ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ବାତ୍ୟା ଦୁର୍ବଳ..ବର୍ଷା ପ୍ରବଳ

0

ଟଳିଛି ବାତ୍ୟା ଆଶଙ୍କା । ସମୂଦ୍ର ଭିତରେ ଦୁର୍ବଳ ହୋଇଛି ବାତ୍ୟା ‘ଜୱାଦ’ । ଫଳରେ ଏକ ବଡ଼ ଧରଣର ବିପଦ ଓଡିଶା ଉପକୂଳରୁ ଟଳିଯାଇଛି । ଆଜି ଅବପାତରେ ପରିଣତ ହେବ ବାତ୍ୟା ଜୱାଦ । ଗତକାଲି ସମୂଦ୍ର ଭିତରେ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଥିଲା । ଆଜି ମଧ୍ୟାହ୍ନରେ ପୁରୀ ନିକଟବର୍ତ୍ତୀ ଏହା ଅବପାତରେ ପରିଣତ ହେବ । କିନ୍ତୁ ଏହା ପ୍ରଭାବରେ ଲଗାଣ ବର୍ଷା ଜାରି ରହିଛି ।

ପୁରୀଠାରୁ ୨୭୦ କିଲୋମିଟର ଏବଂ ଗୋପାଳପୁରଠୁ ୨୦୦ କିମି ଦୂରରେ ରହିଛି ଜୱାଦ । ଏବେ ଘଣ୍ଟା କୁ ୧୧ କିମି ବେଗରେ ଗତି କରୁଛି ଜୱାଦ । ମଧ୍ୟାହ୍ନ ସୁଦ୍ଧା ଏହା ପୁରୀ ନିକଟବର୍ତ୍ତୀ ହେବ । ପୁରୀ ନିକଟ ଦେଇ ଏହା ପଶ୍ଚିମବଙ୍ଗ ମୁହାଁ ହେବ । ତେବେ ଏହା ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ଜାରିବ । ଉ ର ଓଡିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି।

ଗଞ୍ଜାମ, ପୁରୀ, ଜଗତିଂହପୁର, ଖୋର୍ଦ୍ଧା,କେନ୍ଦ୍ରାପଡା,ଭଦ୍ରକ, ସହ ଉପକୂଳ ଅ ଳରେ ପ୍ରବଳ ବର୍ଷା ହୋଇପାରେ । ଏହା ସହ ୩୦ରୁ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ବନ୍ଦର ଗୁଡିକରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ମତ୍ସଜୀବୀ ମାନଙ୍କ ମଧ୍ୟ ସମୂଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଭୁବନେଶ୍ୱର ଓ କଟକରେ ଲଗାଣ ବର୍ଷା ସମ୍ଭାବନା ରହିଛି । ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ମଧ୍ୟ ଜମିପାରେ । ଏହାକୁ ଆଖି ଆଗରେ ରଖି ସରକାରୀ ସ୍ତରରେ ସବୁ ପ୍ରସ୍ତୁତି କରାଯାଇଛ । ବର୍ଷା ଯୋଗୁଁ ଅନେକ ଜିଲ୍ଳାରେ ଧାନ ଫସଲ ବ୍ୟାପକ କ୍ଷତି ଘଟିଛି । ବର୍ଷା ଓ ହାଲୁକା ପବନ ଲାଗି ରହିବା ଫଳରେ ପାଚିଲା ଧାନ ଗଛ ଗୁଡିକ ଶୋଇ ପଡିଛି । ଯେଉଁ ପାଚିଲା ଧାନଗୁଡିକ ପାଣିରେ ବୁଡିଯାଇଛି, ସେଗୁଡିକ ଗଜା ହୋଇଯିବା ସହ ପଚି ନଷ୍ଟ ହୋଇଯିବାର ସମ୍ଭାବନା ରହିଛି । ଫଳରେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ଦକ୍ଷିଣ ଓଡିଶାରେ ୫ ତାରିଖ ପର୍ଯ୍ୟନ୍ତ କୋହଲା ପାଗ ଲାଗି ରହିବ । ଏବଂ ଭୁବନେଶ୍ୱର ସମେତ ଉତ୍ତର ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ୬ ତାରିଖ ପଯ୍ୟର୍ନ୍ତ କୋହଲା ପାଗ ଲାଗି ରହିବ । ଉପକୂଳ ଓଡିଶାରେ ୧୧ ଓ ୧୨ ତାରିଖରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରୀ ଓ ୧୦ରୁ ୧୧ ତାରିଖ ମଧ୍ୟରେ ଅନ୍ୟ ସ୍ଥାନରେ ୫ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି । ଫଳରେ ଏହା ପରେ ରାଜ୍ୟରେ ଶୀତର ପ୍ରକୋପ ବଢିବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ।

Leave A Reply

Your email address will not be published.