ପ୍ରମୁଖ ଖବର

ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍‌ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘

0

ଭୁବନେଶ୍ବର: ଶେଷରେ ସରିଲା ୪୪ ଦିନର ଧାରଣା। ଏବେ ଘର ବାହାରେ ଆଉ ବସିବେନି ତପସ୍ୱିନୀ। ଡାକ୍ତର ସୁମିତ୍‌ଙ୍କ ସହ ତାଙ୍କ ଘରେ ରହିବେ ପାଖାପାଖି ଦେଢ ମାସ ହେବ ଘରେ ଘରେ ଚର୍ଚ୍ଚା ହେଉଥିବା ସୁମିତ-ତପସ୍ୱିନୀଙ୍କ ବିବାଦ ମାମଲାର ରାୟ ଶୁଣାଇଛନ୍ତି ଜିଲ୍ଲା କୋର୍ଟ। ସୁମିତଙ୍କ ସହ ତାଙ୍କ ଘରେ ରହିବେ ତପସ୍ୱିନୀ। ଏବଂ ମାସକୁ ତପସ୍ୱିନୀଙ୍କ ଖର୍ଚ୍ଚ ପାଇଁ ୧୭ ହଜାର ଟଙ୍କା ଦେବେ ସୁମିତ୍। ଏପରିକି ଶ୍ୱଶୁର ଘରେ ତପସ୍ୱିନୀଙ୍କୁ କେହି କିଛି କଟାକ୍ଷ କି ନିର୍ଯାତନା ଦେବେ ନାହିଁ। କୋର୍ଟଙ୍କ ରାୟ ନେଇ ତପସ୍ୱିନୀଙ୍କ ଓକିଲ ଦୀପକ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି।

କୋର୍ଟଙ୍କ ଏହି ରାୟ ପରେ ତପସ୍ୱିନୀ କହିଛନ୍ତି ଯେ , ତାଙ୍କୁ ନ୍ୟାୟ ମିଳିଛି। ସେ ଶ୍ୱଶୁର ଘରେ ସମସ୍ତଙ୍କ ମନ ନେଇ ଚଳିବାକୁ ଚେଷ୍ଟା କରିବେ। ଏବଂ ତାଙ୍କର ଆଶା ଅଛି ସେ ଦିନେ ନା ଦିନେ ତାଙ୍କ ସ୍ୱାମୀଙ୍କ ନିଜର କରିବେ। ପୂର୍ବରୁ ତପସ୍ୱିନୀଙ୍କୁ ନେଇ ସୁମିତ୍ ଭଡାଘରେ ରହିବାକୁ ଏସଡିଜେଏମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସୁମିତ ଦେହ ଖରାପ କହି ତପସ୍ନିନୀଙ୍କୁ ଛାଡି ପଳାଇ ଆସି କେଉଁ ସାଙ୍ଗ ଘରେ ରହୁଥିବା କହିଥିଲେ। ଏହା ପରେ ତପସ୍ୱିନୀଙ୍କୁ ଭଡ଼ା ଘରେ ରଖିବା ଓ ତାଙ୍କର ସମସ୍ତ ଦାୟିତ୍ୱ ବହନ କରିବା ନିମନ୍ତେ ଏସଡିଜେଏମ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଜିଲ୍ଲା କୋର୍ଟରେ ଅପିଲ କରିଥିଲେ ସୁମିତଙ୍କ ଓକିଲ।

ତପସ୍ୱିନୀ ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ଧାରଣା ବସିବା ପରେ ଏହି ଘଟଣା ଗଣମାଧ୍ୟମ ସାମନାକୁ ଆସିଥିଲା। ଏହା ପରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସାରା ରାଜ୍ୟରେ ଏହାକୁ ନେଇ ଚର୍ଚ୍ଚା ଦେଖାଦେଇଥିଲା।ଅନେକ ସଂଗଠନ ମଧ୍ୟ ତପସ୍ୱିନୀଙ୍କୁ ନ୍ୟାୟ ଦାବିରେ ବାହାରକୁ ବାହାରିଥିଲେ।

Leave A Reply

Your email address will not be published.