ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

0

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଥିବା ବେଳେ ଓମିକ୍ରନ ଭ୍ୟାରିଆଣ୍ଟ ଭୟକୁ ଦ୍ୱିଗୁଣିତ କରିଦେଇଛି। ଟିକା ନେଇସାରିଥିଲେ ବି ଅଧିକରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି। ତେବେ କେଉଁ ମାନଙ୍କଠାରେ ଅଧିକ କରୋନା ସଂକ୍ରମଣ ହେବାର ସମ୍ଭାବନା ରହିଛି? ଏନେଇ ଗବେଷଣାରୁ ଆସିଛି ତଥ୍ୟ।

ଆରଏମଆରସି ନିର୍ଦ୍ଦେଶିକାଙ୍କ ଅଧ୍ୟକ୍ଷତାରେ ଭିମସାରର ୪ ଜଣ ଡାକ୍ତର ଏକ ଅଧ୍ୟୟନ କରିଥିଲେ। ୧୨୨ ଜଣ ଲୋକଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା। ୩ଟି ପର୍ଯ୍ୟାୟରେ ରକ୍ତ ନମୁନା ସଂଗ୍ରହ କରି ଏହି ପରୀକ୍ଷା କରାଯାଇଥିଲା। ଅଧ୍ୟୟନରୁ ଜଣାପଡିଛି ଯେ, କେଉଁ ବ୍ଲଡ ଗ୍ରୁପ ବ୍ୟକ୍ତି କରୋନାରେ ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ରହିଥାଏ।

ଗବେଷଣାରୁ ଜଣାପଡିଛି ବ୍ଲଡ ଗ୍ରୁପ ବି ପଜିଟିଭ ଓ ଓ ପିଜିଟିଭ ବ୍ୟକ୍ତିମାନେ ଅଧିକ ସଂକ୍ରମିତ ହେବାର ସମ୍ଭାବନା ରହୁଛି। ସେହିପରି ଟିକା ନେବାର ୬ ମାସ ମଧ୍ୟରେ କରୋନା ବିରୋଧରେ ଏହା ପ୍ରଭାବ ହରାଉଥିବା ଜଣାପଡିଛି। ତେଣୁ ଟିକାର ଦୁଇଟି ଡୋଜ ନେବା ପରେ ବୁଷ୍ଟର ଡୋଜ ନେବା ଜରୁରୀ ବୋଲି କୁହାଯାଇଛି।

ଦେଶରେ ଏବେ ପୁଣି ପୂର୍ବ ସ୍ଥିତି ଫେରିଛି । ସଂକ୍ରମଣ ବଢୁଥିବାରୁ କଟକଣା ମଧ୍ୟ ପୂର୍ବପରି ଲାଗୁ ହେବା ଆରମ୍ଭ ହେଲାଣି। ଓଡିଶାରେ ବି ସଂକ୍ରମଣ ଏବେ ଉପରମୁହାଁ। ତେଣୁ ସମସ୍ତେ କରୋନା କଟକଣା ମାନିବା ଆବଶ୍ୟକ। ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। କାମ ନଥିଲେ ଖାଲିରେ ମଧ୍ୟ ଘରୁ ବାହାରିବା ଉଚିତ ନୁହେଁ। ଟିକାକରଣ ଜୋରଦାର ଚାଲିଥିବା ବେଳେ କରୋନା ନିୟମ ମାନିଲେ ସଂକ୍ରମଣକୁ କିଛି ମାତ୍ରାରେ ରୋକିବା ସମ୍ଭବପର ହୋଇପାରେ।

Leave A Reply

Your email address will not be published.