ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ରାଜଧାନୀରେ କୋହଳ ହେଲା କଟକଣା

0

କମୁଛି ସଂକ୍ରମଣ,କୋହଳ ହେଉଛି କଟକଣା । ରାଜଧାନୀ ଦିଲ୍ଲୀରେ କୋହଳ ହେଲା କଟକଣା । ଆଜି ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ପକ୍ଷରୁ ଏକ ବୈଠକ ବସିଥିଲା । ବୈଠକରେ ଅଧିକାରୀ ମାନେ କହିଥିଲେ ଯେ, ଦିଲ୍ଲୀରେ ସଂକ୍ରମଣ ହାର ଏବେ କମୁଛି । ଏବଂ ଏବେ ସଂକ୍ରମଣ ନିୟନ୍ତ୍ରଣକୁ ଆସିଛି । ଏହାକୁ ଦେଖି କରୋନା କଟକଣା କୋହଳ କରିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି ।

ତେବେ କତ୍ତୃର୍ପକ୍ଷ ମାନେ ବୈଠକରେ କହିଥିଲେ ଯେ, ଏବେ ପିଲାଙ୍କ ପ୍ରତି ସଂକ୍ରମଣର ବିପଦ ଟଳିନାହିଁ । ତେଣୁ ଏବେ ସ୍କୁଲ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । କେବଳ ଅନଲାଇନରେ ପାଠପଢା ଜାରି ରହିବ । ନିକଟରେ ଦିଲ୍ଲୀର ବହୁ ଅଭିଭାବକ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆଙ୍କୁ ସାକ୍ଷାତ କରିଥିଲେ । ଏବଂ ସ୍କୁଲ ଜଲଦିରେ ନଖୋଲିବାକୁ କହୁଥିଲେ ଅନ୍ୟପଟେ ଏବେ ବି ଦିଲ୍ଲୀରେ ନାଇଟ କର୍ଫ୍ୟୁ ଜାରି ରହିବ ।ସାପ୍ତାହିକ ସଟଡାଉନ ଉଠାଇଦିଆଯାଇଛି । ସେହିଭଳି ୫୦ ପ୍ରତିଶତ କ୍ଷମତାରେ ସିନେମା ହଲ ଓ ରେଷ୍ଟୁରାଣ୍ଟ ଖୋଲିବା ନେଇ ଅନୁମତି ଦିଆଯାଇଛି । ତେବେ ବାହାଘର ଓ ଅନ୍ୟ କାର୍ଯ୍ୟକ୍ରମରେ ସର୍ବାଧିକ ୨୦୦ ଲୋକ ଏକତ୍ରିତ ହେବା ନେଇ ଲାଗିଥିବା କଟକଣା ଉଠାଇିଦଆଯାଇଛି । ସେହିପରି ସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ।

Leave A Reply

Your email address will not be published.