ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ବଢିଲା ସଂକ୍ରମଣ; ଆଜିଠୁ ନାଇଟ କର୍ଫ୍ୟୁ

0

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରେ ଆଜିଠୁ ଲାଗୁ ହେବ ରାତ୍ରିକାଳୀନ କର୍ଫ୍ୟୁ। କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ଯୋଗୁଁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବା ନେଇ ନିଷ୍ପତ୍ତି ହୋଇଛି। ଜିଲ୍ଲାର ଜଣେ ଉଚ୍ଚ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ଜିଲ୍ଲା ଅଧିକାରୀ ଅଂଶୁଲ ଗର୍ଗ କହିଛନ୍ତି ଯେ, କର୍ଫ୍ୟୁ ସମୟରେ ନିୟମ ଉଂଲଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କରୋନାର ନୂଆ ମାମଲା ସାମନାକୁ ଆସିବା ପରେ ଆଜିଠୁ ରାତି ୧୦ରୁ ସକାଳ ୬ ଯାଏଁ ନାଇଟ କର୍ଫ୍ୟୁ ଲଗାଇବାକୁ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଡିଡିଏମ) ନିଷ୍ପତ୍ତି ନେଇଛନ୍ତି।

ଜମ୍ମୁ କାଶ୍ମୀରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ଅତିକ୍ରମ କରିଛି । ଏ ଯାଏଁ ୪ ହଜାର ୪୫୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଲାଣି । ଏଥି ସହିତ ସଂକ୍ରମିତ ସଂଖ୍ୟା ଏବେ ପୁଣି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବାରୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପୁଣି କଟକଣା ଆରମ୍ଭ ହୋଇଛି।

ଏହା ପୂର୍ବରୁ ଉପରାଜ୍ୟପାଳ ମନୋଜ ସିହ୍ନା କୋଭିଡ ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେ କହିଛନ୍ତି ସଂକ୍ରମଣ ବଢୁଥିବା ଅଂଚଳରେ କର୍ଫ୍ୟୁ ଲାଗି ରହିବ ଏବଂ ଏହା ସହ କୋଭିଡ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରାଯିବ।

Leave A Reply

Your email address will not be published.