ପ୍ରମୁଖ ଖବର

ଅଣ ସେବାୟତଙ୍କୁ ରଥ ଉପର ମନା, ଚଢ଼ିଲେ ହେବେ ଗିରଫ
ଡିଏନଏରୁ ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ
ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ : ଜି-୭ ସମ୍ମିଳନୀରେ ଦେବେ ଯୋଗ
ଭୁଶୁଡିଲା ଇନ୍ଦ୍ରାୟଣୀ ନଦୀର ବ୍ରିଜ୍‌, ଭାସିଗଲେ ୨୦ ପର୍ଯ୍ୟଟକ
କେବଳ ଯାତ୍ରୀ ନୁହେଁ ମେଡ଼ିକାଲ ଛାତ୍ରଙ୍କ ପାଇଁ ମଧ୍ୟ ସହାୟତା ରାଶି ଘୋଷଣା କଲା ଟାଟା ଗ୍ରୁପ
କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ୭ ମୃତ

ମୋତେ ବଞ୍ଚାଇଦିଅ: ଅନ୍ବେଷା

0

ତିନି ମାସ ତଳେ କୁଆଁ କୁଆଁ ହୋଇ ଜନ୍ମ ହୋଇଥିଲା । ହସ ଖୁସିରେ ଫାଟିପଡିଥିଲା ଘର । ହେଲେ ୩ ମାସ ପରେ କୁନି ଝିଅ ପାଇଁ କାନ୍ଦୁଛି ପୁରା ପରିବାର । ହସ୍ପିଟାଲ ବେଡରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛି କୁନି ଝିଅ । କଅଁଳ ଶିଶୁକୁ ବଂଚାଇବାକୁ ହାତ ଯୋଡି ନେହୁରା ହେଉଛନ୍ତି ବାପା , ମଆ । ଆମ ଛୁଆକୁ ବଂଚାଇଦିଅ.. ।

ଅନ୍ୱେଷାର ଜୀବନ ବଂଚାଇବା ପାଇଁ ଭଗବାନ ଉପରେ ଯେତିକି ଭରସା ଏବେ ତାହାଠୁ ଅଧିକ ଆଶା ଆପଣଙ୍କ ଉପରେ । ଆପଣଙ୍କର ଛୋଟ ଛୋଟ ସହାୟତା ଗୋଟିଏ ଗୋଟିଏ ଟଙ୍କା ଏବେ ଅନ୍ୱେଷା ପରିବାର ପାଇଁ ମୂଲ୍ୟବାନ । କୁନି ଝିଅର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଯୋଗାଡ଼ କରିବା ଯେତେବେଳେ ପରିବାର ପକ୍ଷେ ଅସମ୍ଭବ ହୋଇପଡିଛି ,ସେତେବେଳେ ଆକୁଳ ନିବେଦନ କରୁଛନ୍ତି ଅସହାୟ ବାପା,ମାଆ ।

ପୁରୀ ଜିଲ୍ଲା ପିପିଲି କାକୁଡିକୋସାଙ୍ଗ ଗାଁର ସଦାଶିବ ମିଶ୍ରଙ୍କ ୩ ମାସର ଝିଅ ଏବେ ହସ୍ପିଟାଲ ବେଡ଼ରେ । ୩ ମାସର ଶିଶୁ କନ୍ୟା ହୃତପିଣ୍ଡ ସମସ୍ୟା ଭୋଗ କରୁଛି । ଅନ୍ୱେଷା ଚିକିତ୍ସା ପାଇଁ ଭୁବନେଶ୍ୱର ଜଗନ୍ନାଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ । ହେଲେ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ବେଙ୍ଗାଲୁରୁର ମଜୁମଦାର ସାହା ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ହୃତପିଣ୍ଡରେ ଛିଦ୍ର ଥିବାରୁ ଶିଶୁ କନ୍ୟାଟିର ଅସ୍ତ୍ରୋପଚାର ପାଇଁ ଅର୍ଥ ସାଜିଛି ବାଧକ । ଲକ୍ଷାଧିକ ଟଙ୍କା ଯୋଗାଡ କରିବା ପରିବାର ପକ୍ଷେ କଷ୍ଟକର ହୋଇପଡିଛି ।

ଅନ୍ୱେଷାର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ପଡୁଥିବାରୁ ମିଲାପ ଫଣ୍ଡ ଜରିଆରେ ଏବେ ପାଣ୍ଠି ଯୋଗାଡ଼ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ପରିବାର ଲୋକେ । ଆପଣଙ୍କର ଟିକିଏ ସହାୟତା ହୁଏ ତ କୁନି ଝିଅକୁ ନୂଆ ଜୀବନ ଦେବ । ବାପା, ମାଆଙ୍କ କୋଳକୁ ଅନ୍ୱେଷାକୁ ଫେରାଇ ଆଣିବ । ଏବେ ଆପଣଙ୍କ ସାହାର୍ଯ୍ୟ ଅପେକ୍ଷାରେ ଅନ୍ୱେଷା । ଆପଣଙ୍କର ଟିକିଏ ସାହାଯ୍ୟ ଆଣିଦେବ ଅନ୍ୱେଷା ପାଇଁ ନୂଆ ଆଶା ।

ଶିଶୁଟିକୁ ସାହାଯ୍ୟ କରିବାକୁ ହେଲେ ମିଲାପ ଫାଉଣ୍ଡେସନ ୱେବସାଇଟକୁ ଯାଇ ଆପଣଙ୍କ ସାହାଯ୍ୟ କରିପାରିବେ । କିମ୍ବା ବାପା ସଦାଶିବ ମିଶ୍ରଙ୍କ ବ୍ୟାଙ୍କ ଆକାଉଂଟକୁ ମଧ୍ୟ ସିଧା ଟଙ୍କା ପଠାଇପାରିବେ ।

Leave A Reply

Your email address will not be published.