ପ୍ରମୁଖ ଖବର

ଅଣ ସେବାୟତଙ୍କୁ ରଥ ଉପର ମନା, ଚଢ଼ିଲେ ହେବେ ଗିରଫ
ଡିଏନଏରୁ ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ
ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ : ଜି-୭ ସମ୍ମିଳନୀରେ ଦେବେ ଯୋଗ
ଭୁଶୁଡିଲା ଇନ୍ଦ୍ରାୟଣୀ ନଦୀର ବ୍ରିଜ୍‌, ଭାସିଗଲେ ୨୦ ପର୍ଯ୍ୟଟକ
କେବଳ ଯାତ୍ରୀ ନୁହେଁ ମେଡ଼ିକାଲ ଛାତ୍ରଙ୍କ ପାଇଁ ମଧ୍ୟ ସହାୟତା ରାଶି ଘୋଷଣା କଲା ଟାଟା ଗ୍ରୁପ
କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ୭ ମୃତ

ଖୋଲିଲା ମାର୍କେଟ ବିଲ୍ଡିଂ

0

ଭୁବନେଶ୍ବର: ଆଜିଠୁ ଖୋଲିଲା ମାର୍କେଟ ବିଲ୍ଡିଂ। ୩ ଦିନ ପରେ ମାର୍କେଟ ଖୋଲିଛି । ଉଠା ଦୋକାନୀ ଓ ବ୍ୟବସାୟୀ ସଂଘ ମଧ୍ୟରେ ବିବାଦ ଯୋଗୁ ମାର୍କେଟ ବିଲ୍ଡିଂର ସମସ୍ତ ଦୋକାନ ବନ୍ଦ ରହିଥିଲା । ତେବେ ବୈଠକ ପରେ ଦୁଇ ଦିନ ହେବ ସମାଧାନ ହୋଇପାରୁନିଲା ଓ ଏହାର ପ୍ରତିବାଦରେ ଆଜି ବିଏମସି ଅଫିସ ଘେରିଥିଲା ସେଣ୍ଟ୍ରାଲ ମାର୍କେଟ ସଂଘ। ବିଏମସି ଉଠା ଦୋକାନୀଙ୍କ ଉଚ୍ଛେଦ ନେଇ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ମାର୍କେଟ ବିଲ୍ଡିଂ ଖୋଲିବା ନେଇ ସୂଚନା ମିଳିଛି।

ଉଠା ଦୋକାନୀଙ୍କ ଯୋଗୁଁ ସମସ୍ୟା ସୃଷ୍ଟି ହେଉଥିବାରୁ ଉଚ୍ଛେଦ ଦାବି କରିଥିଲେ ଦୋକାନୀ ସଂଘ। ଉଠାଦୋକାନୀ ମାର୍କେଟ ବିଲ୍ଡିଂ ମଝିରେ ବସି ବ୍ୟବସାୟ କରୁଛନ୍ତି। ଯାହା ଫଳରେ ବିଭିନ୍ନ ଅସୁବିଧା ସୃଷ୍ଟି ହେଉଛି। ଗ୍ରାହକଙ୍କୁ ଧମକ ଚମକ ଦେବା ସହଉଠା ଦୋକାନୀଙ୍କ ଦୋରାତ୍ମ ବୃଦ୍ଧି ପାଉଥିବା ଦୋକାନୀ ସଂଘ ପକ୍ଷରୁ ଅଭିଯୋଗ କରାଯାଇଥିଲା। ସମସ୍ୟାର ସମାଧାନ ନହେବା ଯାଏ ମାର୍କେଟ ବିଲ୍ଡିଂ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା।

ବାହାରୁ ଯେ କେହି ଉଠା ଦୋକାନୀ ଆସି ବ୍ୟବସାୟ କରୁଛନ୍ତି। ଯାହା ଫଳରେ ଭିଡ ଜମିବା ସହ ଚୋରି ହେଉଛି । ସାଧାରଣ ଲୋକବି ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଉଠା ଦୋକାନୀଙ୍କ କାରଣରୁ ଦୋକାନ ଭଡା ନେଇ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ମଧ୍ୟ ବିକ୍ରି ହେଉନାହିଁ। ଲଗାତର ଦୁଇ ଦିନ ହେବ ଉଠାଦୋକାନୀ ମାନେ ସେଠାରେ ମାରପିଟ, ଝଗଡ଼ା ଓ ଗାଡି ଭଙ୍ଗାରୁଜା କରୁଥିବା ଦୋକାନୀମାନଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ଏନେଇ ବିଏମସି ଅଧିକାରୀଙ୍କ ସହ ଦୋକାନୀ ସଂଘର ୨ ଥର ବୈଠକ ବସିଥିଲେ ମଧ୍ୟ ବିଫଳ ହୋଇଥିଲା । ଆଜି ବିଏମସି କମିସନରଙ୍କ ସହ ଆଲୋଚନା ପରେ ମାର୍କେଟ ବିଲ୍ଡିଂ ଖୋଲିବାକୁ ସୂଚନା ଦେଇଛନ୍ତି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର ସଭାପତି।

Leave A Reply

Your email address will not be published.