ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ବିବାଦ ପରେ ବଦଳିଲେ ପଞ୍ଜାବ ଡିଜିପି

0

ପଞ୍ଜାବରେ ନିର୍ବାଚନ ଆଚରଣ ସଂହିତା ଲାଗୁ ହେବାର କିଛି ଘ । ପୂର୍ବରୁ ପଞ୍ଜାବ ସରକାର ଡିଜିପି ସିଦ୍ଧାର୍ଥ ଚଟ୍ଟୋପାଧାୟଙ୍କ ବଦଳି କରିଛନ୍ତି । ତାଙ୍କ ସ୍ଥାନରେ ୟୁପିଏସସିର ସୁପାରିଶ କ୍ରମେ ଭିରେଶୁ କୁମାର ଭୱାରଙ୍କୁ ଡିଜିପି ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟିକୁ ନେଇ ଡିଜିପିଙ୍କ ଉପରେ ପ୍ରଶ୍ନ ଉଠୁଥିଲା । ପଞ୍ଜାବରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ପଞ୍ଜାବ ସରକାର ୟୁପିଏସସି ପ୍ୟାନେଲକୁ ଆଇପିଏସ ଅଫିସରଙ୍କ ନାଁ ପଠାଇଥିଲେ । ୟୁପିଏସସି ସୁପାରିସ କରିଥିବା ୩ ଆଇପିଏସଙ୍କ ମଧ୍ୟରୁ ଭି.କେ.ଭୱାରଙ୍କୁ ନୂତନ ଡିଜିପି ଭାବେ ନିଯୁକ୍ତି କରାଯାଇଛି ।

ବାସ୍ତବରେ, ପଞ୍ଜାବରେ ସରକାର ପରିବର୍ତ୍ତନ ସହିତ କ୍ୟାପଟେନ ଅମିରିନ୍ଦ୍ର ସିଂଙ୍କ ଘନିଷ୍ଠ ସହଯୋଗୀ ଦିନକର ଗୁପ୍ତାଙ୍କୁ ଜାଣିବାକୁ ପାଇଥିଲେ ଯେ, ତାଙ୍କୁ ଡିଜିପି ପଦରୁ ହଟାଯିବ । ସେଥିପାଇଁ ସେ ଛୁଟିରେ ପଳାଇଥିଲେ । ଏହା ପରେ କାର୍ଯ୍ୟକାରୀ ଡିଜିପି ପଦରେ ଆଇପିଏସ ସହଟ୍ଟୋଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ନବଜ୍ୟୋତ ସିଂ ସିଦ୍ଧୁଙ୍କ ଆପତ୍ତି ପରେ ତାଙ୍କୁ ଡିଜିପି ପଦରୁ ହଟାଇ ଆଇପିଏସ ସିଦ୍ଧାର୍ଥ ଚଟ୍ଟୋପାଧାୟଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ଭି.କେ ଭାୱରା ହେଉଛନ୍ତି ୧୯୮୭ ବ୍ୟାଚର ଆଇପିଏସ ଅଧିକାରୀ । ସେ ଭିଜିଲାନ୍ସ ମୁଖ୍ୟ ଭାବେ କାମ କରିସାରିଛନ୍ତି ।

Leave A Reply

Your email address will not be published.