ଠାନ ହେବ ।
କ୍ରାଇମବ୍ରାଞ୍ଚର ଏହି ସୂଚନା ସାରଥି ଭକ୍ତଙ୍କୁ ନିରାଶ କରିଛି । ଆଉଥରେ ଦରବାର କରିବା ଲାଗି ବାବା କୌଣସି ସୁଯୋଗ ପାଇବେ ନାହିଁ । କେବଳ ସେତିକି ନୁହେଁ, ସେ ଭକ୍ତଙ୍କୁ ଭେଟି ପୂର୍ବଭଳି କୌଣସି ଅଲୌକିକତା ଦେଖାଇପାରିବେ ନାହିଁ ।
ଗୁରୁବାର ଜେଲରୁ ବାହାରିବା ପରେ ସାରଥିଙ୍କୁ ଭେଟିବା ଲାଗି ଚୌଦ୍ୱାର ଜେଲ ବାହାରେ ବହୁ ଭକ୍ତ ରୁଣ୍ଡ ହୋଇଥିଲେ । ସେହିଭଳି ବିରୋଧୀ ବି ଉପସ୍ଥିତ ଥିଲେ । କିନ୍ତୁ ସାରଥି କାହାକୁ କିଛି ନ କହି ନିଜ ସଂପର୍କୀୟଙ୍କ ସହିତ ଚାଲିଯାଇଥିଲେ ।
ପ୍ରମୁଖ ଖବର
ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍ ଶଫିନ୍ ଅହମ୍ମଦ
ଚଳନ୍ତା ସ୍ଲିପର୍ ବସ୍ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