ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

କେତେ ଗୁରୁତ୍ବପୂର୍ଣ୍ଣ ଥିଲା ମୋଦୀ-ପୁଟିନ୍ ଆଲୋଚନା

0

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଭାରତ ଗସ୍ତରେ ଆସିଥିଲେ। ୨୧ ତମ ଭାରତଋଷ ଶିଖର ସମ୍ମିଳନୀରେ ସାମିଲ ହେବା ଥିଲା ଗସ୍ତର ଉଦ୍ଦେଶ୍ୟ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭେଟ ହେବା ସହ ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଥିଲା।ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେଉଁ ପୁଟିନ କେବେ ପାକିସ୍ତାନ ଯାଇନାହାଁନ୍ତି , ଗତ ଦୁଇ ବର୍ଷ ମଧ୍ୟରେ ଯେ ଦ୍ୱିତୀୟ ଥର ପାଇଁ ନିଜ ଦେଶରୁ ବାହାରକୁ ବାହାରିଛନ୍ତି, ସେ ୫ ଘଣ୍ଟା ପାଇଁ ଭାରତ ଗସ୍ତରେ କାହିଁକି ଆସିଥିଲେ ?

ବିଶେଷଜ୍ଞ ମାନେ ଏହି ବୈଠକକୁ ଭାରତ ଓ ଋଷ ମଧ୍ୟରେ ଭବିଷ୍ୟତ ପାଇଁ ସମ୍ପର୍କର ମୂଳଦୁଆ ବୋଲି କହୁଛନ୍ତି। କାରଣ ଯଦି ପୁଟିନ ଭାରତ ସହିତ ସମ୍ପର୍କକୁ ଗୁରୁତର ଭାବିନଥାନ୍ତେ ତାହେଲେ ଭାରତ ଆସିନଥାନ୍ତେ। ରୋମରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀକୁ ମଧ୍ୟ ପୁଟିନ ଯାଇନଥିଲେ। ଗ୍ଲାସଗୋର ଯାଇଥିବା ସିଓପି୨୬ ସମ୍ମିଳନୀରେ ମଧ୍ୟ ସେ ସାମିଲ ହୋଇନଥିଲେ।

ରାଷ୍ଟ୍ରପତି ପୁଟିନ ୨୦୨୦ ମାର୍ଚ୍ଚ ପରେ ଦ୍ୱିତୀୟ ଥର ପାଇଁ ଦେଶରୁ ବାହାରକୁ ବାହାରିଛନ୍ତି। ଏହା ପୂର୍ବରୁ ସେ କେବଳ ଏହି ବର୍ଷ ଜେନେଭାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାକ୍ଷାତ କରିଥିଲେ। ମୋଦୀ ଏବଂ ପୁଟିନଙ୍କ ଏହା ପୂର୍ବରୁ ୨ ବର୍ଷ ପୂର୍ବେ ବିକ୍ସ ସମ୍ମିଳନୀରେ ଭେଟ ହୋଇଥିଲା। କିନ୍ତୁ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ରହିଆସୁଥିଲା। ଏହାରି ମଧ୍ୟରେ ଦୁଇ ନେତାଙ୍କ ମଧ୍ୟରେ ୬ ଥର ଫୋନର କଥାବାର୍ତ୍ତା ହୋଇଥିଲା; ତିନି ଥର ଭର୍ଚୁଆଲ ବୈଠକ ମଧ୍ୟ ହୋଇଥିଲା।

ପୁଟିନ କିଛି ଘଣ୍ଟା ପାଇଁ ଭାରତ ଆସିଥିଲେ ମଧ୍ୟ ତାଙ୍କର ଏହି ଗସ୍ତ ବହୁ ଗୁରୁତ୍ୱପୂର୍ଣ୍ଣ ଥିଲା। ୫ ଘଣ୍ଟା ମଧ୍ୟରେ ଦୁଇ ଦେଶ ମଧ୍ୟରେ ୨୮ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଋଷ ପାଖରୁ ଭାରତ ଅତ୍ୟାଧୁନିକ ଏସ-୪୦୦ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ଆଣିବ ବୋଲି ଚୁକ୍ତି ସ୍ୱାକ୍ଷରିତ ହୋଇଛି।। ସ୍ଥଳଭାଗରୁ ଆକାଶମାର୍ଗକୁ ଲକ୍ଷ୍ୟ ଭେଦ କରି ପାରୁଥିବା ଏହି ଅତ୍ୟାଧୁନିକ ମିସାଇଲ ସିଷ୍ଟମ ଦ୍ୱାରା ଭାରତୀୟ ସେନା ଆହୁରି ଶକ୍ତିଶାଳୀ ହେବ। ସେହିପରି ୨୦୨୧ରୁ ୨୦୩୧ ମଧ୍ୟରେ ଋଷିଆ ସହଯୋଗରେ ଭାରତ ୬ ଲକ୍ଷରୁ ଅଧିକ ଏକ-୨୦୩ ଅସଲ୍ଟ ରାଇଫଲ ନିର୍ମାଣ କରିବ ବୋଲି ଚୁକ୍ତି ହୋଇଛି। ୟୁପିର ଆମେଥିରେ ଏହି ବନ୍ଧୁକ ତିଆରି କାରଖାନା ହେବ।

ଏହା ବାଦ୍ ବ୍ୟବସାୟ, ଶକ୍ତି,ବ୍ୟାଙ୍କିଙ୍ଗ, ସାଇବର ଆକ୍ରମଣରୁ ସୁରକ୍ଷା, ଭୂବିଜ୍ଞାନ,ସଂସ୍କୃତି ଓ ଶିକ୍ଷା ଭଳି କ୍ଷେତ୍ରରେ ଦୁଇ ଦେଶ ମଧ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଆତଙ୍କବାଦ ଓ ଆଫଗାନିସ୍ତାନ ବାବଦରେ ମଧ୍ୟ ଦୁଇ ନେତା ଆଲୋଚନା କରିଛନ୍ତି। ମୋଦୀ ଓ ପୁଟିନଙ୍କ ମଧ୍ୟରେ ହୋଇଥିବା ଏହି ଚୁକ୍ତି ଆଗକୁ ଦୁଇ ଦେଶର ସମ୍ପର୍କକୁ ଆଗକୁ ବଢାଇବ ବୋଲି କୁହାଯାଉଛି।

Leave A Reply

Your email address will not be published.