ପ୍ରମୁଖ ଖବର

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍‌କ୍ଷେପଣ ହେଲା ଦୂରଗାମୀ କ୍ରୁଜ୍‌ ମିସାଇଲ
ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି
ଆସନ୍ତାକାଲି ଛତିଶଗଡରେ ମତଦାନ, ସୀମା ସିଲ ଓ ହାଇ ଆଲର୍ଟ ଜାରି କଲା ମାଲକାନଗିରି ପୁଲିସ
ଆରପାରିରେ ବିଶିଷ୍ଟ ଅଭିନେତା, ନାଟ୍ୟକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସ
ଦିନ ୨ଟା ୩୦ରେ ଭୁବନେଶ୍ବର ଉତ୍ତପ୍ତ ସହର, ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ
ଲଢ଼ିବେନି ପ୍ରସାଦ ହରିଚନ୍ଦନ, ମନୋଜ ରଥ ସତ୍ୟବାଦୀରୁ କଂଗ୍ରେସ ପ୍ରାର୍ଥୀ
କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡ଼ି ବିଧାୟିକା ସିପ୍ରା ମଲ୍ଲିକ, କଂଗ୍ରେସ ଭବନ ଆସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କଲେ

ରେଡ୍ ଜୋନ୍କୁ ଆସିଲା ଦୁଇ ଜିଲ୍ଲା

0

ରାଜ୍ୟରେ କରୋନା ସଂକ୍ରମଣର ଲମ୍ବା ଡିଆଁ । ଦୈନିକ ସଂକ୍ରମଣ ୪ ହଜାର ମୁହାଁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ପୁଣି ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଖୋର୍ଦ୍ଧାରେ ହଜାରେ ଟପିଛି ସଂକ୍ରମଣ । ସେହିପରି ଆଉ ୪ ଜିଲ୍ଲାରେ ମଧ୍ୟ ସଂକ୍ରମଣ ସେଞ୍ଚୁରି କରିଛି । ଗତ ୨୪ ଘଣ୍ଟା ରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୬୭୯ ଆକ୍ରାନ୍ତ । ସେମାନଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୨୧୪୮ ମାମଲା ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୫ ଶହ ୩୧ ରହିଛି । ୦ରୁ ୧୮ ବର୍ଷ ମଧ୍ୟରେ ପିଲାଙ୍କର ବି ସଂକ୍ରମଣ ବଢିଚାଲିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତା ପଛକୁ ରହିଛି ସୁନ୍ଦରଗଡ଼ । ସୁନ୍ଦରଗଡ଼ରେ ସଂକ୍ରମିତଙ୍କ ସଂଖ୍ୟା ୫୦୦ ଟପି ୫୮୨ରେ ପହଞ୍ଚିଛି।ସେହିପରି ସମ୍ବଲପୁରରୁ ୩୭୨ , କଠକରୁ ୩୧୦,ଝାରସୁଗୁଡାରୁ ୧୩୪ ମାମଲା ୨୪ ଘଣ୍ଟ। ରେ ସାମନାକୁ ଆସିଛି । ଖୋର୍ଦ୍ଧା ସମେତ ଏହି ୫ ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ସବୁ ଜିଲ୍ଲା ଗୁଡିକରେ ସ୍ଥିତି ଉଦବେଗଜନକ ରହିଛି ।


ଜାନୁଆରୀ ମାସରେ ୮ ଦିନରେ ରାଜ୍ୟରେ ଚିହ୍ନଟ ହେଲେଣି ୧୧ ହଜାର ୩୨୧ ସଂକ୍ରମିତ । ଗତକାଲି ତୁଳନାରେ ଆଜି ୯୭୬ ନୂଆ ମାମଲା ବୃଦ୍ଧି ପାଇଛି । ରାଜ୍ୟରେ ଏବେ ସୁଦ୍ଧା ମୋଟ ୧୦,୬୬,୧୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୧ ହଜାର ୬୬୩ଟି ସକ୍ରିୟ ସଂକ୍ରମିତ ଥିବା ବେଳେ ୧୦,୪୫,୯୭୧ ଜଣ ସୁସ୍ଥ ହେଲେଣି । ରାଜ୍ୟରେ ସଂକ୍ରମଣ ଲମ୍ବା ଡିଆଁ ମାରୁଥିବାରୁ ଗତକାଲିଠୁ ନାଇଟ କର୍ଫ୍ୟୁ ମଧ୍ୟ କଡାକଡି କରାଯାଇଛି । କଟକଣା ମଧ୍ୟ ଜାରି କରାଯାଇଛି । ଆସନ୍ତା୧୦ରୁ ସମସ୍ତ ସ୍କୁଲ,କଲେଜ ବନ୍ଦ ନେଇ ଘୋଷଣା କରାଯାଇଛି । ମାର୍କେଟ,ମଲ,ରେଷ୍ଟୁରାଣ୍ଟରେ ଅଧିକ ଭିଡ ନକରିବାକୁ କୁହାଯାଇଛି ।

Leave A Reply

Your email address will not be published.