ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ବିବାଦ ପରେ ବଦଳିଲେ ପଞ୍ଜାବ ଡିଜିପି

0

ପଞ୍ଜାବରେ ନିର୍ବାଚନ ଆଚରଣ ସଂହିତା ଲାଗୁ ହେବାର କିଛି ଘ । ପୂର୍ବରୁ ପଞ୍ଜାବ ସରକାର ଡିଜିପି ସିଦ୍ଧାର୍ଥ ଚଟ୍ଟୋପାଧାୟଙ୍କ ବଦଳି କରିଛନ୍ତି । ତାଙ୍କ ସ୍ଥାନରେ ୟୁପିଏସସିର ସୁପାରିଶ କ୍ରମେ ଭିରେଶୁ କୁମାର ଭୱାରଙ୍କୁ ଡିଜିପି ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟିକୁ ନେଇ ଡିଜିପିଙ୍କ ଉପରେ ପ୍ରଶ୍ନ ଉଠୁଥିଲା । ପଞ୍ଜାବରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ପଞ୍ଜାବ ସରକାର ୟୁପିଏସସି ପ୍ୟାନେଲକୁ ଆଇପିଏସ ଅଫିସରଙ୍କ ନାଁ ପଠାଇଥିଲେ । ୟୁପିଏସସି ସୁପାରିସ କରିଥିବା ୩ ଆଇପିଏସଙ୍କ ମଧ୍ୟରୁ ଭି.କେ.ଭୱାରଙ୍କୁ ନୂତନ ଡିଜିପି ଭାବେ ନିଯୁକ୍ତି କରାଯାଇଛି ।

ବାସ୍ତବରେ, ପଞ୍ଜାବରେ ସରକାର ପରିବର୍ତ୍ତନ ସହିତ କ୍ୟାପଟେନ ଅମିରିନ୍ଦ୍ର ସିଂଙ୍କ ଘନିଷ୍ଠ ସହଯୋଗୀ ଦିନକର ଗୁପ୍ତାଙ୍କୁ ଜାଣିବାକୁ ପାଇଥିଲେ ଯେ, ତାଙ୍କୁ ଡିଜିପି ପଦରୁ ହଟାଯିବ । ସେଥିପାଇଁ ସେ ଛୁଟିରେ ପଳାଇଥିଲେ । ଏହା ପରେ କାର୍ଯ୍ୟକାରୀ ଡିଜିପି ପଦରେ ଆଇପିଏସ ସହଟ୍ଟୋଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ନବଜ୍ୟୋତ ସିଂ ସିଦ୍ଧୁଙ୍କ ଆପତ୍ତି ପରେ ତାଙ୍କୁ ଡିଜିପି ପଦରୁ ହଟାଇ ଆଇପିଏସ ସିଦ୍ଧାର୍ଥ ଚଟ୍ଟୋପାଧାୟଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ଭି.କେ ଭାୱରା ହେଉଛନ୍ତି ୧୯୮୭ ବ୍ୟାଚର ଆଇପିଏସ ଅଧିକାରୀ । ସେ ଭିଜିଲାନ୍ସ ମୁଖ୍ୟ ଭାବେ କାମ କରିସାରିଛନ୍ତି ।

Leave A Reply

Your email address will not be published.