ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ହାଇକୋର୍ଟ ଗଲେ ତପସ୍ୱିନୀଙ୍କ ଶ୍ୱଶୁର

0

ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ଓ ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ସୁମିତଙ୍କ ବାପା । ନିଜ ଓ ନିଜ ପରିବାର ଲୋକଙ୍କ ସୁରକ୍ଷା ଲୋଡିଛନ୍ତି ପ୍ରମୋଦ ସାହୁ । ଏହା ସହ ଗତ ୨୦ ତାରିଖରେ ତାଙ୍କ ବ୍ରହ୍ମାନଗର ସ୍ଥିତ ଘରେ ଶତାଧିକ ମହିଳା ତାଙ୍କ ଘର ଗ୍ରୀଲ ଭାଙ୍ଗି ଭିତରକୁ ପଶିଥିଲେ । ଏହି ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ ସେ ହାଇକୋର୍ଟ ଯାଇଛନ୍ତି ।

ଭଡ଼ା ଘର ଠିକ କରି ତପସ୍ୱିନୀଙ୍କୁ ନେଇ ରହିବା ପାଇଁ ସୁମିତଙ୍କୁ ଏସଡିଜେଏମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କିଛି ମହିଳା ତପସ୍ନିନୀଙ୍କୁ ଘରେ ଜୋରଜବରଦସ୍ତ ପୁରାଇବା ପାଇଁ ଗତ ୨୦ ତାରିଖରେ ଘରର ଗ୍ରୀଲ ଭାଙ୍ଗି ଭିତରକୁ ପଶିଥିଲେ । ମହିଳାଙ୍କ ମଧ୍ୟରେ ତପସ୍ୱିନୀ ଓ ପ୍ରମିଳା ତ୍ରିପାଠୀ ମଧ୍ୟ ଥିଲେ । ଏନେଇ ସୁମିତଙ୍କ ବାପା ଥାନାରେ ଏତଲା ଦେଇଥିଲୋ । କିନ୍ତୁ ପୁଲିସ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନେଇନି କି କାହାକୁ ଗିରଫ କରିନାହିଁ । ଗ୍ରୀଲ ଭାଙ୍ଗି ଭିତରକୁ ପଶିଥିବା ମହିଳା ମାନେ ଖୁଲମଖୁଲା ବୁଲୁଥିବା ବେଳେ ତାଙ୍କ ପ୍ରତି ଓ ତାଙ୍କ ପରିବାର ପ୍ରତି ବିପଦ ଥିବା ଦର୍ଶାଇ ସୁମିତଙ୍କ ବାପା ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

ଅନ୍ୟପଟେ ଏବେ ତପସ୍ୱିନୀ ଶ୍ୱଶୁର ଘରେ ରହୁଥିବା ବେଳେ ଶ୍ୱଶୁର ପ୍ରମୋଦ ସାହୁ କିନ୍ତୁ ଘର ଛାଡି ବାହାରେ ରହୁଛନ୍ତି । ଏପଟେ ପୁଣି ୧୫ ଦିନ ଛୁଟି ବଢାଇଛନ୍ତି ଡାକ୍ତର ସୁମିତ ସାହୁ । ମାନସିକ ଅବସ୍ଥା ଭଲ ନଥିବାରୁ ସେ ଛୁଟି ବଢାଇଥିବା ତାଙ୍କ ଓକିଲ ସୂଚନା ଦେଇଛନ୍ତି । ଡିସେମ୍ବର ୧୦ରୁ ସୁମିତ ଛୁଟିରେ ଥିବା ବେଳେ ଜାନୁଆରୀ ୭ରେ ତାଙ୍କ ଛୁଟି ସରୁଥିଲା । ଏବେ ସେ ଅସୁସ୍ଥତା ଦର୍ଶାଇ ଆଉ ୧୫ ଦିନ ଛୁଟି ନେଇଛନ୍ତି ।

Leave A Reply

Your email address will not be published.