ପ୍ରମୁଖ ଖବର

ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ସାକା ସୁଜିତ ହେଲେ ନୂଆ ପ୍ରାର୍ଥୀ
ପ୍ରଥମ ନିର୍ବାଚନୀ ପ୍ରଚାରରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ୍ ଶାହା, ସୋନପୁରରେ ପ୍ରଥମ ନିର୍ବାଚନୀ ସଭା କରି ଓଡିଶାବାସୀଙ୍କୁ ଭୋଟ ମାଗିବେ

0

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ତ୍ରୁଟି ମାମଲା। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ରେକର୍ଡ ସୁରକ୍ଷିତ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହି ଦିନର ଗସ୍ତ ରେକର୍ଡ ସୁରକ୍ଷିତ ରଖିବାକୁ ପଞ୍ଜାବ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରେଜିଷ୍ଟ୍ରାରଙ୍କୁ ତୁରନ୍ତ ରେକର୍ଡ ହସ୍ତାନ୍ତର ପାଇଁ ପଞ୍ଜାବ ପ୍ରଶାସନକୁ ନିର୍ଦ୍ଦେଶ । ରାଜ୍ୟ ପ୍ରଶାସନ, ପଞ୍ଜାବ ପୁଲିସ ରେକର୍ଡ ହସ୍ତାନ୍ତାରରେ ସହଯୋଗ କରିବେ । ଶୁଣାଣି ବେଳେ ଏନଆଇଏ ତଦନ୍ତ ପାଇଁ ଯକ୍ତି ଦର୍ଶାଇଛନ୍ତି କେନ୍ଦ୍ର ସରକାର। ଆସନ୍ତା ସୋମବାର ମାମଲାର ପରବ ର୍ୀ ଶୁଣାଣି ନେଇ ସୁପ୍ରିମକୋର୍ଟ ଦିନଧାର୍ଯ୍ୟ କରିଛନ୍ତି।

କୋର୍ଟରେ ଯୁକ୍ତିତର୍କ ବେଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ, ଏହି ଗୁରୁତ୍ୱପୂର୍ଣ୍ଣ ମାମଲାକୁ କୋର୍ଟ ଗ୍ରହଣ କରିଥିବାରୁ ସେ କୃତଜ୍ଞ। ଏହା ଏକ ବିରଳ ଘଟଣା। ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ରାସ୍ତାରେ ଯିବାକୁ ପଡେ , ସେତେବେଳେ ଏସପିଜି, ଡିଜିପିଙ୍କୁ ଏନେଇ ପଚରାଥାଏ। ସେମାନଙ୍କର ଗ୍ରୀନ ସିଗନାଲ ମିଳିବା ପରେ ଯାତ୍ରା ଆରମ୍ଭ ହୋଇଥାଏ । କିନ୍ତୁ ରାସ୍ତା ଅବରୋଧ ଥିବା ବେଳେ କିଭଳି ଅନୁମତି ଦିଆଗଲା ବୋଲି ସେ ପ୍ରଶ୍ନ ପଚାରିଛନ୍ତି।

ସେପଟେ ସୁରକ୍ଷାରେ ତ୍ରୁଟିକୁ ନେଇ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ପଞ୍ଜାବ ସରକାରଙ୍କଠୁ ଜବାବ ମାଗିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଘଟଣାର ତଦନ୍ତ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ୩ ଜଣିଆ ଟିମ ଗଠନ ହୋଇଥିବା ବେଳେ ରାଜ୍ୟ ବି ୩ ଜଣିଆ ପ୍ୟାନେଲ ଗଠନ କରିଛି । କେନ୍ଦ୍ର ତଦନ୍ତକାରୀ ଟିମ ଆଜି ଫିରୋଜପୁର ନିକଟ ଫ୍ଲାଏଓଭରରେ ପହଞ୍ଚି ଖୋଳତାଡ଼ କରିଛି। ପୁଲିସ, ଗୁଇନ୍ଦା ଓ ଅନ୍ୟ ସୁରକ୍ଷା ଏଜେନ୍ସି କିପରି ରାଲି ଚାଲୁଥିବା ଜାଣିପାରିଲେ ନାହିଁ ସେ ନେଇ ତଦନ୍ତ ଚାଲିଛି । ଫ୍ଲାଏ ଓଭରରେ କେମିତି ଚାଷୀ ପହଞ୍ଚିଲେ? ସେ ନେଇ ଖୋଳତାଡ କରୁଛି ଟିମ। ଜାନୁଆରି ୫ ତାରିଖରେ ପଞ୍ଜାବ ଫିରୋଜପୁରରେ ଏକ ରାଲିରେ ଯୋଗ ଦେବାକୁ ଯାଇଥିବା ବେଳେ ଏକ ବ୍ରିଜ ଉପରେ ତାଙ୍କ ଗାଡି ୨୦ ମିନିଟ ଧରି ଅଟକି ରହିଥିଲା । ଆଗକୁ ଗଡିପାରିନଥିଲା ପ୍ରଧାନମନ୍ତ୍ରୀ କାର ଫଳରେ ବାଧ୍ୟ ହୋଇ ମୋଦୀ ଅଧାବାଟରୁ ଫେରିଆସିଥିଲେ।

Leave A Reply

Your email address will not be published.