ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ରାଜ୍ୟରେ ସ୍ଥିତି ସାଂଘାତିକ; ଚିନ୍ତା ବଢାଇଲା ଖୋର୍ଦ୍ଧା

0

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ଅଣାୟ ହେବାରେ ଲାଗିଛି। ଜଙ୍ଗଲ ନିଆଁ ଭଳି କରୋନା ବ୍ୟାପିବାରେ ଲାଗିଛି।ଦୈନିକ ସଂକ୍ରମଣ ୫ ହଜାର ମୁହାଁ ହୋଇଛି । ୨୦୨୦, ସେପ୍ଟେମ୍ବର ୨୫ରେ ରାଜ୍ୟରେ ପ୍ରଥମ ଲହରର ପିକ ଥିଲା ୪ ହଜାର ୩୫୬। ସେହି ରେକର୍ଡକୁ ୧୨ ଦିନ ମଧ୍ୟରେ ଏବେ ତୃତୀୟ ଲହର ଟପିସାରିଛି। ରାଜ୍ୟରେ କରୋନାର ବଡ଼ ହଟସ୍ପଟ ପାଲଟିଛି ଖୋର୍ଦ୍ଧା। ଖୋର୍ଦ୍ଧା ସମେତ ୭ଟି ଜିଲ୍ଲାରେ ସେଞ୍ଚୁରି ଟପିଛି ସଂକ୍ରମଣ।

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ହଜାର ୭୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି; ଯାହା ରାଜ୍ୟ ସରକାର ପାଇଁ ଚିନ୍ତାଜନକ। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୭ ଶହ ୫୫ ଜଣ ଥିବା ବେଳେ ସ୍ଥାନୀୟ ଅ ଳରୁ ଅଛନ୍ତି ୧୯୫୯ ଜଣ । ସେହିପରି ୦ରୁ ୧୮ ବର୍ଷ ମଧ୍ୟରେ ୪୧୬ ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ ରେଡ ଜୋନରେ ଥିବା ଖୋର୍ଦ୍ଧାରେ ସଂକ୍ରମଣ ଏବେ ୨ହଜାର ମୁହାଁ । ଗତ ୨୪ ଘଣ୍ଟାରେ ୧୬୧୯ ଜଣ କେବେଳ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । ତା ପଛକୁ ସୁନ୍ଦରଗଡ଼ରେ ୬୬୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ସମ୍ବଲପୁରରୁ ୪୩୭, କଟକରୁ ୩୬୦ ,ଝାରସୁଗୁଡାରୁ ୧୫୪,ବାଲେଶ୍ୱରରୁ ୧୨୩,ପୁରୀରୁ ୧୧୯ ପଜିଟିଭ ମାମଲା ସାମନାକୁ ଆସିଛି। ସଂଖ୍ୟା ଯେଭଳି ଭାବେ ବଢିବାରେ ଲାଗିଛି ଦ୍ୱିତୀୟ ଲହରରେ ୨୦୨୧ ମେ’ ମାସରେ ସଂକ୍ରମଣ ଯେଭଳି ୧୨ ହଜାର ୮୪୨ ଶୀର୍ଷକୁ ଛୁଇଁ ଥିଲା ତାକୁ ମଧ୍ୟ ଖୁବ ଶୀଘ୍ର
ଟପିଯାଇପାରେ ଏବଂ ଖୁବ ଶୀଘ୍ର କରୋନା ଏଇ ମାସ ଶେଷ ସୁଦ୍ଧା କିମ୍ବା ଫେବୃଆରି ଆରମ୍ଭରୁ ଶୀର୍ଷରେ ପହଞ୍ଚିପାରେ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ ।

Leave A Reply

Your email address will not be published.