ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

କାନ୍ଦି ପକାଇଲେ ପ୍ରସାଦ…କହିଲେ, ୨୦୨୪ ନିର୍ବାଚନ ଲଢିବିନି

0

ଚଳିତ ପଞ୍ଚାୟତ ନିର୍ବାଚନରେ ସତ୍ୟବାଦୀରେ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ଦେଇନଥିବା ବେଳେ ଆଜି ଏନେଇ ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ସତ୍ୟବାଦୀ କଂଗ୍ରେସ ଶୂନ ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେ ନେଇ ମୁହଁ ଖୋଲିଛନ୍ତି। କହିଛନ୍ତି, ଟିକେଟ କାହାକୁ ମିଳିବ କି ନାହିଁ ତାହା ଦାୟିତ୍ୱ ପିସିସି ସଭାପତିଙ୍କର । ଶେଷ ମୁହୁୃ ର୍ରେ ତାଙ୍କୁ ପଞ୍ଚାୟତ ନିର୍ବାଚନ ପାଇଁ ଟିକେଟ ମିଳିଥିଲା । କିନ୍ତୁ ସେ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ବୁଝୁନଥିବାରୁ ମନା କରିଦେଇଥିଲେ ।

ଦାୟିତ୍ୱ ଦିଆଯାଏ, ନହେଲେ ନିଆଯାଏ । କାହା ଉପରେ ଲଦିଦିଆଯାଏନି ବୋଲି କହିଛନ୍ତି ପ୍ରସାଦ ହରିଚନ୍ଦନ । ଏବଂ ୨୦୨୪ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଆଜି ସାମ୍ବାଦିକ ସମ୍ମିଳନୀରେ ଭାବବିହ୍ୱଳ ହୋଇଯାଇଥିଲେ ପ୍ରସାଦ । ଆଖି ଛଳ ଛଳ ହୋଇଯାଇଥିଲା । । କୋହ ଭରା କଣ୍ଠରେ କହିଥିଲେ, କଂଗ୍ରେସ ଲୋକଙ୍କୁ ବ୍ୟୁହ ଭଳି ସଜେଇ ଦିଆଯାଉଛି । ।ନେତା ଏକଜୁଟ ହୋଇ ଲଢିବା କଥା । କିନ୍ତୁ ଏହା ନକରି ପଥରୋଧ କରାଯାଉଛି । ତେବେ ସେ ରାଜନୀତିରେ ଥିଲେ, ଅଛନ୍ତି ଓ ରହିବେ ବୋଲି କହିଛନ୍ତି । ଯେଉଁମାନେ ସେ ବିଜେଡି ସଂପର୍କରେ ଅଛନ୍ତି ବୋଲି କହୁଥିଲେ,ସେମାନେ ପ୍ରମାଣ ଦିଅନ୍ତୁ । ଯେଉଁମାନେ ବେପାରରେ ଅଛନ୍ତି, ସେମାନେ ଡିଲ କରିବେ । କିନ୍ତୁ ତାଙ୍କର ଖଣି ଟଙ୍କା ନାହିଁ ବୋଲି କହିଛନ୍ତି ପ୍ରସାଦ ।

ସେ କହିଛନ୍ତି, ୨୦୦୨ରୁ ମୋତେ ଅନ୍ୟ ଦଳକୁ ନେବାକୁ ଚେଷ୍ଟା କରାଯାଉଛି , । କିନ୍ତୁ ମୁଁ ଯାଇନାହିଁ । ଏଠାରେ କଂଗ୍ରେସର ଲଢେଇ ବିଜେପି ଓ ବିଜେଡି ସହ ହେବା କଥା କିନ୍ତୁ ଏଠି କଂଗ୍ରେସର କଂଗ୍ରେସ ସହ ହେଉଛି । ଓଡିଶାରେ କଂଗ୍ରେସକୁ ଆଗକୁ ନେବାକୁ ହେଲେ ଏକଜୁଟ ହୋଇ ଲଢିବାକୁ ପଡିବ । ଏଯାଏଁ ସେ ଅସ୍ତ୍ର ତ୍ୟାଗ କରିନାହାନ୍ତି । ନିର୍ବାଚନ ଲଢିବିନି କିନ୍ତୁ ଦଳ ପାଇଁ କାମ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.