ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପଣ୍ତିତ ଜଣାଇଲେଣି କେମିତି ରହିବ ଭାରତ, ଓଡ଼ିଶା ଏବଂ ସରକାରଙ୍କ ପାଇଁ ୨୦୨୨?

0
  • ଶନିବାର ପ୍ରବେଶ କଲା ନୂଆବର୍ଷ, ମୋଦୀ, ନବୀନଙ୍କ ପାଇଁ ଭଲ ନାହିଁ
  • ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତି କୌଣସି ବିପଦର ସମ୍ଭାବନା ନାହିଁ
  • ମାର୍ଚ୍ଚ ପରେ ରାଜ୍ୟରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହୋଇପାରେ, ଘାତକ ହେବନି ଓମିକ୍ରନ୍

ଭୁବନେଶ୍ବର: କେମିତି ରହିବ ୨୦୨୨? ନୂଆବର୍ଷ କେତେ ଶୁଭ ଦେବ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟ.ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଗ୍ୟ ଏବର୍ଷ କଣ ରହିବ? ବିଶ୍ବ,, ଭାରତ ଓ ଓଡ଼ିଶାର ଭାଗ୍ୟ କିଭଳି ରହିବ? ଏସବୁ ନେଇ ଜ୍ୟୋତିର୍ବିଦମାନେ ଅନେକ ପୂର୍ବାନୁମାନ କରିଛନ୍ତି। ମୋଟାମାେଟି ଭାବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦବି ପାଇଁ ବିଶେଷ ବିପଦ ନଥିଲେ ହେଁ ବିଶେଷ ଶୁଭ ନ ଥିବା କୁହାଯାଉଛି।

କିଛି ଜ୍ୟୋତିର୍ବିଦଙ୍କ ମତ ହେଉଛି, ୨୮ବର୍ଷ ପରେ ଏଥର ଶନିବାର ପ୍ରବେଶ କରୁଛି ୨୦୨୨। ଶୁକ୍ରବାର ଓ ଶନିବାରର ଯୋଡ଼ା ସମୟରେ ଆସୁଛି ୨୦୨୨। ଏଭଳି ସ୍ଥିତିରେ ବର୍ଷର ରାଜା ଶନି ରହିବା କୃଷିହାନୀ, ପ୍ରଜାପୀଡା, ଅଗ୍ନୀ ଭୟ ଭଳି ସ୍ଥିତି ସୂଚାଏ। ବେକାରୀ ସମସ୍ୟା, ଦରଦାମ ବୃଦ୍ଧି ଲାଗି ରହିବ। ବର୍ଷଟି ବିଶେଷ ମଙ୍ଗଳପ୍ରଦ ହୋଇ ନପାରେ। ପୃଥିବୀ ରାଶିରେ ରାହୁ ଶନି ପରସ୍ପର ଯୋଗ ରହିବ। ଏହା ବିଶ୍ବକୁ ବିପଦ ସହିତ ରାଜନୀତିରେ ବି ବିଭେଦ, ବିବାଦ ବଢିବ।

ଚୋରି ବଢିବ। ଲୋକେ ଧୈର୍ଯ୍ୟହରା ହେବେ। ମଣିଷଙ୍କ ମଧ୍ୟରେ ଦୁର୍ବୁଦ୍ଧି ବଢିବ। ନାରୀ ନିର୍ଯାତନା ବଢିବ। ମଧ୍ୟପ୍ରଦେଶରେ ଅଧିକ ଅଘଟଣ ଘଟିବ। ଅଭାବରେ ଲୋକ ଚଳିବେ।ସେହିଭଳି ରାଜନୈତିକ ଅସ୍ଥିରତା ସହିତ ବରିଷ୍ଠ ନେତାଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ରାହୁ, କେତୁ, ଶନିଙ୍କ ସ୍ଥିତିରୁ ପ୍ରବଳ ବାତ୍ୟା, ଅଦିନ ବର୍ଷା ଭଳି ସ୍ଥିତି ଉପୁଯିବ। କାଳ ବୈଶାଖୀ ସହ ଅକ୍ଟୋବର, ନଭେମ୍ବରରେ ବାତ୍ୟା ଭୟ ରହିବ। ରୋଗ ଭୟ ଯିବ ନାହିଁ। ବୃହସ୍ପତି ମୀନକୁ ଯିବା ପରେ କିଛି ନୂତନ ସୃଷ୍ଟି ଦେଖିବାକୁ ମିଳିବ।‘ନ ଅକ୍ଷରରେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀଙ୍କ ନାମ ଆରମ୍ଭ ହେଉଛି। ୨୦୨୨ ଏହି ଦୁଇ ନେତାଙ୍କ ପାଇଁ ବିଶେଷ ଶୁଭପ୍ରଦ ହେବ ନାହିଁ।

