ପ୍ରମୁଖ ଖବର

ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା, ଜବାବ ତଲବ କଲେ ହାଇକୋର୍ଟ
ଅଦାଲତ ଅବମାନନା ମାମଲାରୁ ଉଷା ପାଢ଼ୀଙ୍କୁ ମିଳିଲା ଆଶ୍ୱସ୍ତି
ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ
ବ୍ୟାନ ହେବନି ପାନ ମସଲା: ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ
ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର
ଖୁବ୍‌ଶୀଘ୍ର ଖୁଲାସା ହେବ ନବ ଦାସ ହତ୍ୟା ମାମଲା : ଆଇନ ମନ୍ତ୍ରୀ
ମା’ ବିରଜାଙ୍କ ଆଶୀର୍ବାଦ ନେବେ ରାଷ୍ଟ୍ରପତି, ନାଭିଗୟାରେ କରିବେ ପିଣ୍ଡଦାନ

କାଳିଆ ତୋସହ ଆଜି ଶେଷ ଦେଖା…

0

ପୁଣି କାଲିଠୁ ଖାଁ ଖାଁ ହୋଇଯିବ ପୁରୀ ବଡ଼ଦାଣ୍ଡ । ଦେଖିବାକୁ ମିଳିବନି ଆଉ ଜନ ଗହଳି । ଭକ୍ତ ଓ ଭଗବାନ ମଧ୍ୟରେ ପୁଣି ପାଚେରୀ ହୋଇ ଛିଡା ହୋଇଛି ଏହି ଭୂତାଣୁ । ଆଜି ହେଉଛି ଚଳିତ ମାସର ଶେଷ ଦର୍ଶନ । କାଲିଠୁ ଆଉ ଜଗାକୁ ଦେଖିପାରିବନି ଭକ୍ତ । କେଜାଣି କେବେ ଏହି ଭୂତାଣୁ ଯିବ, ପୁଣି ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ । ସେତେଦିନ ପର୍ଯ୍ୟନ୍ତ ଭକ୍ତ ଓ ଭଗବାନ ମଧ୍ୟରେ ମିଳନ ହୋଇପାରିବନାହିଁ ।

ରାଜ୍ୟରେ ସଂକ୍ରମଣ ଉପରମୁହାଁ । ପୁରୀରେ ପ୍ରତିଦିନ ହଜାର ହଜାର ଲୋକଙ୍କ ଭିଡ ଜମୁଛି କାଳିଆକୁ ଦେଖିବାକୁ । ଫଳରେ ପୂର୍ବ ପରି ପୁଣି ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୦ର ତାରିଖରୁ ଜାନୁଆରୀ ୩୧ ଯାଏଁ ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ । ଆସନ୍ତାକାଲି ରବିବାର ଥିବାରୁ ମଧ୍ୟ ମନ୍ଦିର ବନ୍ଦ ହେବ । ତେଣୁ ଆଜି ହେଉଛି ଶେଷ ଦର୍ଶନ । ଆଜି ଶେଷ ଦର୍ଶନ ଥିବାରୁ ପୁରୀରେ ମଧ୍ୟ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି ।

କୋଭିଡ ଗାଇଡଲାଇନ ଅନୁସାରେ ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡାଯାଉଛି । ଜାନୁଆରୀ ୩୧ ଯାଏଁ ଶ୍ରୀମନ୍ଦିର ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲେ ମଧ୍ୟ ମନ୍ଦିରର ନୀତିକାନ୍ତି ଯଥାରୀତି ଅନୁଯାୟୀ ଚାଲିବ । ଯେଉଁ ସେବାୟତମାନେ ନୀତିକାନ୍ତି କରିବେ ସେମାନେ କୋଭିଡ ନିୟମ ପାଳନ କରିବେ । ମନ୍ଦିର ବନ୍ଦ ଦେଇ ଗତକାଲି ଛତିଶାନିଯୋଗ ଓ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିପରି ସଂକ୍ରମଣ ବଢିବା ପରେ ସ୍ୱର୍ଗଦ୍ୱାରରେ ମଧ୍ୟ ବାହାର ଜିଲ୍ଳାରେ ଆଉ ଶବଦାହ କରିପାରିବେନି ବୋଲି ନିଷ୍ପତ୍ତି ନିଆଯାଇଛି । ଏହା ଆସନ୍ତା ୧୦ରୁ ଲାଗୁ ହେବାକୁ ଯାଉଛି । କେବଳ ଜିଲ୍ଲା ଭିତର ଲୋକ ଶବଦାହ କରିପାରିବେ । ତେବେ ଶବଦାହ ପୂର୍ବରୁ ମୃତକ କୋଭିଡ ଆକ୍ରାନ୍ତ କି ନୁହେଁ ତାର ପ୍ରମାଣ ପତ୍ର ଦେଖାଇବାକୁ ପଡିବ ।

Leave A Reply

Your email address will not be published.