ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

କରୋନା ନୂଆ ରୂପ ନେଇ ମୁହଁ ଖୋଲିଲା‘ହୁ’; ଭାରତରେ ଆଲର୍ଟ

0

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭ୍ୟାରିଆCd’ ଓମିକ୍ରୋନ ଚିହ୍ନଟ ପରେ ଆଲର୍ଟରେ ଭାରତ ସରକାର। ନୂଆ ଭ୍ୟାରିଆଣ୍ଟକୁ ନେଇ ସରକାର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। କୁହାଯାଉଛି ଯେ, ଏହି ବୈଠକରେ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଆଲୋଚନା ହୋଇପାରେ।କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ପରେ ଭାରତରେ ସଂକ୍ରମଣ ଏବେ ନିୟନ୍ତ୍ରଣରେ ଅଛି। ଟିକାକରଣ ମଧ୍ୟ ଦ୍ରୁତଗତିରେ କରାଯାଉଛି ।ହେଲେ ଆଗକୁ ଯେମିତି ପୁଣି ପୂର୍ବ ସ୍ଥିତ ନ ଫେରେ ସେ ନେଇ ସତର୍କ ହୋଇଯାଇଛନ୍ତି ସରକାର।

ନୂଆ ଭ୍ୟାରିଆଣ୍ଟ ଓମିକ୍ରୋନ ଦକ୍ଷିଣ ଆଫ୍ରିକାରୁ ଅନେକ ଦେଶକୁ ବ୍ୟାପିଲାଣି। କରୋନାର ଏହି ନୂଆ ରୂପ ଦକ୍ଷିଣ ଆଫ୍ରିକାରେ କିଛି ସପ୍ତାହ ଧରି ବ୍ୟାପିବାରେ ଲାଗିଛି। ଏହାକୁ ଏବେ ‘ହୁ’ ବିପଜ୍ଜନକ ବୋଲି କହିଛି। ଏହା ଦକ୍ଷିଣ ଆଫ୍ରିକାର ଆଫ୍ରିକୀୟ ଦେଶ,ବୋତସ୍ୱାନାରେ ପହଞ୍ଚି ସାରିଲାଣି। ହଂକଂରେ ମଧ୍ୟ ଏହି ନୂଆ ଭ୍ୟାରିଆଣ୍ଟର ମାମଲା ସାମାନାକୁ ଆସିଛି।

ମଧ୍ୟ ପୂର୍ବ ଇସ୍ରାଏଲ ଓ ୟୁରାପରେ ବେଲଜିୟମରେ ମଧ୍ୟ ଓମିକ୍ରୋନ ପହଞ୍ଚିସାରିଛି। କରୋନାର ନୂଆ ଭ୍ୟାରିଆ ପୁରା ବିଶ୍ୱକୁ ପୁଣି ଥରେ ଚିନ୍ତାରେ ପକାଇଦେଇଛି। ଅନେକ ଦେଶ ଦକ୍ଷିଣ ଆଫ୍ରିକାକୁ ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇସାରିଛନ୍ତି। ଏହି ଦେଶ ଗୁଡିକ ମଧ୍ୟରେ ଇଟାଲୀ, ଅଷ୍ଟ୍ରିଆ,ଫ୍ରାନ୍ସ, ଜାପାନ, ସିଙ୍ଗାପୁର,ନେଦରଲ୍ୟାଣ୍ଡ, ମାଲ୍ଟା ,ମାଲେସିଆ, ମୋରକୋ ,ଫିଲିପାଇନ୍ସ,ଦୁବାଇ, ଜୋର୍ଡାନ,ଆମେରିକା ଓ ତୁର୍କୀ ଅଛନ୍ତି।

ଭାରତରେ ପୂର୍ବରୁ ଡେଲଟା ଭ୍ୟାରିଆଣ୍ଟ ଅନେକ କ୍ଷତି କରିସାରିଥିବା ବେଳେ ଏବେ ଓମିକ୍ରୋନକୁ ନେଇ ଭୟ ବଢିଛି। ଦକ୍ଷିଣ ଆଫ୍ରିକା, ହଂକଂ ଓ ବୋତାସ୍ୱାନାରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ କଡା ନଜର ରଖିବା ସହ ସେମାନଙ୍କର ପୁଙ୍ଖାନୁପୁଙ୍ଖ ସ୍କ୍ରିନିଂ କରିବାକୁ କେନ୍ଦ୍ର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛି। ଏହା ସହିତ ଗତ ୪ରୁ ୫ ଦିନ ମଧ୍ୟରେ ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ,ଓଡିଶା ଉତ୍ତରାଖଣ୍ଡ,ରାଜସ୍ଥାନ ,ପଞ୍ଜାବ ଭଳି ରାଜ୍ୟରେ କରୋନା ମାମଲା ବଢିବାରେ ଲାଗିଛି।

ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମ୍ପର୍ଣ୍ଣ ସତର୍କ ହୋଇପଡିଛନ୍ତି। ତେବେ ଏଭଳି ସ୍ଥିତିରେ କରୋନା ନିୟମ ମାନିବା ଜରୁରୀ ଅଟେ। ସାମାଜିକ ଦୂରତା, ମାସ୍କ ପିନ୍ଧିବା କରୋନା ବିରୋଧରେ ବଡ଼ ଅସ୍ତ୍ର ଅଟେ। କରୋନା ଏଡାଇବା ପାଇଁ ସମସ୍ତେ ଗାଇଡଲାଇନ ପାଳନ କରିବା ଆବଶ୍ୟକ।

Leave A Reply

Your email address will not be published.