ପ୍ରମୁଖ ଖବର

କେନ୍ଦୁପତ୍ର ତୋଳାଳିଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଉପହାର; ବୋନସ ଓ ମୂଲ୍ୟବୃଦ୍ଧିକୁ ମଞ୍ଜୁରି
ଜୁଲାଇ ୧୭ରେ ଗଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଶୁଭାରମ୍ଭ କରିବେ ମୋଦୀ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଆନ୍ଧ୍ରରେ ୨ କୋଭିଡ୍ ମୃତ୍ୟୁ ପରେ ଓଡ଼ିଶା ସୀମାରେ ହାଇଆଲର୍ଟ
ରୋଡ୍ ରୋଲର ଚଳାଇ ୪୭୨ କୋଟି ଟଙ୍କାର ନିଶାଦ୍ରବ୍ୟ ନଷ୍ଟ କଲେ ହିମନ୍ତ ବିଶ୍ୱ ସର୍ମା

ସାମନାକୁ ଆସିଲା ଚୀନର ଅସଲ ଚେହେରା

0

ପୁଣି ପଦାରେ ପଡିଲା ଚୀନର ଦୋମୁହାଁ ନୀତି । ଅରୁଣାଚଳ ପ୍ରଦେଶରୁ ଚୀନ ସେନା ଦ୍ୱାରା ଅପହରଣ ହୋଇଥିବା ଭାରତୀୟ ଯୁବକ ଘରକୁ ଫେରିଛନ୍ତି । ଜିଲ୍ଲା ଡେପୁଟି କମିଶନର ଶାଶ୍ୱର ସୌରଭ କହିଛନ୍ତି ଯେ, ଉପର ସୁଆଙ୍ଗ ଜିଲ୍ଲାର ତୁତିଙ୍ଗରେ ଆୟୋଜିତ ଏକ ସମାରୋହରେ ଭାରତୀୟ ସେନା ସୋମବାର ସନ୍ଧ୍ୟାରେ ମିରାମ ଟାରୋନଙ୍କୁ ତାଙ୍କ ବାପା ମାଆ ସହ ଭେଟ କରାଇଛନ୍ତି । ଘରକୁ ଫେରିବା ପରେ ସ୍ଥାନୀୟ ପ୍ରଶାସନ ଓ ପଞ୍ଚାୟତ ନେତା ମିରାମଙ୍କ ଜୋରଦାର ସ୍ୱାଗତ କରିଛନ୍ତି ।

ମିରାମଙ୍କ ବାପା ଅଭଯୋଗ କରିଛନ୍ତି , ଚୀନ ସେନା (ପିଏଲଏ) ତାଙ୍କ ପୁଅକୁ ନିର୍ଯାତନା ଦେଇଛନ୍ତି । ପିଠିରେ ମାଡ଼ ମାରିବା ସହ ଇଲେକ୍ଟି୍ ଦିଆଯାଇଛି । ତାଙ୍କ ପୁଅ ନିଖୋଜ ହୋଇନଥିଲା ବରଂ ଚୀନର ପିଏଲଏ ଆର୍ମି ଭାରତୀୟ ସୀମା ଭିତରକୁ ପ୍ରବେଶ କରି ଉଠାଇନେଇଥିଲେ । କେବେଳ ସେତିକି ନୁହେଁ ମିରାମଙ୍କ ହାତ ଗୋଡ ବାନ୍ଧି ସେଠାରେ ପକାଇଥିଲେ । ଏଭଳି ଅଭିଯୋଗ ପରେ ଚୀନର ଦୋମୁହାଁ ନୀତି ପୁଣି ପଦାରେ ପଡଛି ।

୧୭ ବର୍ଷର ମିରାମକୁ ଚୀନ ସେନା ଜାନୁଆରୀ ୧୮ ତାରିଖରେ ଅପହରଣ କରିଥିଲେ । ମିରାମ ନିଜ ସାଙ୍ଗ ଜାନି ୟଙ୍ଗ ସହ ଶିକାରରେ ଯାଇଥିଲା । ଏହି ସମୟରେ ଚୀନ ସେନାଙ୍କ ହାବୁଡରେ ପଡିଯିବା ପରେ ସେମାନେ ଅପହରଣ କରିନେଇଥିଲେ । ୟଙ୍ଗ ଘଟଣା ସ୍ଥଳରୁ ଫେରାର ହେବା ପରେ ସ୍ଥାନୀୟ ଅଧିକାରୀଙ୍କୁ ଆସି ଏନେଇ ଜଣାଇଥିଲା । ଜାନୁଆରୀ ୨୭ରେ ଚୀନ ସେନା ମିରାମକୁ ଅଞ୍ଜାବ ଜିଲ୍ଲା କିବୁଥି ସ୍ଥିତ ଭାଚା-ଦାମାଇ ଇଂଟରକସନ ପଏଂଟରେ ଭାରତୀୟ ସେନାକୁ ହସ୍ତାନ୍ତାର କରିଥିଲେ । ଏଠାରେ ମିରାମ ସଙ୍ଗରୋଧରେ ରହିବା ପରେ ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଘରକୁ ଫେରିଛି।

Leave A Reply

Your email address will not be published.