ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ପୋଷ୍ଟମର୍ଟମ ଘରୁ ଫେରିଲା ଜୀବନ

0

ଡାକ୍ତର ମୃତ ଘୋଷଣା କରିବାର ୭ ଘଣ୍ଟା ବିତିଯାଇଥିଲା । ଘରେ କାନ୍ଦବୋବାଳି ପଡିଥିଲା । ମୃତ ଘୋଷଣା ପରେ ମୃତଦେହକୁ ନେଇ ହସ୍ପିଟାଲର ଶବ ଗୃହରେ ରଖାଯାଇଥିଲା । କିନ୍ତୁ ଶବ ବ୍ୟବଚ୍ଛେଦ ହେବା ଆଗରୁ ହଠାତ ଫେରିଲା ଜୀବନ । ଏ ଘଟଣା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । କିଭଳି ଜଣେ ମୃତ ଘୋଷଣା ବ୍ୟକ୍ତି ପୁଣି ଥରେ ଜୀବନ ଫେରିପାଇଲେ ମନରେ ପ୍ରଶ୍ନ ଉଠିପାରେ । କିନ୍ତୁ ଏହା ସତ୍ୟ ।

ଉତ୍ତରପ୍ରଦେଶ ମୁରଦାବାଦ ଅଞ୍ଚଳ ର ଶ୍ରୀକେଶ କ୍ଷୀର ଆଣିବାକୁ ରାତିରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ରାସ୍ତା ପାର କରୁଥିବା ସମୟରେ ତାଙ୍କୁ ଏକ ଗାଡି ଧକ୍କା ଦେବାରୁ ସେ ଗୁରୁତର ହୋଇପଡିଥିଲେ ।ଏହା ପରେ ପରିବାର ଲୋକ ତାଙ୍କୁ ଏଇ ମେଡିକାଲରୁ ସେଇ ମେଡିକାଲ ଏମିତି ୩ଟି ହସ୍ପିଟାଲ ଧରି ବୁଲିଥିଲେ । କିନ୍ତୁ କେଉଁଠି ଚିକିତ୍ସା ସୁବିଧା ମିଳିପାରିନଥିଲା । ଆଉ ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଶ୍ରୀକେଶଙ୍କୁ ହରାଇବା ପରେ ପରିବାର ଲୋକ ଭାଙ୍ଗିପଡିଥଲେ । ଘରେ ଶୋକାକୁଳ ପରିସ୍ଥିତି ଉପୁଜିଥିଲା । ଡାକ୍ତରଙ୍କ ମୃତ ଘୋଷଣା ପରେ ସରକାରୀ ହସ୍ପିଟାଲରେ ଥିବା ଶବଗୃହରେ ତାଙ୍କୁ ରଖାଯାଇଥିଲା । ଏହା ପରେ ପାଖାପାଖି ୭ ଘଣ୍ଟା ପରେ ଯେତେବେଳେ ପୋଷ୍ଟମର୍ଟମ ପାଇଁ ନିଆଯାଇଥିଲା ସେତେବେଳେ ଶ୍ରୀକେଶ ଜୀବିତ ଥିବା ଜଣାପଡିଥିଲା । ଶବ ବ୍ୟବଚ୍ଛେଦ କରୁଥିବା ଡାକ୍ତର ଚେକ ଅପ ପରେ ସେ ଜୀବିତ ଥିବା ନିଶ୍ଚିତ କରିଥିଲେ । ଏହା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଥିଲା ।

ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଥିବା ବେଳେ ଡାକ୍ତରଙ୍କ ଦାୟିତ୍ୱହୀନତା ନେଇ ପ୍ରଶ୍ନ ଉଠିଛି । ଅନ୍ୟପଟେ ଡାକ୍ତରଙ୍କ କହିବା କଥା, କିଛି କେସରେ ଏମିତି ହୋଇଥାଏ । ଯେତେବେଳେ ଜଣେ ବ୍ୟକ୍ତି ଗୁରୁତର ଥାଏ, ତାଙ୍କୁ କିଛି ମେଡିସିନ ଦିଆଯାଇଥାଏ । ସେତେବେଳେ ବହୁ ସମୟ ପର୍ଯ୍ୟନ୍ତ କିଛି ଜଣଙ୍କ ଶରୀରରେକୌଣସି ପ୍ରଭାବ ଦେଖିବାକୁ ମିଳିନଥାଏ । ଫଳରେ ସେ ମୃତ କି ଜୀବିତ ଜାଣିବା କଷ୍ଟକର ହୋଇଥାଏ ।

Leave A Reply

Your email address will not be published.