ପ୍ରମୁଖ ଖବର

ରାଜ୍ୟ କ୍ୟାବିନେଟରେ ୬ଟି ପ୍ରସ୍ତାବକୁ ମଞ୍ଜୁରୀ
ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଯୁବକ ମୃତ
ଦେଶର ୫୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ବି.ଆର.ଗଭାଇ
ରାଜଧାନୀରେ ପୁଣି ପିଲା ଚୋରି
ୟୁପିଏସସିର ନୂଆ ଅଧ୍ୟକ୍ଷ ହେଲେ ପୂର୍ବତନ ପ୍ରତିରକ୍ଷା ସଚିବ ଅଜୟ କୁମାର
ପାକିସ୍ତାନରୁ ଫେରିଲେ ବିଏସଏଫ ଯବାନ ପିକେ ସାଁ, ଭାରତ ମଧ୍ୟ ଫେରାଇଲା ରେଞ୍ଜର

ରାଜଧାନୀରେ କୋହଳ ହେଲା କଟକଣା

0

କମୁଛି ସଂକ୍ରମଣ,କୋହଳ ହେଉଛି କଟକଣା । ରାଜଧାନୀ ଦିଲ୍ଲୀରେ କୋହଳ ହେଲା କଟକଣା । ଆଜି ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ପକ୍ଷରୁ ଏକ ବୈଠକ ବସିଥିଲା । ବୈଠକରେ ଅଧିକାରୀ ମାନେ କହିଥିଲେ ଯେ, ଦିଲ୍ଲୀରେ ସଂକ୍ରମଣ ହାର ଏବେ କମୁଛି । ଏବଂ ଏବେ ସଂକ୍ରମଣ ନିୟନ୍ତ୍ରଣକୁ ଆସିଛି । ଏହାକୁ ଦେଖି କରୋନା କଟକଣା କୋହଳ କରିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି ।

ତେବେ କତ୍ତୃର୍ପକ୍ଷ ମାନେ ବୈଠକରେ କହିଥିଲେ ଯେ, ଏବେ ପିଲାଙ୍କ ପ୍ରତି ସଂକ୍ରମଣର ବିପଦ ଟଳିନାହିଁ । ତେଣୁ ଏବେ ସ୍କୁଲ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । କେବଳ ଅନଲାଇନରେ ପାଠପଢା ଜାରି ରହିବ । ନିକଟରେ ଦିଲ୍ଲୀର ବହୁ ଅଭିଭାବକ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆଙ୍କୁ ସାକ୍ଷାତ କରିଥିଲେ । ଏବଂ ସ୍କୁଲ ଜଲଦିରେ ନଖୋଲିବାକୁ କହୁଥିଲେ ଅନ୍ୟପଟେ ଏବେ ବି ଦିଲ୍ଲୀରେ ନାଇଟ କର୍ଫ୍ୟୁ ଜାରି ରହିବ ।ସାପ୍ତାହିକ ସଟଡାଉନ ଉଠାଇଦିଆଯାଇଛି । ସେହିଭଳି ୫୦ ପ୍ରତିଶତ କ୍ଷମତାରେ ସିନେମା ହଲ ଓ ରେଷ୍ଟୁରାଣ୍ଟ ଖୋଲିବା ନେଇ ଅନୁମତି ଦିଆଯାଇଛି । ତେବେ ବାହାଘର ଓ ଅନ୍ୟ କାର୍ଯ୍ୟକ୍ରମରେ ସର୍ବାଧିକ ୨୦୦ ଲୋକ ଏକତ୍ରିତ ହେବା ନେଇ ଲାଗିଥିବା କଟକଣା ଉଠାଇିଦଆଯାଇଛି । ସେହିପରି ସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ।

Leave A Reply

Your email address will not be published.