ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହିତ ନିର୍ମଳାଙ୍କ ଆଲୋଚନା

0

ନୂଆଦିଲ୍ଲୀ: କରୋନା ମାମଲା ଦେଶରେ ହ୍ରାସ ପାଇବା ପରେ ଅର୍ଥନୈତିକ କାର୍ଯ୍ୟକଳାପରେ ଦ୍ରୁତ ଗତିରେ ସୁଧାର ଆସୁଛି। ଏହାରି ମଧ୍ୟରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅଛି। ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସହିତ ବୈଠକ କରିବେ ନିର୍ମଳା ସୀତାରମଣ। କେନ୍ଦ୍ର ଶାସିତ ଅଂଚଳର ଉପରାଜ୍ୟପାଳ ବି ବୈଠକରେ ଉପସ୍ଥିତ ରହିବେ।

ଭର୍ଚୁଆଲ ମାଧ୍ୟମରେ ବସିବାକୁ ଥିବା ଏହି ବୈଠକରେ କେନ୍ଦ୍ର ସରକାରଙ୍କ ବିଭାଗୀୟ ମନ୍ତ୍ରୀ,ସଚିବ ଓ ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବ ଓ ଅର୍ଥ ସଚିବ ସାମିଲ ହେବେ। ଅର୍ଥନୀତିକୁ ବୃଦ୍ଧି କରିବାରେ ଘରୋଇ ପୁଞ୍ଜିବିନିଯୋଗକୁ ଆକର୍ଷିତ କରିବା ପାଇଁ ପଦକ୍ଷେପ ବିଷୟରେ ବୈଠକରେ ଆଲୋଚନା କରାଯାଇପାରେ।ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଅନୁକୂଳ ପୁଞ୍ଜିନିବେଶ ଓ ବାତାବରଣ ସଂକ୍ରାନ୍ତରେ କେନ୍ଦ୍ର ଅର୍ଥମନ୍ତ୍ରୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ।

ବ୍ୟାବସାୟିକ ସୁବିଧା ସୁଯୋଗ ସୃଷ୍ଟି, ଆବଶ୍ୟକୀୟ ସଂସ୍କାର ଆଣିବା ଏବଂ ନିବେଶକ ମନୋବୃତ୍ତିକୁ ପ୍ରୋତ୍ସାହାନ ଦେବା ଆଦି ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇପାରେ। ଅର୍ଥମନ୍ତ୍ରାଳୟ ପକ୍ଷରୁ ଟୁଇଟ କରି କୁହାଯାଇଛି,ଭର୍ଚୁଆଲ ବୈଠକରେ ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧୁରୀ ଓ ଭାଗବତ କରାଡ ଯୋଗଦେବେ ମନ୍ତ୍ରାଳୟ ଆହୁରି କହିଛି ଯେ, ପୁଞ୍ଜିବିନିଯୋଗ ପାଇଁ ଏକ ଅନୁକୂଳ ଇକୋ ସିଷ୍ଟମ ସୃଷ୍ଟି କରିବାକୁ ହେବ।

ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବୈଠକରେ ଯୋଗଦେବେ ବୋଲି ଜଣାପଡିଛି। ମହାମାରୀ ସମୟରେ ଓଡିଶାରେ ସାଢେ ୪ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ରାଜ୍ୟର ୨ଟି ମେଗା ପ୍ରୋଜେକ୍ଟ ସମ୍ପର୍କରେ ବୈଠକରେ ଆଲୋଚନା ହୋଇପାରେ। ଗତ ଆର୍ଥିକ ବର୍ଷରେ ୨୦୨୦-୨୧ରେ ମହାମାରୀ କରୋନା ପାଇଁ ଭାରତୀୟ ଅର୍ଥନୀତିରେ ୭.୩ ପ୍ରତିଶତ ହ୍ରାସ ଘଟିଥିଲା। ଚଳିତ ଆର୍ଥିକ ବର୍ଷର ପ୍ରଥମ ଏପ୍ରିଲ-ଜୁନ ତିନିମାସରେ ଭାରତୀୟ ଅର୍ଥନୀତି ୨୦.୧ ପ୍ରତିଶତ ବୃଦ୍ଧି ଘଟିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରିମାସରେ ୬୪ ବିଲିୟନ ଡଲାରର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ ଦେଶକୁ ଆସିଛି।

Leave A Reply

Your email address will not be published.