ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ହସ୍ପିଟାଲରେ ଆଜି ବନ୍ଦ ରହିବ ଓପିଡି

0

ନିଟ୍ ପିଜି କାଉନସେଲିଂରେ ବିଳମ୍ବ ହେତୁ ଆଜି ଦେଶର ଅନେକ ରାଜ୍ୟରେ ଡାକ୍ତରଖାନା ଗୁଡିକରେ ଓପିଡି ସେବା ବନ୍ଦ ରହିବ । ପୂର୍ବରୁ ଫେଡେରେସନ ଅଫ ରେସିଡେଣ୍ଟ ଡାକ୍ତର ସଂଘ ବନ୍ଦ ନେଇ ଘୋଷଣା କରିଥିଲେ । ଯାହା ପରେ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲ, ଆରଏମଏଲ ସମେତ ଅନ୍ୟ ଡାକ୍ତରଖାନାଗୁଡିକରେ ଘରୋଇ ଡାକ୍ତର ଆଜି ଓପିଡିରେ ରୋଗୀଙ୍କ ଚିକିତ୍ସା କରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ସମେତ ଅନେକ ରାଜ୍ୟ ଏହି ଧର୍ମଘଟରେ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ସମେତ,କର୍ଣ୍ଣାଟକ,ମହାରାଷ୍ଟ୍ର,ରାଜସ୍ଥାନ ମଧ୍ୟପ୍ରଦେଶ,ଗୁଜୁରାଟ,ସମେତ ଅନ୍ୟ ରାଜ୍ୟରେ ଓପିଡିରେ ଡାକ୍ତର ରୋଗୀ ଚିକିତ୍ସା ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାର ପ୍ରଭାବ ଏନସିଆରରେ ମଧ୍ୟ ପଡିବ ।

ଫେଡେରେସନ ଅଫ ରେସିଡେଣ୍ଟ ଡାକ୍ତର ସଂଘ ସଭାପତି ଡକ୍ଟର ମନୀଷ କହିଛନ୍ତି ଗୁରୁବାର ଦିନ ଏକ ବୈଠକ ବସିଥିଲା । ଏଥିରେ ସମସ୍ତ ଆରଡିଏ ସାମିଲ ଥିଲେ । ବୈଠକରେ ଓପିଡି ସେବା ବନ୍ଦ କରିବା ନେଇ ସ୍ଥିର ହୋଇଥିବା ବେଳେ ଏହା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ । ଯେବେଯାଏଁ କିଛି ଠୋସ ପଦକ୍ଷେପ ଗ୍ରହଣ କରାଯାଇନି ସେବେ ଯାଏଁ ଏହା ଜାରି ରହିବ ।

ନିଟ୍ ପିଜି କାଉନସେଲିଂରେ ବିଳମ୍ବ ହେତୁ ସାରା ଦେଶରେ ୧୦ ହଜାରରୁ ଅଧିକ ଘରୋଇ ଡାକ୍ତର ଏହାକୁ ବିରୋଧ କରିବେ । ଯେଉଁଠାରେ ମେ ମାସରେ ଯୋଗଦେବାର ଥିଲା ଏବେ ଡିସେମ୍ବର ଆସିଗଲାଣି । ଡିସେମ୍ବରରେ ତାରିଖ ଦିଆଯାଏ କି ଜାନୁଆରୀରେ ଏହାର ଶୁଣାଣି ହେବ । କିନ୍ତୁ ଏହା ଜଣା ନାହିଁ ଆଉ କେତେ ସମୟ ଲାଗିବ, ପୁରା ବର୍ଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। ଘରୋଇ ଡାକ୍ତରଙ୍କ ଉପରେ ଏହାର ବୋଝ ପଡୁଛି । କାରଣ ନୂଆ ଲୋକ ଆସୁନଥିବାରୁ ପୁରୁଣା ଲୋକ ୮୦ ଘଣ୍ଟା କାମ କରୁଛନ୍ତି ।

ଫେଡେରେସନ ଅଫ ରେସିଡେଣ୍ଟ ଡାକ୍ତର ସଂଘର ସଭାପତି ଡ.ମନୀଷ ଏହା ମଧ୍ୟ କହିଛନ୍ତି ଯେ, ଏବେ ଘରୋଇ ଡାକ୍ତର ସଂଘ ଚାହୁଁଛନ୍ତି ଯେ, ଏହାର ସମାଧାନ ହେଉ ଏବଂ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରି ତୁରନ୍ତ ସମାଧାନ କରନ୍ତୁ । ଏହି ହରତାଳରେ କେବେଳ ଘରୋଇ ଓ ଜୁନିଅର ଡାକ୍ତରମାନଙ୍କୁ ଛାଡିଦେଲେ ଅନ୍ୟ ଡାକ୍ତରମାନେ ଓପିଡିରେ ଉପସ୍ଥିତ ରହିବେ । ସମସ୍ତ ୱାର୍ଡ ଓ ଜରୁରୀକାଳୀନ ପରିସ୍ଥିତିରେ ଚିକିତ୍ସା କରିବାକୁ ଯିବେ ।

Leave A Reply

Your email address will not be published.