ପ୍ରମୁଖ ଖବର

ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍‌ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘

0

କଟକ: ଆସନ୍ତାକାଲିଠାରୁ କରୋନା କଟକଣାରେ ଆରମ୍ଭ ହେବ ମାଟ୍ରିକ ସମେଟିଭ ପରୀକ୍ଷା। ୫ରୁ ୮ ତାରିଖ ଯାଏଁ ସମଟେିଭ-୧ ପରୀକ୍ଷା ଚାଲିବ। ପ୍ରଥମ ୩ ଦିନ ୨ଟି ସିଟିଂରେ ହେବ ଥିଓରୀ ପରୀକ୍ଷା। ୮ ତାରିଖରେ କେବଳ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ୫ ଲକ୍ଷ ୭୬ ହଜାର ୨୨୩ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ।

ପରୀକ୍ଷା ପାଇଁ ୩ହଜାର ୯୩ କେନ୍ଦ୍ର କରାଯାଇଥିବା ବେଳେ ୩୧୧ଟି ନୋଡାଲ ସେ ରରେ ପ୍ରଶ୍ନପତ୍ର ପହଞ୍ଚିସାରିଛି। ସେଥିମଧ୍ୟରୁ ୨୨ଟି ଥାନାରେ ରଖାଯାଇଛି ପ୍ରଶ୍ନପତ୍ର। ସକାଳ ସାଢେ ୮ଟାରେ ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦକୁ ସାନିଟାଇଜ କରାଯାଇଛି।

ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରତି ରୁମରେ ଅତି ବେଶିରେ ୨୪ ଜଣ ବେଶି ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେହିପରି କପି ରୋକିବା ପାଇଁ ୭୨ଟି ଓ ୪୦ଟି ସ୍ପୋସାଲ ସ୍କ୍ୱାଡ୍ ଗଠନ ହୋଇଛି। ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେବାକୁ ବାରଣ କରାଯାଇଛି। ଗତ ୩ ତାରିଖରୁ କିଶୋର ମାନଙ୍କୁ ଟିକାକରଣ ଆରମ୍ଭ ହୋଇଥିବା ବେଳେ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ପରେ ଟିକା ନେଇପାରିବେ ବୋଲି କୁହାଯାଇଛି। ଅର୍ଥାତ ୮ ତାରିଖ ପରେ ସେମାନେ ଟିକା ନେଇପାରିବେ ।

Leave A Reply

Your email address will not be published.