ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଉପରମୁହାଁ ସଂକ୍ରମଣ, ଖୋର୍ଦ୍ଧାରେ ପାଖାପାଖି ୫ ହଜାର

0

ଦେଶର କିଛି ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ କମୁଥିଲେ ମଧ୍ୟ ରାଜ୍ୟରେ କିନ୍ତୁ ଉପରମୁହାଁ ରହିଛି । ରାଜ୍ୟରେ ଆଜି ବି କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ଉପରେ ରହିଛି । ଲଗାତର ୧୧ ହଜାର ଉପରେ ସଂକ୍ରମିତଙ୍କ ସଂଖ୍ୟା ରହୁଥିବା ବେଳେ ଚିନ୍ତା ବଢାଇଛି ଖୋର୍ଦ୍ଧା । ଖୋର୍ଦ୍ଧାରେ କରୋନା ଦ୍ରୁତ ଗତିରେ ମାଡୁଥିବା ବେଳେ ଏବେ ୫ ହଜାରମୁହାଁ ହୋଇଛି ସଂକ୍ରମିତଙ୍କ ସଂଖ୍ୟା ।

୨୪ ଘଣ୍ଟା ରେ ୬୯ ହଜାର ୫୦୨ ନମୂନା ପରୀକ୍ଷା ହୋଇଥିବା ବେଳେ ୧୧ ହଜାର ୬୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟର ୦ରୁ ୧୮ ବର୍ଷ ମଧ୍ୟରେ ୯୯୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ କେବଳ ୪ ହଜାର ୩୪୭ ପଜିଟିଭ ମାମଲା ଆସିଛି । ତା ପଛକୁ ରହିଛି ସୁନ୍ଦରଗଡ । ସୁନ୍ଦରଗଡରୁ ମଧ୍ୟ୧୨ ଶହ ୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୮୯୮, ସମ୍ବଲପୁରରୁ ୩୯୦, ବାଲେଶ୍ୱରରୁ ୩୦୫, ଯାଜପୁରରୁ ୨୩୧, ରାୟଗଡ଼ାରୁ ୨୨୯, ବଲାଙ୍ଗୀରରୁ ୨୨୯, ଝାରସୁଗୁଡାରୁ ୨୧୯, ନୟାଗଡରୁ ୨୦୬, ଅନୁଗୁଳରୁ ୧୮୫, ମୟୂରଭଞ୍ଜରୁ ୧୭୪ ମାମଲା ଆସିଛି । ମୋଟ ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୧୧ ଲକ୍ଷ ୬୭ ହଜାର ୯୪ରେ ପହଞ୍ଚିଛି। ସେହିପରି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୮୪ ହଜାର ୭୭୦

ଓମିକ୍ରନ ଯୋଗୁଁ ସଂକ୍ରମଣ ଅଧିକ ବ୍ୟାପିବାରେ ଲାଗିଛି । ତେବେ ବିଶେଷଜ୍ଞଙ୍କ ଅନୁସାରେ ଜାନୁଆରି ମାସ ଶେଷ କିମ୍ବା ଫେବୃଆରି ପ୍ରଥମ ସପ୍ତାହରେ ସଂକ୍ରମଣ ଶୀର୍ଷକୁ ଛୁଇଁପାରେ ।

Leave A Reply

Your email address will not be published.