ଆଉ କିଛି ପଣ୍ଡିତଙ୍କ ମତରେ ଭାରତ ୨୦୨୨ ଭଲ ରହିବ। ହେଲେ ସରକାର ଏବର୍ଷ ଏକାଧିକ ପ୍ରତିରୋଧର ସମ୍ମୁଖୀନ ହେବେ। ଦେଶଦ୍ରୋହୀଙ୍କୁ ସରକାର ଦୃଢ ହସ୍ତରେ ଦମନ କରିବେ। ବାହ୍ୟ ଶତ୍ରୁ ମାନଙ୍କ ଦ୍ବାରା ଆଭ୍ୟନ୍ତରୀଣ ଦେଶଦ୍ରୋହୀ କାର୍ଯ୍ୟକଳାପ ବଢିପାରେ। ପାକିସ୍ତାନ ଓ ଚୀନ ଆଡୁ ଭାରତ ବିରୋଧୀ କାର୍ଯ୍ୟ ଜାରି ରହିବ। କିନ୍ତୁ ତାଲିବାନଠାରୁ ଭାରତ ପ୍ରତି ବିଶେଷ ବିପଦ ନାହିଁ। ଅର୍ଥନୀତି ଓ ଜିଡିପି ଗତବର୍ଷ ତୁଳନାରେ ଭଲ ରହିବ। ଯେଉଁ ଅଞ୍ଚଳ ଗୁଡ଼ିକରେ ଶିକ୍ଷା କ୍ଷେତ୍ରରେ ଅଭିବୃଦ୍ଧି ହୋଇ ନାହିଁ, ସେଠାରେ ବଡ଼ବଡ଼ ଶିକ୍ଷାନୁଷ୍ଠାନକୁ ସରକାର ଆରମ୍ଭ କରିପାରନ୍ତି। କୋଭିଡ୍‌ ମହାମାରୀ ନିୟନ୍ତ୍ରଣ ଭିତରେ ରହିବା ସମ୍ଭାବନା ରହିଛି ଏବ˚ ଏପ୍ରିଲ ପରେ ଏହା ସାମାନ୍ୟ ଆଡକୁ ଯାଇପାରେ। ଏପ୍ରିଲ ମାସରେ ଶନି ଓ ମଙ୍ଗଳ ଏକାଠି ହୋଇ ମକର ରାଶିରେ ରହିବେ। ସେ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେବ। ଅକ୍ଟୋବର ୨୫ରେ ସୂର୍ଯ୍ୟପରାଗ ଓ ନଭେମ୍ବର ୮ରେ ଚନ୍ଦ୍ରଗ୍ରହଣ ରହୁଛି। ଏହି ଦୁଇ ଘଟଣା ଏକପକ୍ଷରେ ପଡୁଥିବାରୁ ଏ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଯେପରି ବନ୍ୟା, ବାତ୍ୟା ପୂର୍ବ ଭାରତରେ ଦେଖା ଦେଇପାରେ।

ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟ ଗଣନା କରି ଗଣମାଧ୍ୟମକୁ କହିଛନ୍ତି ଯେ ୨୦୨୨ରେ ଏପ୍ରିଲ୍ରୁ ବର୍ଷ ଶେଷ ପର୍ଯ୍ୟନ୍ତ ଅଧିକ ସମସ୍ୟା ଦେଖାଦେବ। ମରୁଡ଼ି ରାଜ୍ୟକୁ କଲବଲ କରିବ। ଦୁର୍ନୀତି ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ। ଉଭୟ ସରକାରୀ ଓ ବିରୋଧୀ ଦଳ ଲୋକଙ୍କ ଆସ୍ଥା ହରାଇବେ। ରାଜ୍ୟରେ ଲୋକ ନୂଆ ବିକଳ୍ପ ସନ୍ଧାନ କରିବା ସମ୍ଭାବନା ଅଧିକ। ତାଙ୍କ ମତରେ ମାର୍ଚ୍ଚ ଦ୍ବିତୀୟ ସପ୍ତାହ ପରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହୋଇପାରେ। ମହାମାରୀର କୋପ ଏପ୍ରିଲ୍‌ ପର୍ଯ୍ୟନ୍ତ ରହିବ: କିନ୍ତୁ ତାହା ଘାତକ ହେବ ନାହିଁ।

Leave A Reply

Your email address will not be published.