ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

0

ପୁରୀ: ଧନ୍ୟରେ ପୁଅ ଧନ୍ୟ… ପିଲାବେଳେ ଯେଉଁ ମାଆ ଉପାସ ରହି ତୁମ ମୁହଁରେ ଦାନା ଗଣ୍ଡେ ଦେଇଥିଲା,ମଲାବେଳେ ସେହି ମାଆର ମୁହଁକୁ ଚାହିଁଲନି! ଶବକୁ ଛୁଇଁଲାନି କି ତାକୁ ମଶାଣି ନେଲନି?ଧିକ୍ ତୁମ ପୁଅ ପଣିଆକୁ ଧିକ୍‌..

ଯେତେବେଳେ ଘର ଭିତରେ ମଲା ମାଆର ଶବ ପଡି ରହିଛି ଆଉ ତା ଅନ୍ତିମ ସଂସ୍କାର ପାଇଁ ଅନ୍ତ ଫାଡି ଜନ୍ମ ଦେଇଥିବା ପୁଅ ମାନେ ଆସୁନାହାନ୍ତି। ସେତେବେଳେ ମାଆର ଶବକୁ ଅସମ୍ମାନ ସହିପାରିଲେନି ତାଠୁ ଜନ୍ମ ନେଇଥିବା ଝିଅ। ଦାହ ସଂସ୍କାର ପାଇଁ ଏକଜୁଟ ହେଲେ । ଛ’ ଖଣ୍ଡ କାଠର କୋକେଇରେ ମାଆକୁ ନିଜ କାନ୍ଧରେ ବୋହି ବୋହି ସ୍ୱର୍ଗଦ୍ୱାର ଚାଲିଲେ। ଯେଉଁଠି ପୁଅମାନେ କାନ୍ଧ ଦେବା କଥା ସେଠି ୪ ଝିଅଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଉଥିଲେ ଲୋକ ହେଲେ ଯୁଗ ଯୁଗ ପାଇଁ ଏହି ବିରଳ ଘଟଣାର ସାକ୍ଷୀ ରହିଥିଲା ବଡ଼ଦାଣ୍ଡ, ସାକ୍ଷୀ ସାଜିଥିଲା ସ୍ୱର୍ଗଦ୍ୱାର……।

ନୂଆବର୍ଷ ଆରମ୍ଭରୁ ଶ୍ରୀକ୍ଷେତ୍ରରେ ଏକ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖଣାହାରୀଙ୍କ ଛାତି ଥରାଇ ଦେଉଥିଲା। ପୁରୀ ମଙ୍ଗଳାଘାଟର ୮୧ ବର୍ଷୀୟା ଜଟି ସାହୁଙ୍କର ଦେହାନ୍ତ ହୋଇଥିଲା। କିନ୍ତୁ ମୃତ୍ୟୁ ପରେ ପାଖ ମାଡିନଥଲେ ଦୁଇ ପୁଅ। ଶେଷରେ କାନ୍ଧ ଦେଇଥିଲେ ୪ ଝିଅ। ୪ ଝିଅଙ୍କ ବୟସ ବି ୩୪ରୁୃ ୬୦ ବର୍ଷ ମଧ୍ୟରେ ହେବ। ହେଲେ ପରିଣତ ବୟସରେ ଝିଅମାନେ ମାଆର କୋକେଇକୁ କାନ୍ଧେଇ ୪ କିଲୋମିଟର ଚାଲିଚାଲି ଯାଇଥିଲେ। ମଙ୍ଗଳାଘାଟରୁ ବଡ଼ଦାଣ୍ଡ ଦେଇ ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲେ ୪ଝିଅ।

ବଡ଼ଦାଣ୍ଡରେ ଯିବା ବେଳେ ଲୋକମାନେ ମଧ୍ୟ ସ୍ତବ୍ଧ ହୋଇଯାଇଥିଲେ। ଆଶ୍ଚର୍ଯ୍ୟ ହୋଇ ୪ ଝିଅଙ୍କୁ ଚାହିଁରହିଥିଲେ। ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଚାଲିଚାଲି ଯାଇ ୪ ଝିଅ,ଜ୍ୱାଇଁ,ନାତି ଓ ସାହି ଲୋକେ ଅନ୍ତିମ ସଂସ୍କାର କରିଥିଲେ। କିନ୍ତୁ ଦୁଇ ପୁଅ ଥାଉ ଥାଉ କେହି ମାଆର ଅନ୍ତିମ ସଂସ୍କାର ପାଇଁ କେହି ଆସିନଥିଲେ। ଜଟି ସାହୁଙ୍କୁ ପୂର୍ବରୁ ମଧ୍ୟ ପୁଅମାନେ ବହୁତ ହଇରାଣ କରୁଥିଲେ। ପୂର୍ବରୁ ମଧ୍ୟ ମାଆ କଥା ଭଲ ଭାବେ ବୁଝୁନଥିଲେ ଦୁଇ ପୁଅ।

ତେବେ ଏଠି ପ୍ରଶ୍ନ ଉଠୁଛି ପୁଅ ଜନ୍ମ କରିବା କ’ଣ ଭୁଲ। ଜନ୍ମ କରି ସ୍ନେହରେ ଶ୍ରଦ୍ଧାରେ ଏଡିକିରୁ ଏଡେଟେ କରି ବାପା, ମାଆ ଗୋଟେ ପୁଅଠୁ କେତେ କଣ ଆଶା ରଖିଥାନ୍ତି । ଯେ ପରିଣତ ବୟସରେ ପୁଅ ତାଙ୍କ ମୁହଁ ଚାହିଁବ। ମଲା ବେଳକୁ କାନ୍ଧ ଦେବ। କିନ୍ତୁ ପୁରୀର ଏ ଘଟଣା ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠାଇଛି?

Leave A Reply

Your email address will not be published.