ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ଭାରତରେ ବଢିଲା ‘ଓମିକ୍ରନ’ ବିପଦ!

0

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ଓମିକ୍ରନ ଭ୍ୟାରିଆଣ୍ଟର ବିପଦ ଭାରତରେ ବଢିବାରେ ଲାଗିଛି। କର୍ଣ୍ଣାଟକରେ ଦୁଇ ଜଣ ଓମିକ୍ରନ ଭ୍ୟାରିଆ ରେ ସଂକ୍ରମିତ ଜଣାପଡିବା ପରେ ରାଜ୍ୟ ସରକାର କୋଭିଡ଼ ଗାଇଡଲାଇନ ଜାରି କରିଦେଇଛନ୍ତି। ମହାରାଷ୍ଟ୍ରରେ ମଧ୍ୟ ୩୦ ଜଣଙ୍କ ନମୂନା ଜେନମ ସ୍ୱିକେନ୍ସିଂ ପାଇଁ ପଠାଯାଇଛି। ତେବେ ରାଜସ୍ଥାନ ଜୟପୁରର ଗୋଟିଏ ପରିବାରର ୯ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪ଜଣ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ, ଯାହା ଚିନ୍ତାର କାରଣ ପାଲଟିଛି।

କର୍ଣ୍ଣାଟକରେ ଦୁଇ ଜଣ ଓମିକ୍ରମ ଭ୍ୟାରିଆ ସଂକ୍ରମିତ ଚିହ୍ନଟ ପରେ ଏହାକୁ ନେଇ ଭୟ ବଢିଯାଇଛି। ତେବେ ଏହାରି ଭିତରେ ବେଙ୍ଗାଲୁରୁକୁ ଦକ୍ଷିଣ ଆଫ୍ରିକାରୁ ୫୭ ଜଣ ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ସହ ଯୋଗଯୋଗ ହୋଇପାରୁନାହିଁ। ଏହି ୧୦ ବିଦେଶ ଯାତ୍ରୀଙ୍କ ଫୋନ ମଧ୍ୟ ବନ୍ଦ ରହିଛି। ରାଜସ୍ଥାନ ଜୟପୁରରେ ଗୋଟିଏ ପରିବାର ୯ ଜଣ ଆକ୍ରାନ୍ତ ଥିବା ବେଳେ ଏମାନେ ଓମିକ୍ରନ ଭ୍ୟାରିଆ ରେ ସଂକ୍ରମିତ କି ନୁହେଁ ତାହା ଜଣାପଡିନି। ପରିବାରର ୪ ଜଣ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ବେଳେ ସମସ୍ତ ଆକ୍ରାନ୍ତଙ୍କୁ ରାଜସ୍ଥାନ ୟୁନିଭର୍ସିଟି ଅଫ ହେଲ୍‌ଥ ସାଇନ୍ସରେ ସଙ୍ଗରୋଧରେ ରଖାଯାଇଛି।

ଦିଲ୍ଲୀରେ ମଧ୍ୟ ଦକ୍ଷିଣଆଫ୍ରିକାରୁ ଫେରିଥିବା ୧୨ ଯାତ୍ରୀଙ୍କୁ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ଏମାନଙ୍କ ମଧ୍ୟରୁ କେହି ଓମିକ୍ରନ ଭ୍ୟାରିଆଣ୍ଟରେ ସଂକ୍ରମିତ ଥିବା ଜଣାପଡିନାହିଁ। କେବଳ ଜଣକୁ ଛାଡି ଅନ୍ୟ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି। ତାମିଲନାଡୁରେ ମଧ୍ୟ ବିଦେଶରୁ ଫେରିଥିବା ୩ ଯାତ୍ରୀ କରୋନା ସଂକ୍ରମିତ ଅଛନ୍ତି। ସେମାନଙ୍କ ମଧ୍ୟରେ ଗୋଟେ ଛୋଟ ଛୁଆ ରହିଛି।

ଓମିକ୍ରନକୁ ନେଇ ପଶ୍ଚିମବଙ୍ଗ ଓ ଜମ୍ମୁ କାଶ୍ମୀରରେ ମଧ୍ୟ ଗାଇଡଲାଇନ ଜାରି କରାଯାଇଛି । ଓମିକ୍ରନ ପ୍ରଭାବିତ ଦେଶରୁ ପଶ୍ଚିମବଙ୍ଗ ଫେରିଥିଲେ ୭ ଦିନ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ । ଜମ୍ମୁକାଶ୍ମୀରରେ ମଧ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି। ହାଇ ରିସ୍କ ଦେଶରୁ ଫେରିଥିବା ଯାତ୍ରୀ କରୋନା ରିପୋର୍ଟ ନେଗେଟିଭ ଥିଲେ ଘରୋଇ ସଙ୍ଗରୋଧରେ ରହିବେ। ଏହା ସହିତ ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.