ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

ଖୋଲିଲା ମାର୍କେଟ ବିଲ୍ଡିଂ

0

ଭୁବନେଶ୍ବର: ଆଜିଠୁ ଖୋଲିଲା ମାର୍କେଟ ବିଲ୍ଡିଂ। ୩ ଦିନ ପରେ ମାର୍କେଟ ଖୋଲିଛି । ଉଠା ଦୋକାନୀ ଓ ବ୍ୟବସାୟୀ ସଂଘ ମଧ୍ୟରେ ବିବାଦ ଯୋଗୁ ମାର୍କେଟ ବିଲ୍ଡିଂର ସମସ୍ତ ଦୋକାନ ବନ୍ଦ ରହିଥିଲା । ତେବେ ବୈଠକ ପରେ ଦୁଇ ଦିନ ହେବ ସମାଧାନ ହୋଇପାରୁନିଲା ଓ ଏହାର ପ୍ରତିବାଦରେ ଆଜି ବିଏମସି ଅଫିସ ଘେରିଥିଲା ସେଣ୍ଟ୍ରାଲ ମାର୍କେଟ ସଂଘ। ବିଏମସି ଉଠା ଦୋକାନୀଙ୍କ ଉଚ୍ଛେଦ ନେଇ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ମାର୍କେଟ ବିଲ୍ଡିଂ ଖୋଲିବା ନେଇ ସୂଚନା ମିଳିଛି।

ଉଠା ଦୋକାନୀଙ୍କ ଯୋଗୁଁ ସମସ୍ୟା ସୃଷ୍ଟି ହେଉଥିବାରୁ ଉଚ୍ଛେଦ ଦାବି କରିଥିଲେ ଦୋକାନୀ ସଂଘ। ଉଠାଦୋକାନୀ ମାର୍କେଟ ବିଲ୍ଡିଂ ମଝିରେ ବସି ବ୍ୟବସାୟ କରୁଛନ୍ତି। ଯାହା ଫଳରେ ବିଭିନ୍ନ ଅସୁବିଧା ସୃଷ୍ଟି ହେଉଛି। ଗ୍ରାହକଙ୍କୁ ଧମକ ଚମକ ଦେବା ସହଉଠା ଦୋକାନୀଙ୍କ ଦୋରାତ୍ମ ବୃଦ୍ଧି ପାଉଥିବା ଦୋକାନୀ ସଂଘ ପକ୍ଷରୁ ଅଭିଯୋଗ କରାଯାଇଥିଲା। ସମସ୍ୟାର ସମାଧାନ ନହେବା ଯାଏ ମାର୍କେଟ ବିଲ୍ଡିଂ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା।

ବାହାରୁ ଯେ କେହି ଉଠା ଦୋକାନୀ ଆସି ବ୍ୟବସାୟ କରୁଛନ୍ତି। ଯାହା ଫଳରେ ଭିଡ ଜମିବା ସହ ଚୋରି ହେଉଛି । ସାଧାରଣ ଲୋକବି ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଉଠା ଦୋକାନୀଙ୍କ କାରଣରୁ ଦୋକାନ ଭଡା ନେଇ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ମଧ୍ୟ ବିକ୍ରି ହେଉନାହିଁ। ଲଗାତର ଦୁଇ ଦିନ ହେବ ଉଠାଦୋକାନୀ ମାନେ ସେଠାରେ ମାରପିଟ, ଝଗଡ଼ା ଓ ଗାଡି ଭଙ୍ଗାରୁଜା କରୁଥିବା ଦୋକାନୀମାନଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ଏନେଇ ବିଏମସି ଅଧିକାରୀଙ୍କ ସହ ଦୋକାନୀ ସଂଘର ୨ ଥର ବୈଠକ ବସିଥିଲେ ମଧ୍ୟ ବିଫଳ ହୋଇଥିଲା । ଆଜି ବିଏମସି କମିସନରଙ୍କ ସହ ଆଲୋଚନା ପରେ ମାର୍କେଟ ବିଲ୍ଡିଂ ଖୋଲିବାକୁ ସୂଚନା ଦେଇଛନ୍ତି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର ସଭାପତି।

Leave A Reply

Your email address will not be published.