ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ଜଗା ଦାଣ୍ଡରେ ଜନସମୁଦ୍ର

0

ଜନସମୁଦ୍ର ପାଲଟିଲା ପୁରୀ ବଡ଼ଦାଣ୍ଡ । ନୂଆ ବର୍ଷରେ ଜଗାକୁ ଦେଖିବାକୁ ଧାଇଁଆସିଛି ଭକ୍ତ । ଶ୍ରୀକ୍ଷେତ୍ରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ । ଜଗାକୁ ଦେଖି ଭାବବିହ୍ୱଳ ହୋଇଯାଇଛି ଭକ୍ତ। କେବେଳ ରାଜ୍ୟରୁ ନୁହେଁ ରାଜ୍ୟ ବାହାରୁ ମଧ୍ୟ ଭକ୍ତମାନେ କାଳିଆ ଦର୍ଶନ ପାଇଁ ଛୁଟି ଆସିଛନ୍ତି ।

ସମସ୍ତଙ୍କ ମନରେ ଇଛା ଥାଏ,ଯେ ନୁଆବର୍ଷର ଆରମ୍ଭରୁ କାଳିଆ ଦର୍ଶନ କରି ବର୍ଷ ଆରମ୍ଭ କରିବାକୁ । କିଭଳି ବର୍ଷଟି ଭଲରେ ବିତିବ ସେଥିପାଇଁ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି । କିନ୍ତୁ କରୋନା ପାଇଁ ବଡ଼ଦିନ ଓ ନୂଆବର୍ଷରେ ଶ୍ରୀମନ୍ଦିର ବନ୍ଦ ରହିଥିଲା । ଆଜି ତିନି ଦିନ ପରେ ଖୋଲିଛି ପୁରୀ ଶ୍ରୀମନ୍ଦିର । ସର୍ବସାଧାରଣ ଦର୍ଶନ ୩ ଦିନ ବନ୍ଦ ରହିବା ପରେ ରାତି ୩ଟାରେ ଖୋଲିଛି ଶ୍ରୀମନ୍ଦିର । ଭୋର ୪ଟା୨୦ ରେ ମଙ୍ଗଳ ଆଳତୀ ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବାରୁ ଆଜି ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ ଜମିଛି । ନୂଆବର୍ଷ ପରେ କାଳିଆର ଦର୍ଶନ କରି ଭାବବିହ୍ୱଳ ହୋଇଯାଇଛି ଭକ୍ତ ।

ଭିଡକୁ ଦୃଷ୍ଟିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଓମିକ୍ରନ ସଂକ୍ରମଣ ଆତଙ୍କ ଦେଖାଦେଇଥିବାରୁ ଭକ୍ତମାନଙ୍କୂ ବ୍ୟାରିକେଡ ଭିତରେ ସାମିଜକ ଦୂରତା ସହ କୋଭିଡ଼ର ସମସ୍ତ ନିୟମ ମାନି ଦର୍ଶନ କରିବାକୁ ନିବେଦନ କରାଯାଇଛି । ଆଧାରକାର୍ଡ ଓ କୋଭିଡ଼ ଟେଷ୍ଟ ପ୍ରମାଣ ପତ୍ର, ଡବଲ ଡୋଜ ଟିକା ପ୍ରମାଣପତ୍ର ଦେଖିବା ପରେ ଭକ୍ତଙ୍କୁ ଭିତରକୁ ଛଡାଯାଉଛି।

ନୂଆବର୍ଷରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ ଜମୁଥିବାରୁ ଏହାକୁ ଦୃଷ୍ଟିରେ କରୋନା ପାଇଁ ଗତ ୩୧ରୁ ୨ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ଭକ୍ତମାନେ କେବଳ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରୁ ପତିତପାବନଙ୍କୁ ଦର୍ଶନ କରିଥିଲେ ।

Leave A Reply

Your email address will not be published.