ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

କାଳିଆ ତୋସହ ଆଜି ଶେଷ ଦେଖା…

0

ପୁଣି କାଲିଠୁ ଖାଁ ଖାଁ ହୋଇଯିବ ପୁରୀ ବଡ଼ଦାଣ୍ଡ । ଦେଖିବାକୁ ମିଳିବନି ଆଉ ଜନ ଗହଳି । ଭକ୍ତ ଓ ଭଗବାନ ମଧ୍ୟରେ ପୁଣି ପାଚେରୀ ହୋଇ ଛିଡା ହୋଇଛି ଏହି ଭୂତାଣୁ । ଆଜି ହେଉଛି ଚଳିତ ମାସର ଶେଷ ଦର୍ଶନ । କାଲିଠୁ ଆଉ ଜଗାକୁ ଦେଖିପାରିବନି ଭକ୍ତ । କେଜାଣି କେବେ ଏହି ଭୂତାଣୁ ଯିବ, ପୁଣି ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ । ସେତେଦିନ ପର୍ଯ୍ୟନ୍ତ ଭକ୍ତ ଓ ଭଗବାନ ମଧ୍ୟରେ ମିଳନ ହୋଇପାରିବନାହିଁ ।

ରାଜ୍ୟରେ ସଂକ୍ରମଣ ଉପରମୁହାଁ । ପୁରୀରେ ପ୍ରତିଦିନ ହଜାର ହଜାର ଲୋକଙ୍କ ଭିଡ ଜମୁଛି କାଳିଆକୁ ଦେଖିବାକୁ । ଫଳରେ ପୂର୍ବ ପରି ପୁଣି ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୦ର ତାରିଖରୁ ଜାନୁଆରୀ ୩୧ ଯାଏଁ ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ । ଆସନ୍ତାକାଲି ରବିବାର ଥିବାରୁ ମଧ୍ୟ ମନ୍ଦିର ବନ୍ଦ ହେବ । ତେଣୁ ଆଜି ହେଉଛି ଶେଷ ଦର୍ଶନ । ଆଜି ଶେଷ ଦର୍ଶନ ଥିବାରୁ ପୁରୀରେ ମଧ୍ୟ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି ।

କୋଭିଡ ଗାଇଡଲାଇନ ଅନୁସାରେ ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡାଯାଉଛି । ଜାନୁଆରୀ ୩୧ ଯାଏଁ ଶ୍ରୀମନ୍ଦିର ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲେ ମଧ୍ୟ ମନ୍ଦିରର ନୀତିକାନ୍ତି ଯଥାରୀତି ଅନୁଯାୟୀ ଚାଲିବ । ଯେଉଁ ସେବାୟତମାନେ ନୀତିକାନ୍ତି କରିବେ ସେମାନେ କୋଭିଡ ନିୟମ ପାଳନ କରିବେ । ମନ୍ଦିର ବନ୍ଦ ଦେଇ ଗତକାଲି ଛତିଶାନିଯୋଗ ଓ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିପରି ସଂକ୍ରମଣ ବଢିବା ପରେ ସ୍ୱର୍ଗଦ୍ୱାରରେ ମଧ୍ୟ ବାହାର ଜିଲ୍ଳାରେ ଆଉ ଶବଦାହ କରିପାରିବେନି ବୋଲି ନିଷ୍ପତ୍ତି ନିଆଯାଇଛି । ଏହା ଆସନ୍ତା ୧୦ରୁ ଲାଗୁ ହେବାକୁ ଯାଉଛି । କେବଳ ଜିଲ୍ଲା ଭିତର ଲୋକ ଶବଦାହ କରିପାରିବେ । ତେବେ ଶବଦାହ ପୂର୍ବରୁ ମୃତକ କୋଭିଡ ଆକ୍ରାନ୍ତ କି ନୁହେଁ ତାର ପ୍ରମାଣ ପତ୍ର ଦେଖାଇବାକୁ ପଡିବ ।

Leave A Reply

Your email address will not be published.