ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ଚଳିତବର୍ଷର ମର୍ଯ୍ୟାଦାଜନକ ମହୁରି ସମ୍ମାନ

0

ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟ ସାଧିକା ତଥା ଆଗଧାଡିର କବୟିତ୍ରୀ ଡ. ଗାୟତ୍ରୀବାଳା ପଣ୍ଡା ଚଳିତବର୍ଷର ମର୍ଯ୍ୟାଦାଜନକ ‘ମହୁରି ସମ୍ମାନ’ ପାଇବେ। ଚୟନ କମିଟି ଏ ସଂକ୍ରାନ୍ତ ନିଷ୍ପତ୍ତିରେ ମୋହର ମାରିବାପରେ ସଂସ୍ଥା ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ନିଜର ୧୧ଟି କବିତା ସଂକଳନ, ୨ଟି ଗଳ୍ପ ସଂକଳନ, ପ୍ରବନ୍ଧ ପୁସ୍ତକ ଓ ଦୁଇ ଦୁଇଟି ଉପାନ୍ୟାସ ପାଇଁ ଡ. ପଣ୍ଡା ରାଜ୍ୟ ଓ ରାଜ୍ୟ ବାହାରେ ବେଶ୍ ଜଣାଶୁଣା। ୨୦୧୧ରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଡ. ପଣ୍ଡା ରାଜ୍ୟ ଓ ଜାତୀୟସ୍ତରରେ ଅନେକ ଗୁରୁତ୍ବପୂର୍ଣ୍ଣ ପୁରସ୍କାର ଲାଭ କରିଛନ୍ତି ଓ ସମ୍ବର୍ଧିତ ହୋଇଛନ୍ତି। ତାଙ୍କ କବିତା କେବଳ ସ୍ବତନ୍ତ୍ର ତା ନୁହେଁ, ଅତ୍ୟନ୍ତ ସ୍ପଷ୍ଟ ସଙ୍କେତ ରଖିଥାଏ। ସବୁ ଲେଖାଗୁଡିକ ଅତ୍ୟନ୍ତ ପ୍ରାସଙ୍ଗିକ।

ଜଗତସିଂହପୁର ଜିଲ୍ଲାରେ ଜନ୍ମିତ ଡ. ପଣ୍ଡା ଛାତ୍ରୀ ଜୀବନରୁ ସାହିତ୍ୟରେ ରୁଚି ରଖିଛନ୍ତି। ତାଙ୍କର ଏକାଧିକ ହିନ୍ଦୀ ଓ ଇଂରାଜୀ ଅନୁବାଦ ରହିଛି। ଜଣେ ମେଧାବୀ ସାମ୍ବାଦିକ ଭାବେ ସେ ଜଣାଶୁଣା। ସେ ସାମ୍ବାଦିକତା ଶିକ୍ଷା ଲାଗି ଆଇଆଇଏମସି ଅନୁଷ୍ଠାନରୁ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଏବେ ତାଙ୍କ ସଂପାଦନାରେ ସାହିତ୍ୟ ପତ୍ରିକା ‘ଅନ୍ୟା’ ପ୍ରକାଶ ପାଉଛି। ସଂପ୍ରତି ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଏକାଡେମିକ୍ କାଉନସିଲର ସଦସ୍ୟ ଅଛନ୍ତି। ଡ. ପଣ୍ଡା ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଂଜନ ମଙ୍ଗରାଜଙ୍କ ଧର୍ମପତ୍ନୀ।

ସାହିତ୍ୟ ପତ୍ରିକା ‘ମହୁରି’ ପକ୍ଷରୁ ପ୍ରତିବର୍ଷ ଏହି ସମ୍ମାନ ଦିଆଯାଏ।

Leave A Reply

Your email address will not be published.