ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

0

କଟକ: ଆସନ୍ତାକାଲିଠାରୁ କରୋନା କଟକଣାରେ ଆରମ୍ଭ ହେବ ମାଟ୍ରିକ ସମେଟିଭ ପରୀକ୍ଷା। ୫ରୁ ୮ ତାରିଖ ଯାଏଁ ସମଟେିଭ-୧ ପରୀକ୍ଷା ଚାଲିବ। ପ୍ରଥମ ୩ ଦିନ ୨ଟି ସିଟିଂରେ ହେବ ଥିଓରୀ ପରୀକ୍ଷା। ୮ ତାରିଖରେ କେବଳ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ୫ ଲକ୍ଷ ୭୬ ହଜାର ୨୨୩ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ।

ପରୀକ୍ଷା ପାଇଁ ୩ହଜାର ୯୩ କେନ୍ଦ୍ର କରାଯାଇଥିବା ବେଳେ ୩୧୧ଟି ନୋଡାଲ ସେ ରରେ ପ୍ରଶ୍ନପତ୍ର ପହଞ୍ଚିସାରିଛି। ସେଥିମଧ୍ୟରୁ ୨୨ଟି ଥାନାରେ ରଖାଯାଇଛି ପ୍ରଶ୍ନପତ୍ର। ସକାଳ ସାଢେ ୮ଟାରେ ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦକୁ ସାନିଟାଇଜ କରାଯାଇଛି।

ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରତି ରୁମରେ ଅତି ବେଶିରେ ୨୪ ଜଣ ବେଶି ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେହିପରି କପି ରୋକିବା ପାଇଁ ୭୨ଟି ଓ ୪୦ଟି ସ୍ପୋସାଲ ସ୍କ୍ୱାଡ୍ ଗଠନ ହୋଇଛି। ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେବାକୁ ବାରଣ କରାଯାଇଛି। ଗତ ୩ ତାରିଖରୁ କିଶୋର ମାନଙ୍କୁ ଟିକାକରଣ ଆରମ୍ଭ ହୋଇଥିବା ବେଳେ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ପରେ ଟିକା ନେଇପାରିବେ ବୋଲି କୁହାଯାଇଛି। ଅର୍ଥାତ ୮ ତାରିଖ ପରେ ସେମାନେ ଟିକା ନେଇପାରିବେ ।

Leave A Reply

Your email address will not be published.