ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ

0

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ। ୬୭ ବର୍ଷରେ ଆଖିବୁଜିଛନ୍ତି ଏହି ଲୋକପ୍ରିୟ ସାମ୍ବାଦିକ। ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ।ଦିଲ୍ଲୀର ଏକ ହସ୍ପିଟାଲର ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି। ବିନୋଦଙ୍କ ଝିଅ ମଲ୍ଲିକା ଦୁଆ ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ମଲ୍ଲିକା ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ତାଙ୍କ ବାପା ଆଉ ନାହାଁନ୍ତି। ବିନୋଦଙ୍କ ମୃତ୍ୟୁ ଖବର ଗଣମାଧ୍ୟମ ଜଗତକୁ ସ୍ତବ୍ଧ କରିଦେଇଛି।

ଟିଭି ସାମ୍ବାଦିକତାରେ ବେଶ ଲୋକପ୍ରିୟ ଥିବା ବିନୋଦ ଦୀର୍ଘ ୪୨ ବର୍ଷ ଧରି ସାମ୍ବାଦିକତା ଜଗତରେ କାର୍ଯ୍ୟକରିଆସୁଥିଲେ। ଦିଲ୍ଲୀରେ ବାଲ୍ୟ ଜୀବନ କଟାଇଥିବା ବିନୋଦ ଅନେକ ସଂଗ୍ରାମ ଦେଇ ସାମ୍ବାଦିକତା କ୍ଷେତ୍ରରେ ସୁନାମ ସାଉଣ୍ଟିଥିଲେ। ଦୂରଦର୍ଶନ ଓ ଏନଡିଟିଭିରେ ଦୀର୍ଘ ଦିନ ଧରି କାମ କରିଛନ୍ତି। ଦୂରଦର୍ଶନରେ ପ୍ରଥମ ଥର ଲାଗି ସେ ୧୯୭୪ରେ ଏକ ଯୁବ କାର୍ଯ୍ୟକ୍ରମରେ ଆସି ପରିଚିତ ଲାଭ କରିଥିଲେ। ପରେ ସେ ଅମୃତସର ଟିଭିରେ ଯୋଗ
ଦେଇଥିଲେ। ଏନଡିଟିଭିର ବହୁ ଚର୍ଚ୍ଚିତ ଜାଇକା ଇଣ୍ଡିଆ କା କାର୍ଯ୍ୟକ୍ରମ କରି ସେ ବେଶ ଚର୍ଚ୍ଚିତ ହୋଇଥିଲେ। କେବଳ ସାମ୍ବାଦିକତା କ୍ଷେତ୍ରରେ ତାଙ୍କ ପ୍ରସିଦ୍ଧି ରହିନଥିଲା। ଏହା ସହିତ ସମାଜସେବା ଓ ସାମାଜିକ ଆନ୍ଦୋଳନରେ ମଧ୍ୟ ବିନୋଦ ଦୁଆଙ୍କ ବଡ଼ ଭୂମିକା ଥିଲା।

ଗତ କିଛି ବର୍ଷ ହେବ ଏକ ପୋର୍ଟାଲରେ କାର୍ଯ୍ୟ କରୁଥିଲେ। ସରକାରଙ୍କ ବିଭିନ୍ନ କାର୍ଯ୍ୟଶୈଳୀ ଉପରେ ତଥ୍ୟଭିତ୍ତିକ ପ୍ରଶ୍ନ ଉଠାଇ ଡିଜିଟାଲ ମିଡିଆରେ ବେଶ ଚର୍ଚ୍ଚାକୁ ଆସିଥିଲେ ବିନୋଦ। ବିନୋଦଙ୍କ ତଥ୍ୟ ଭିତ୍ତିକ ସୋ ଦେଖିବାକୁ ଯୁବ ବର୍ଗଙ୍କ ମଧ୍ୟରେ କ୍ରେଜ ରହିଥିଲା। ୧୯୯୬ରେ ବିନୋଦ ଦୁଆଙ୍କୁ ପ୍ରଖ୍ୟାତ ରାମନାଥ ଗୋଏଙ୍କା ଉତ୍କର୍ଷ ସାମ୍ବାଦିକତା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ସହ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୦୮ରେ ପଦ୍ମଶ୍ରୀ ଉପାଧୀ ପ୍ରଦାନ କରାଯାଇଥିଲା। ଜୀବନବ୍ୟାପୀ ସାଧନା ଲାଗି ତାଙ୍କୁ ମୁମ୍ବାଇ ପ୍ରେସ କ୍ଲବ ପକ୍ଷରୁ ରେଡଲିଙ୍କ ସମ୍ମାନରେ ବିଭୂଷିତ କରାଯାଇଥିଲା।

ଗତ କିଛି ମାସ ତଳେ ବିନୋଦ ଓ ତାଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇଥିଲେ। ତେବେ ମହାମାରୀ ସହ ଲଢେଇ କରି ବିନୋଦ ସୁସ୍ଥ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କର କିନ୍ତୁ ଗତ ଜୁନ ମାସରେ ପରଲୋକ ହୋଇଥିଲା। ଆଉ ୬ ମାସ ବ୍ୟବଧାନରେ ଏବେ ଆଖିବୁଜିଛନ୍ତି ବିନୋଦ। ଆସନ୍ତାକାଲି ଲୋଧୀ ଶ୍ମଶାନ ଘାଟରେ ବିନୋଦଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ତାଙ୍କ ଝିଅ ମଲ୍ଲିକା ଦୁଆ ସୂଚନା ଦେଇଛନ୍ତି।

Leave A Reply

Your email address will not be published.