ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ସାରଥିଙ୍କ ଉପରୁ ବିପଦ ଟଳିନି, କାହିିଁକି?

0

ଭୁବନେଶ୍ୱର: ଚୌଦ୍ୱାର ଜେଲ ହାଜତରୁ ବାହାରିବା ପରେ ସାରଥି ବାବା ଓରଫ୍‍ ସନ୍ତୋଷ ରାଉଳଙ୍କୁ ନିସ୍ତାର ନାହିଁ । ଆଜି କ୍ରାଇମବାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ତାଙ୍କ ଉପରେ ନଜର ରଖାଯିବ । ବେଲ ବଣ୍ଡ ସର୍ତ ସେ ପାଳନ କରୁଛନ୍ତି କି ନାହିଁ ,ତାହା କ୍ରାଇମବ୍ରାଞ୍ଚ ଦେଖିବ । ଯଦି ସେ ଉଲ୍ଲଂଘନ କରନ୍ତି,ତେବେ କାର୍ଯ୍ୟାନୁଷ୍ଠାନ ହେବ ।
କ୍ରାଇମବ୍ରାଞ୍ଚର ଏହି ସୂଚନା ସାରଥି ଭକ୍ତଙ୍କୁ ନିରାଶ କରିଛି । ଆଉଥରେ ଦରବାର କରିବା ଲାଗି ବାବା କୌଣସି ସୁଯୋଗ ପାଇବେ ନାହିଁ । କେବଳ ସେତିକି ନୁହେଁ, ସେ ଭକ୍ତଙ୍କୁ ଭେଟି ପୂର୍ବଭଳି କୌଣସି ଅଲୌକିକତା ଦେଖାଇପାରିବେ ନାହିଁ ।
ଗୁରୁବାର ଜେଲରୁ ବାହାରିବା ପରେ ସାରଥିଙ୍କୁ ଭେଟିବା ଲାଗି ଚୌଦ୍ୱାର ଜେଲ ବାହାରେ ବହୁ ଭକ୍ତ ରୁଣ୍ଡ ହୋଇଥିଲେ । ସେହିଭଳି ବିରୋଧୀ ବି ଉପସ୍ଥିତ ଥିଲେ । କିନ୍ତୁ ସାରଥି କାହାକୁ କିଛି ନ କହି ନିଜ ସଂପର୍କୀୟଙ୍କ ସହିତ ଚାଲିଯାଇଥିଲେ ।

Leave A Reply

Your email address will not be published.